ଗାନ୍ଧୀନଗର: ଗୁଜୁରାଟର ଜୁନାଗଡ଼ ନିକଟ କେଶୋଦ ହସ୍ପିଟାଲ (Keshod Government Hospital)ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ହସ୍ପିଟାଲର କର୍ମଚାରୀଙ୍କ ଅବହେଳା କାରଣରୁ (Negligence of the staff in Hospital) ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଛାତ ଉପରେ କଫି ପିଉଥିବା ବେଳେ ତଳକୁ ଖସିପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇବା ପରିବର୍ତ୍ତେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।
ମୃତ ଯୁବକ ଜଣକ ମାଙ୍ଗରୋଲ ନିକଟସ୍ଥ ତଲୋଦରା ଗ୍ରାମର ହିତେଶ ହଜାଭାଇ ଭରଦା ବୋଲି ଜଣାପଡ଼ିଛି । ତେବେ ସେ ଯେଉଁ ଛାତରୁ ତଳକୁ ଖସିପଡ଼ିଥିଲେ । ସେ ଛାତରୁ ତଳେ ପଡ଼ିଯିବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେଶୋଦ ହସ୍ପିଟାଲକୁ ନିଆଯାଇଥିଲା । ସାମାଜିକ କର୍ମୀ ପ୍ରବୀନ ପି ପଟେଲଙ୍କ କହିବାନୁସାରେ, ଆହତଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ହସ୍ପିଟାଲର କର୍ମଚାରୀ ତାଙ୍କୁ ପ୍ରଥମେ ଷ୍ଟ୍ରେଚରରେ ନେଇଥିଲେ । ଏହାପରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକେ ଏହି ସରକାରୀ ହସ୍ପିଟାଲ ପରିସରରେ ଗଣ୍ଡଗୋଳ କରିଥିଲେ ।