ଓଡିଶା

odisha

By ETV Bharat Odisha Team

Published : Aug 27, 2023, 8:30 PM IST

ETV Bharat / bharat

ବହୁଚର୍ଚ୍ଚିତ ଅତିକ ଅହମ୍ମଦ ହତ୍ୟାକାଣ୍ଡ, ତଦନ୍ତ ପାଇଁ ଯୋଗୀ ସରକାର ଖର୍ଚ୍ଚ କଲେଣି କୋଟିଏରୁ ଅଧିକ

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ମଫିଆ ହତ୍ୟା କାଣ୍ଡ ତଥା ଆତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ଅହମ୍ମଦ ହତ୍ୟା କାଣ୍ଡକୁ ନେଇ ଯୋଗି ସରକାରଙ୍କୁ ଦବାକୁ ପଡିଛି ବହୁ ମୂଲ୍ୟ ।ଏହି ଘଟଣାର ୫ ଜଣିଆ ତଦନ୍ତ କମିଟିକୁ ଦେଇଛନ୍ତି ୧ କୋଟି 34 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ମଫିଆ ହତ୍ୟା କାଣ୍ଡର ତଦନ୍ତ ପାଇଁ ଯୋଗୀ ସରକାରଙ୍କୁ ଦବାକୁ ପଡିଛି ବହୁ ମୂଲ୍ୟ
ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ମଫିଆ ହତ୍ୟା କାଣ୍ଡର ତଦନ୍ତ ପାଇଁ ଯୋଗୀ ସରକାରଙ୍କୁ ଦବାକୁ ପଡିଛି ବହୁ ମୂଲ୍ୟ

ଲକ୍ଷ୍ନୋ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ମାଫିଆ ଅତିକ ଅସ୍‌ରଫ ହତ୍ୟାକାଣ୍ଡର ତଦନ୍ତ ପାଇଁ ଯୋଗୀ ସରକାରଙ୍କୁ ଦବାକୁ ପଡ଼ିଛି ବହୁ ମୂଲ୍ୟ । ଉତ୍ତରପ୍ରଦେଶରେ ମାଫିଆ ରାଜକୁ ମୂଳପୋଛ କରିବା ପାଇଁ ଯୋଗୀ ସରକାର ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଯୋଗୀ ସରକାର ମାଫିଆ ଓ ଗୁଣ୍ଡାରାଜ ବିରୋଧରେ ଦିନକୁ ଦିନ କଠୋର ପଦେକ୍ଷପ ନେଉଥିବା ଦେଖବାକୁ ମିଳୁଛି । ଏମିତିକି ସେମାନଙ୍କ ଘର ଉପରେ ବୁଲ୍‌ଡୋଜର ଚଳାଇ ଦେଉଥିବା ଦୃଷ୍ୟ ଦେଖିବାକୁ ମିଳୁଛି । ଏଥିପାଇଁ ଯୋଗୀ ସରକାର ଅନ୍ୟ ନାମ ବୁଲ୍‌ଡୋଜର ସରକାର ଭାବେ ସାରା ଦେଶରେ ପରିଚିତ । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ମାଫିଆ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ଅହମ୍ମଦ ହତ୍ୟାକାଣ୍ଡକୁ ନେଇ ଯୋଗୀ ସରକାରଙ୍କୁ ଦବାକୁ ପଡ଼ିଛି ବହୁ ମୂଲ୍ୟ ।

ସୂଚନାଯୋଗ୍ୟ ଗତ ଏପ୍ରିଲ ୧୫ ତାରିଖରେ ଉତ୍ତରପ୍ରଦେଶର ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ଅହମ୍ମଦଙ୍କୁ ପ୍ରୟାଗରାଜ ପୋଲିସ ଗିରଫ କରିଥିଲା ।ଏହି ମାଫିଆ ୨ ଭାଇଙ୍କୁ ଡାକ୍ତରିମାଇନା କରିବା ପାଇଁ କାଲଭିନ ହସ୍ପିଚାଲକୁ ନିଆଯାଇଥିଲା ।ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ଅହମ୍ମଦଙ୍କୁ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ, ଯାହାଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ପୋଲିସ କଷ୍ଟଡିରେ ଥିବା ଏହି ୨ ମାଫିଆଙ୍କୁ କିଭଲି ହତ୍ୟା କରାଗଲା । ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ଯୋଗୀ ସରକାର ଉପରକୁ ପ୍ରଶ୍ନ ଉଠିଥିଲା ।

ଯାହାଫଳରେ ଯୋଗୀ ଆଦିତ୍ୟନାଥ ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ କରିବା ପାଇଁ ଗୃହ ବିଭାଗ ଏକ ୫ ଜଣିଆ କମିଟି ଗଠନ କରିଥିଲା । ଏହି ଘଟଣାର ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦିଲ୍ଲୀପ ବାବାସାହେବ ଭୋନ୍ସଲେଙ୍କ ଅଧ୍ୟକ୍ଷତାରେ ଏକ 5 ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ଯାହାଫଳରେ ଯୋଗୀ ସରକାର ଏହି କମିଟିକୁ 1 କୋଟି 34 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଗୋରୁ ଚରାଇବାକୁ କେନ୍ଦ୍ର କରି ହତ୍ୟା ! ଗୁଳିବିଦ୍ଧ ଅବସ୍ଥାରେ ମିଳିଲା ମୃତଦେହ

ଉତ୍ତରପ୍ରଦେଶର ଗୃହ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ କମିଟିର ଚେୟାରମ୍ୟାନ୍ ତଥା ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦିଲ୍ଲୀପ ବାବାସାହେବ ଭୋନ୍ସଲେଙ୍କୁ 30 ଲକ୍ଷ ଟଙ୍କା ପ୍ରଦାନ କରାଯିବ, କମିଟିର ଉପାଧ୍ୟକ୍ଷ ତଥା ଝାଡଖଣ୍ଡ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ବିରେନ୍ଦର ସିଂ, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଅରବିନ୍ଦ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଡିଜି ଆଇପିଏସ୍ ସୁବେଶ କୁମାର ସିଂ ଏବଂ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ବ୍ରିଜେଶ କୁମାର ସୋନିଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଁଏ ଦବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ କମିଟିର ତଦନ୍ତକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ରାହୁଲ ଅଗ୍ରୱାଲଙ୍କ ୫ ଲକ୍ଷ, ସହକାରୀ ଓକିଲ ନିଖିଲ ମିଶ୍ରଙ୍କୁ ୨ ଲକ୍ଷ ଏବଂ ଆଡିସନାଲ ଆଡ୍‌ଭୋକେଟ ଜେନେରାଲ ମନିଷ ଗୋୟାଲଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଘଟଣାର ତଦନ୍ତ ପାଇଁ ଯୋଗୀ ସରକାରଙ୍କ ତରଫରୁ ମୋଟ 1 କୋଟି 34 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details