କୋଲକାତା:ସାଙ୍ଗର ବାପା ସହ ଫେରାର୍ ହୋଇଯାଇଥିଲା ମାଆ । ମାଆର ଅନୈତିକ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା କଲା ଯୁବକ । ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ଶାହାପୁର ଅଞ୍ଚଳରୁ ଏହି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯୁବକର ନାମ ମଙ୍ଗଳ ରବିଦାସ ଓ ମୃତକଙ୍କ ନାମ ବିଷ୍ଣୁ ରବିଦାସ । ମାଆର ଅନୈତିକ ସମ୍ପର୍କ ପାଇଁ ମୃତ ବିଷ୍ଣୁ ସବୁବେଳେ ମଙ୍ଗଳକୁ ଚିଡାଉଥିଲା । ଏଥିରେ ରାଗିଯାଇ ଅଭିଯୁକ୍ତ ନିଜ ସାଙ୍ଗକୁ ଗଳା ଚିପି ହତ୍ୟା କରିଛି । ମହାନନ୍ଦା ନଦୀ କୂଳରୁ ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ବିଷ୍ଣୁ ଓ ମଙ୍ଗଳ ଦୁହେଁ ଭଲ ସାଙ୍ଗ ଥିଲେ । ହେଲେ ୨୫ ବର୍ଷୀୟ ବିଷ୍ଣୁଙ୍କ ବାପା ସହ ମଙ୍ଗଳର ମାଆଙ୍କ ଅନୈତିକ ସମ୍ପର୍କ ରହିଥିଲା । ଏପରିକି ସେମାନେ ଥରେ ଘରୁ ଲୁଚି ପଳାଇଥିଲେ ମଧ୍ୟ । ଏହାକୁ ନେଇ ବିଷ୍ଣୁ ଅନେକ ସମୟରେ ମଙ୍ଗଳକୁ କଟାକ୍ଷ କରୁଥିଲା । ବିଷ୍ଣୁ ଅନ୍ୟ ସାଙ୍ଗମାନଙ୍କ ସାମ୍ନାରେ ବି ଅଭିଯୁକ୍ତକୁ ତା'ର ମାଆର ସମ୍ପର୍କ ନେଇ ଚିଡାଉଥିଲା । ମଙ୍ଗଳର ମାଆ ତା' ବାପାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ସେ ନିଜେ ଦେଖିଥିବା କହୁଥିଲା ବିଷ୍ଣୁ । ତେଣୁ ବାରମ୍ବାର ଅନ୍ୟ ପିଲାଙ୍କ ସାମ୍ନାରେ ଅପମାନିତ ହେବା ପରେ ସାଙ୍ଗ ବିଷ୍ଣୁକୁ ଉଚିତ୍ ଶିକ୍ଷା ଦେବାକୁ ଚିନ୍ତା କରିଥିଲା ଅଭିଯୁକ୍ତ ।