ଓଡିଶା

odisha

ETV Bharat / bharat

ଚଳିତ ସପ୍ତାହରେ ZYDUS CADILAS ଟିକାକୁ ଅନୁମୋଦନ !

ସ୍ବଦେଶୀ ଟିକାରେ ଆଉ ଏକ ଟିକା ସାମିଲ ହେବାକୁ ଯାଉଛି । ଗୁଜୁରାଟ ଅହମ୍ମଦାବାଦର କମ୍ପାନୀ ଜାଏଡ଼ସ କ୍ୟାଡିଲାର ଏକ ଟିକାକୁ ଚଳିତ ସପ୍ତାହରେ ମିଳିପାରେ ଅନୁମୋଦନ । ଅଧିକ ପଢନ୍ତୁ...

By

Published : Aug 9, 2021, 5:06 PM IST

ଚଳିତ ସପ୍ତାହରେ ZYDUS CADILAS ଟିକାକୁ ଅନୁମୋଦନ !
ଚଳିତ ସପ୍ତାହରେ ZYDUS CADILAS ଟିକାକୁ ଅନୁମୋଦନ !

ନୂଆଦିଲ୍ଲୀ:ଦେଶକୁ ଆସୁଛି ଆଉ ଏକ କୋରୋନା ଟିକା । ସ୍ବଦେଶୀ ଫାର୍ମା କମ୍ପାନୀ ଜାଏଡ଼ସ କ୍ୟାଡିଲା(Zydus Cadila)ର କୋଭିଡ ଟିକାକୁ ଏହି ସପ୍ତାହରେ ମିଳିପାରେ ଅନୁମୋଦନ । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DCGI) ଏହି ଟିକାକୁ ଅନୁମୋଦନ ଦେଇପାରେ ବୋଲି ସୂଚନା ମିଳିଛି ।

ଗୁଜୁରାଟର ଅହମ୍ମଦାବାଦରେ ଥିବା ଏହି ଫାର୍ମା କମ୍ପାନୀ କୋଭିଡ଼ ମହାମାରୀ ବିରୋଧରେ ଦେଶରେ ପ୍ରଥମ DNA ଭ୍ୟାକ୍ସିନ ପ୍ରସ୍ତୁତ କରିଛି । ଏହି ଟିକାର ନାମ ଜାଏକୋଭ-ଡି (ZyCov-D) ରଖାଯାଇଛି । ଜୁଲାଇ ମାସ ଆରମ୍ଭରୁ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ DCGIକୁ କମ୍ପାନୀ ଆବେଦନ କରିଥିଲା ।

କମ୍ପାନୀ ଏପର୍ଯ୍ୟନ୍ତ ଭାରତରେ ୫୦ରୁ ଅଧିକ କେନ୍ଦ୍ରରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରିଛି । ତେବେ କମ୍ପାନୀର ଏହି DNA ଟିକା ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରାଯାଏ । ଏହା ଶରୀରରେ ପ୍ରୋଟିନ ତିଆରି କରିଥାଏ । ଏହି ପ୍ରୋଟିନ କୋରୋନା ଭୂତାଣୁଠାରୁ ଶରୀରକୁ ସୁରକ୍ଷା ଦେବା ପାଇଁ ଆଣ୍ଟିବଡି ଉତ୍ପାଦନ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details