ଓଡିଶା

odisha

ETV Bharat / bharat

ବାନ୍ଧବୀ ଉଠାଇଲେନି ଫୋନ, ଆତ୍ମହତ୍ୟା କଲେ ଯୁବକ

ମହାରାଷ୍ଟ୍ର ମୁମ୍ବାଇର ଦେଓନାର ଅଞ୍ଚଳରେ ଅଭାବନୀୟ ଘଟଣା । ବାନ୍ଧବୀ ଫୋନ ନ ଉଠାଇବାରୁ ଯୁବକଙ୍କ ଆତ୍ମହତ୍ୟା । ଅଧିକ ପଢନ୍ତୁ

By

Published : Dec 10, 2021, 2:08 PM IST

Young man Suicide in Mumbai: ବାନ୍ଧବୀ ଉଠାଇଲେନି ଫୋନ, ଆତ୍ମହତ୍ୟା କଲେ ଯୁବକ
Young man Suicide in Mumbai: ବାନ୍ଧବୀ ଉଠାଇଲେନି ଫୋନ, ଆତ୍ମହତ୍ୟା କଲେ ଯୁବକ

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇର ଦେଓନାର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାନ୍ଧବୀ ଜଣକ ଫୋନ ନ ଉଠାଇବାରୁ ଆତ୍ମହତ୍ୟା(Young man attempt suicide in Mumbai) କରିଛନ୍ତି ଯୁବକ । ଉଭୟ ଏକ ବିଳମ୍ବିତ ରାତିରେ ଆୟୋଜିତ ପାର୍ଟି(Late night party)ରୁ ଫେରିବା ପରେ ଘଟିଛି ଏହି ଘଟଣା ।

ମୃତକଙ୍କ ନାମ ମାନବ ଲାଲୱାନି(୨୪) ବୋଲି ଜଣାପଡ଼ିଛି । ସ୍ଥାନୀୟ ଟ୍ରମ୍ବେ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଅଧିକାରୀ ସିଦ୍ଧେଶ୍ବର ଗୋଭେଙ୍କ କହିବାନୁସାରେ, ମାନବ ଓ ତାଙ୍କ ବାନ୍ଧବୀ ଏକ ପାର୍ଟିରେ ଯୋଗଦାନ ପରେ ବିଳମ୍ବିତ ରାତ୍ରିରେ ଘରକୁ ଫେରିଥିଲେ । ମାନବ ଘରକୁ ଫେରିବା ପରେ ବାନ୍ଧବୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଯୁବତୀ ଜଣକ ଫୋନ ନ ଉଠାଇନଥିଲେ । ମାନବ ବାରମ୍ବାର ଯୋଗାଯୋଗ କରିବା ପରେ ମଧ୍ୟ ଜବାବ ନ ମିଳିବାରୁ ସେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମାନବଙ୍କ ପିତାମାତା ମଙ୍ଗଳବାର ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ପାଇଁ CCTV ଫୁଟେଜ ପୋଲିସ ଯାଞ୍ଚ କରୁଛି । ପୋଲିସ ଏକ ମାମଲା ରୁଜୁ କରିବା ସହିତ ବାନ୍ଧବୀଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ ଜାରି ରିଖିଛି ।

@ANI

ABOUT THE AUTHOR

...view details