ଓଡିଶା

odisha

ETV Bharat / bharat

Remarkable verdict: କୋଟିପତି କରିଦେଲା କ୍ଷତିପୂରଣ ରାଶି - compensation for bike accident

ବାଇକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ମିଳିଲା ୧.୫୮ କୋଟି ଟଙ୍କା । ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 22, 2023, 10:29 PM IST

ଥିରୁଅନନ୍ତପୁରମ: ବାଇକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମିଳିଲା ଦେଢ କୋଟି କ୍ଷତିପୂରଣ ରାଶି । ଆଶ୍ଚର୍ଯ୍ୟ ଲାଗୁଥିଲେ ଘଟଣାଟି ସତ । କେରଳ ପଥାନାମଥିଟ୍ଟାରେ ଜଣେ ବ୍ୟକ୍ତିଙ୍କୁ ଏହି ରେକର୍ଡ ମୂଲ୍ୟର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ସାରା ରାଜ୍ୟରେ କ୍ଷତିପୂରଣ ବାବଦକୁ ଏହି ରାଶି ସର୍ବାଧିକ ଥିବା ବେଳେ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କିଛି ଲୋକ ଏହାକୁ ସହଜରେ ବିଶ୍ବାସ କରିବା କଷ୍ଟକର ହୋଇପଡୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଆହତ ବ୍ୟକ୍ତିଙ୍କ ନାମ ଅଖିଲ କେ ବବି ବୋଲି ଜଣାପଡ଼ିଛି । ଯିଏକି ପଥାନାମଥିଟ୍ଟା ଜିଲ୍ଲାର ପ୍ରକ୍କାନାମ ଅଞ୍ଚଳର ଅଧିବାସୀ । ୨୪ ବର୍ଷୀୟ ଅଖିଲ ଗତ ୨୦୧୭ ମସିହାର ଜୁଲାଇ ୨୫ ତାରିଖରେ ଏଲାନ୍ଥୁର ଗଣପତି ମନ୍ଦିର ନିକଟରେ ବାଇକରେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ବାଇକରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଖିଲ ଗୁରୁତର ଭାବେ ଆହତ ହୋଇତିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢନ୍ତୁ- ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଯୁବକ ମୃତ

ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଅଖିଲଙ୍କୁ ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ହେଲେ ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ଅକାମି ହୋଇଯାଇଥିଲା । ଫଳରେ ସେ ଭିନ୍ନକ୍ଷମ ହୋଇଯାଇଥିଲେ । ଏ ନେଇ MACT କୋର୍ଟରେ ଏହି ଦୁର୍ଘଟଣା ମାମଲା ପହଞ୍ଚିବା ପରେ ମେଡିକାଲ ବୋର୍ଡ ପକ୍ଷରୁ ରିପୋର୍ଟ ମଧ୍ୟ ଦାଖଲ ହୋଇଥିଲା । ଏହି ଦୁର୍ଘଟଣାକୁ ୬ ବର୍ଷ ପୁରିବାର ୩ ଦିନ ପୂର୍ବରୁ କୋର୍ଟ ଶୁଣାଇଛନ୍ତି ବଡ଼ ରାୟ ।

କୋର୍ଟ ଅଖିଲଙ୍କ କ୍ଷତିପୂରଣ ବାବଦକୁ ୧ କୋଟି ୨ ଲକ୍ଷ ୪୯ ହଜାର ୪୪୦ ଟଙ୍କା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦୧୮ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ମାମଲା ରୁଜୁ ହୋଇଥିବା ବେଳେ ସେହି ଦିନଠାରୁ ସୁଦ୍ଧ ସହିତ ଏହି କ୍ଷତିପୂରଣ ଅର୍ଥ ଭରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧ ମାସ ମଧ୍ୟରେ ଦେଢ କୋଟି ଟଙ୍କା ଅଖିଲଙ୍କୁ ଦେବା ଲାଗି ନ୍ୟାସନାଲ ଇନ୍‌ସୁରାନ୍ସ କମ୍ପାନୀର ପଥାନାମଥିଟ୍ଟା ଶାଖା କାର୍ଯ୍ୟାଳୟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଏବେ ସବୁଠି ଲାଗି ରହିଛି ଚର୍ଚ୍ଚା ।

ABOUT THE AUTHOR

...view details