ଓଡିଶା

odisha

ETV Bharat / bharat

ଏକ ତରଫା ପ୍ରେମରୁ ପ୍ରାଣାନ୍ତକ ଆକ୍ରମଣ, ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ମୃତ - ଯୁବତୀଙ୍କୁ ଆକ୍ରମଣ କଲେ ଯୁବକ

ହାଇଦ୍ରାବାଦର ଏଲବି ନଗର ଅନ୍ତର୍ଗତ ଆରଟିସି କଲୋନୀରେ ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଯୁବକ । ଘଟଣାରେ ଯୁବତୀଙ୍କ ଭାଇ ମୃତ । ଅଧିକ ପଢନ୍ତୁ

Youngman attacked a woman
Youngman attacked a woman

By ETV Bharat Odisha Team

Published : Sep 4, 2023, 1:04 PM IST

ହାଇଦ୍ରାବାଦ:ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଯୁବକ । ହାଇଦ୍ରାବାଦର ଏଲବି ନଗର ଅନ୍ତର୍ଗତ ଆରଟିସି କଲୋନୀରେ ଘଟିଛି ଏହି ଘଟଣା । ଯୁବତୀଙ୍କ ଘରେ ପଶି ଆକ୍ରମଣ କରିଥିଲେ ଯୁବକ । ଭଉଣୀକୁ ବଞ୍ଚାଇବାକୁ ଯାଇ ଯୁବତୀଙ୍କ ଭାଇ ଆକ୍ରମଣର ଶିକାର ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ- UP Honour Killing: ଝିଅ ସହ ପ୍ରମିକକୁ ହତ୍ୟା କଲେ ବାପା-ଭାଇ, 2 ଗିରଫ

ସୂଚନା ମୁତାବକ, ରଙ୍ଗାରେଡି ଜିଲ୍ଲାର ଗୁଣ୍ଡୁମାଲା ସୁରେନ୍ଦ୍ର ଗୌଡଙ୍କ ବଡ ଝିଅ ସାଂଘଭୀ ଓ ପୁଅ ପୃଥବୀ । ସାଂଘଭୀ ରମନ୍ତପୁର ହୋମିଓ କଲେଜରେ ଚତୁର୍ଥ ବର୍ଷରେ ପାଠ ପଢୁଥିବା ବେଳେ ପୃଥବୀ ଚାକିରି ଖୋଜୁଥିଲେ । ଉଭୟ ଭାଇ ଭଉଣୀ ଏଲବି ନଗର ଆରଟିସି କଲୋନୀରେ ଭଡ଼ା ଘରେ ରହୁଥିଲେ । ତେବେ ନେରେଲା ଚେରୁଭୁ ଗାଁର ଶିବକୁମାର ଓ ସାଂଘଭୀ ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ । ସେବେଠାରୁ ଶିବକୁମାର ପ୍ରେମ ନାମରେ ସାଂଘଭୀଙ୍କୁ ହଇରାଣ କରୁଥିଲା । ଏକାଧିକ ଥର ମନା କରିବା ପରେ ମଧ୍ୟ ପିଛା ଛାଡୁନଥିଲା । ବାରମ୍ବାର ପ୍ରେମ ନିବେଦନକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିଥିବାରୁ ଶିବକୁମାର କ୍ରୋଧରେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା ।

ଏହା ମଧ୍ୟ ପଢନ୍ତୁ- Cross Border Love Story: ଫେକ୍ ଆଧାରକାର୍ଡ କରି ଫସିଲେ ପାକିସ୍ତାନୀ ଯୁବକ, 9 ମାସ ଧରି ଭାରତରେ ରହୁଥିଲେ

ଗତକାଲି(ରବିବାର) ଦିନ କୌଣସି ମତେ ସାଂଘଭୀଙ୍କ ଠିକଣା ଜାଣିବା ପରେ ଅଭିଯୁକ୍ତ ଏକ ଛୁରୀ ନେଇ ତାଙ୍କ ଘରକୁ ଯାଇଥିଲା । ଏହି ସମୟରେ ସାଂଘଭୀଙ୍କ ଭାଇ ଭଉଣୀ ଉପରେ ଶିବକୁମାର ଆକ୍ରମଣ ଏହା ଦେଖି ସଘଭିଙ୍କ ଭାଇ ଘରକୁ ଯାଇଥିବା ବେଳେ ତାଙ୍କ ଭଉଣୀକୁ ଶିବକୁମାର ଆକ୍ରମଣ କରିଥିବାର ଦେଖିଥିଲେ । ଏନେଇ ଭଉଣୀକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ପୃଥିବୀ । ଅଭିଯୁକ୍ତ ଜଣକ ତାଙ୍କ ଛାତିକୁ ଛୁରୀରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ତାଙ୍କୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ପୃଥିବୀଙ୍କୁ ମୃତ ଘୋଷଣା କରିଥଲେ । ଅନ୍ୟପଟେ ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଏଲବି ନଗର ଡିସିପି ସାଇଶ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details