ଓଡିଶା

odisha

ETV Bharat / bharat

୧୪୦ଫୁଟ ତଳକୁ ଖସିଥିଲେ ଯୁବକ, ଉଦ୍ଧାର ପାଇଁ ଭୋର ୪ଟାରେ ସାଙ୍ଗଙ୍କୁ କଲେ କଲ୍

୧୪୦ ଫୁଟ୍ ତଳକୁ ଖସିପଡିଲେ ଯୁବକ, ସାଙ୍ଗମାନେ ମୃତଭାବି ଘରକୁ ଆସିବା ପରେ ଜୀବିତ ଥିବା ନେଇ କଲ୍ କରି ଜଣାଇଲେ । ଅଧିକ ପଢନ୍ତୁ...

By

Published : Oct 3, 2021, 1:56 PM IST

ଅଳ୍ପକେ ବର୍ତ୍ତିଲେ ସେଲଫି ନେବା ସମୟରେ ୧୪୦ ଫୁଟ୍ ତଳକୁ ଖସିପଡିଥିବା ଯୁବକ
ଅଳ୍ପକେ ବର୍ତ୍ତିଲେ ସେଲଫି ନେବା ସମୟରେ ୧୪୦ ଫୁଟ୍ ତଳକୁ ଖସିପଡିଥିବା ଯୁବକ

ବେଙ୍ଗାଲୁରୁ: ସେଲଫି ନେଉଥିବା ସମୟରେ ୧୪୦ ଫୁଟ୍ ତଳକୁ ଖସିପଡିଲେ ଯୁବକ । ସୌଭାଗ୍ୟବଶତଃ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କର୍ଣ୍ଣାଟକର ଗୋକାକ୍ ଜଳ ପ୍ରପାତ ନିକଟରେ ଘଟିଥିଲା ଏହି ଅଘଟଣ ।

ଯୁବକ ଜଣକ ପ୍ରଦୀପ ସାଗର ବୋଲି ଜଣାପଡିଛି, ଯିଏ ବେଲାଗାଭିର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ଗତକାଲି(ଶନିବାର) ପ୍ରଦୀପ ନିଜ ସାଙ୍ଗମାନଙ୍କ ସହିତ ଛୁଟି ମନାଇବା ପାଇଁ ଗୋକାକ୍ ଜଳପ୍ରପାତ ନିକଟକୁ ଯାଇଥିଲେ । ସେ ପଥର ଉପରେ ଛିଡାହୋଇ ସେଲଫି ନେବାବେଳେ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ସାଙ୍ଗମାନେ ଗୋକାକ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ରାତି ପର୍ଯ୍ୟନ୍ତ ସେମାନେ ପ୍ରଦୀପଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ସେମାନେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ଭାବି ଫେରି ଆସିଥିଲେ ।

କିନ୍ତୁ ପ୍ରଦୀପ ଆଶ୍ଚର୍ଯ୍ୟଜନକ ଭାବେ ଆଜି(ରବିବାର) ସକାଳ 4 ଟା ସମୟରେ ନିଜ ସାଙ୍ଗମାନଙ୍କୁ କଲ କରି ତାଙ୍କ ଲୋକେସନ୍ ସେୟାର କରିଥିଲେ । ଏନେଇ ପ୍ରଦୀପଙ୍କ ସାଙ୍ଗମାନେ ଗୋକାକ୍ ତାଲୁକର ସାମାଜିକ କାର୍ଯ୍ୟକର୍ତ୍ତା ଆୟୁବ ଖାନଙ୍କୁ ଖବର ଦେଇଥିଲେ । ଆୟୁବ ଖାନ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ନେଇ ପ୍ରଦୀପ ଫସି ରହିଥିବା 140 ଫୁଟ ଖାଲରୁ ଉଦ୍ଧାର କରିଛନ୍ତି । ତାଙ୍କୁ ଗୋକାକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details