ଓଡିଶା

odisha

ETV Bharat / bharat

ଅନଲାଇନରେ ଖୋଜୁଛନ୍ତି କି ଜୀବନ ସାଥୀ, ହୋଇଯାଆନ୍ତୁ ସତର୍କ ! - online marriage

ଯଦି ବିବାହ ପାଇଁ ଅନଲାଇନରେ ବର କିମ୍ବା କନିଆଁ ଖୋଜୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଅନଲାଇନ ବିବାହ ପ୍ରସ୍ତାବ ପଡିପାରେ ମହଙ୍ଗା କାରଣ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ୍ । ଅଧିକ ପଢନ୍ତୁ...

ଅନଲାଇନରେ ଖୋଜୁଛନ୍ତି କି ଜୀବନ ସାଥୀ, ହୋଇଯାଆନ୍ତୁ ସତର୍କ
ଅନଲାଇନରେ ଖୋଜୁଛନ୍ତି କି ଜୀବନ ସାଥୀ, ହୋଇଯାଆନ୍ତୁ ସତର୍କ

By

Published : Feb 21, 2021, 12:36 PM IST

ବେଙ୍ଗାଲୁରୁ: ଯଦି ବିବାହ ପାଇଁ ଅନଲାଇନରେ ବର କିମ୍ବା କନିଆଁ ଖୋଜୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଅନଲାଇନ ବିବାହ ପ୍ରସ୍ତାବ ପଡିପାରେ ମହଙ୍ଗା କାରଣ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ୍ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଅନଲାଇନରେ ବିବାହ ପ୍ରସ୍ତାବ ଦେଇ ଯୁବକଙ୍କୁ ଧମକ ଦେଇଛନ୍ତି ଯୁବତୀ । ଟଙ୍କା ଦିଅ ନଚେତ୍ ଭିଡିଓ ହେବ ଭାଇରାଲ୍ ।

ଅନଲାଇନରେ କନ୍ୟା ଖୋଜୁଥିବା ଯୁବକ ଜଣକ ମହିଳାଙ୍କ ଦ୍ବାରା ପ୍ରତାରଣାର ଶିକାର ହୋଇଛନ୍ତି । ହୁଲିମାଭୁରେ ରହୁଥିବା ଜଣେ ଯୁବକ ଏମିତି ଠକାମୀର ଶିକାର ହୋଇଛନ୍ତି । ଜୀବନ ସାଥୀ.କମରେ ନିଜର ପ୍ରୋଫାଇଲ୍ ସୃଷ୍ଟି କରି ଯୁବକ କନ୍ୟା ଖୋଜୁଥିଲେ। ଜଣେ ମହିଳା ତାଙ୍କ ସହ ଯୋଗାଯୋଗ କରିଥିଲେ। ଦୁହେଁ ବନ୍ଧୁ ହେଲେ, ଶ୍ରେୟା ବୋଲି ଯୁବତୀ ଜଣକ ପରିଚୟ ଦେଲେ । ଏହାପରେ ଦୁହେଁ ନିକଟତର ହେଲେ । ଅନଲାଇନରେ ବିବାହ ପ୍ରସ୍ତାବ ଦେଲେ ।

ଏହାପରେ ଯୁବତୀ ଜଣକ ଯୁବକଙ୍କୁ କହିଥିଲେ ଯେ ସେ ତାଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଯାଞ୍ଚ କରିବାକୁ ଚାହୁଁଛନ୍ତି । ସେ ଯୁବକଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ମଧ୍ୟ ପଠାଇଥିଲେ। ଏହାପରେ ଯୁବକ ଜଣକ ମଧ୍ୟ ନିଜର କିଛି ବ୍ୟକ୍ତିଗତ ଭିଡିଓ ପଠାଇଥିଲେ । କିଛି ସମୟ ପରେ ଯୁବତୀ ଜଣକ ଏକ କଲ କରି 1 ଲକ୍ଷ ଟଙ୍କା ନଦେଲେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ଧମକ ଦେଇଥିଲେ।

ଯୁବକଟି ଭୟ ପାଇ ସେ ଫୋନ୍ ପେ ମାଧ୍ୟମରେ ଟଙ୍କା ପଠାଇଥିଲେ । ଯୁବତୀ ଅଧିକ ଟଙ୍କା ଦେବା ପାଇଁ ହ୍ବାଟସ ଆପ୍ ମାଧ୍ୟମରେ ନିର୍ଯାତନା ଦେଇଥିଲେ। ଏହାପରେ ଯୁବକ ଜଣକ ହୁଲିମାଭୁ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ, ତେବେ ପୋଲିସ ଏନେଇ ତଦନ୍ତ ଜାରି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details