ଓଡିଶା

odisha

ETV Bharat / bharat

Dangerous Love: ପ୍ରେମକୁ ବିରୋଧ କଲେ ପ୍ରେମିକା ପରିବାର, ବାପା ମାଆ ଓ ଭଉଣୀକୁ ହାଣିଲା ପ୍ରେମିକ - ପ୍ରେମିକା ପରିବାରର ୩ ଜଣଙ୍କୁ ହାଣିଲା ପ୍ରେମିକ

ପ୍ରେମ ପାଇଁ ଗଡିଲା ମୁଣ୍ଡ । ପ୍ରେମିକାର ଘରଲୋକ ପ୍ରେମକୁ ବିରୋଧ କରିବାରୁ ୩ ଜଣକୁ ହାଣି ହତ୍ୟା କଲା ପ୍ରେମିକ । ଅଧିକ ପଢନ୍ତୁ

ପ୍ରେମିକାର ବାପାମାଆ ଓ ବଡ ଭଉଣୀକୁ ହାଣିଲା ପ୍ରେମିକ
ପ୍ରେମିକାର ବାପାମାଆ ଓ ବଡ ଭଉଣୀକୁ ହାଣିଲା ପ୍ରେମିକ

By

Published : Apr 7, 2023, 1:12 PM IST

କୋଲକାତା:ପ୍ରେମ ପାଇଁ ରକ୍ତର ନଦୀ ବୁହାଇଲା ପ୍ରେମିକ । ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଗଡିଲା ପ୍ରେମିକା ପରିବାରର ମୁଣ୍ଡ । ଏକାସାଙ୍ଗରେ ପ୍ରେମିକାର ବାପାମାଆ ସହ ବଡ ଭଉଣୀକୁ ନିର୍ମମ ଭାବେ ହାଣି ହତ୍ୟା କଲା ପ୍ରେମିକ । ଗତକାଲି (ଗୁରୁବାର) ରାତିରେ ପଶ୍ଚିମବଙ୍ଗ କୁଚ୍ ବେହାର ଜିଲ୍ଲାରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପ୍ରେମିକାର ମୃତ ବାପାମାଆ ତୃଣମୂଳ କଂଗ୍ରେସ କର୍ମୀ ଥିଲେ । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ତନାଘନା ଚଳାଇଛି ।

ସୂଚନା ମୁତାବକ, ବିଭୂତି ଭୂଷଣ ରୟ ଓ ଇତି ବର୍ମାନ ପରସ୍ପରକୁ ଭଲ ପାଉଥିଲେ । ହେଲେ ଯୁବତୀଙ୍କ ବାପା ବିମଳ ଚନ୍ଦ୍ର ବର୍ମାନ ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ । ଏଥିରେ ରାଗି ଯାଇ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପ୍ରେମିକ ବିଭୂତି । ଏହାପରେ ଗତକାଲି ବିଳମ୍ବିତ ରାତିରେ ବିଭୂତି ଆଉ ଦୁଇ ଜଣଙ୍କ ସହ ମିଶି ପ୍ରେମିକାର ଘରେ ପଶିଥିଲା । ପ୍ରେମିକା ଘରଲୋକଙ୍କୁ ଅସଦାଚରଣ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ବାପାମାଆ ଓ ବଡ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରେମିକା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ଯୁବକ ଯୁବତୀଙ୍କ ବାପାମାଆଙ୍କୁ ପ୍ରଥମେ ପ୍ରବଳ ମାଡ ମାରିଥିଲା । ଏହାଦେଖି ଯୁବତୀ ଓ ତାଙ୍କର ବଡ ଭଉଣୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତ ନିଜ ପ୍ରେମିକା ସହ ପୁରା ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଘଟଣାସ୍ଥଳରେ ବାପାମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ବଡ ଭଉଣୀ ଆଖି ବୁଜିଥିଲେ ।

ଏହାମଧ୍ୟ ପଢନ୍ତୁ: ଡ୍ରେସ ଧୋଇବାକୁ ମନା କରିବାରୁ ଭଉଣୀକୁ ହତ୍ୟା କଲା ଭାଇ

ଯୁବତୀଙ୍କ ବାପା ବିମଳ ଚନ୍ଦ୍ର ବର୍ମାନ ଓ ମାଆ ନୀଳିମା ତୃଣମୂଳ କଂଗ୍ରେସର ସକ୍ରିୟ କର୍ମୀ ଥିଲେ । ମାଆ ଶିତଲକୁଚି ଗ୍ରାମ ପଞ୍ଚାୟତ ସଦସ୍ୟ ଥିବାବେଳେ ବାପା ଟିଏମସି ଏସସିଏସଟି ଓବିସି ସେଲର ବ୍ଲକ ସଭାପତି ଥିଲେ । ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତକଙ୍କ ସମ୍ପର୍କୀୟ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details