ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶରେ ଜଳିବନି ବିହାର ମୃତକଙ୍କ ଜୁଇ - ଅନ୍ତିମସଂସ୍କାର

ଉତ୍ତରପ୍ରଦେଶରେ ଜଳିବନି ବିହାର ମୃତକଙ୍କ ମୃତଦେହ । ସୀମାନ୍ତରେ ଲାଗିଥିବା ଉତ୍ତରପ୍ରଦେଶର କିଛିଟା ଜିଲ୍ଲାକୁ ବିହାରରୁ ମୃତଦେହ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ପଢନ୍ତୁ...

ମୃତଦେହର ଅନ୍ତିମସଂସ୍କାର
ମୃତଦେହର ଅନ୍ତିମସଂସ୍କାର

By

Published : May 14, 2021, 12:33 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଳିବନି ବିହାର ମୃତକଙ୍କ ମୃତଦେହ । ସୀମାନ୍ତରେ ଲାଗିଥିବା ଉତ୍ତରପ୍ରଦେଶର କିଛିଟା ଜିଲ୍ଲାକୁ ବିହାରରୁ ମୃତଦେହ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିପାଇଁ ଉତ୍ତରପ୍ରଦେଶ ସରକାର ସୀମାରେ ପୋଲିସ କର୍ମଚାରୀ ନିୟୋଜିତ କରିଛନ୍ତି। ୟୁପି ସରକାରଙ୍କ ଏହି ଆଦେଶ ଦ୍ବାରା କୈମୁର ବାସିନ୍ଦା ମର୍ମାହତ ହୋଇଛନ୍ତି ।

ଧାର୍ମିକ ମାନ୍ୟତା ଅନୁସାରେ, ମୃତଦେହକୁ ସମ୍ମାନର ସହ ଅନ୍ତିମ ସଂସ୍କାର ନକଲେ ମୃତକ ମୋକ୍ଷ ପାଆନ୍ତି ନାହିଁ । ଉତ୍ତରପ୍ରଦେଶ ଗାଜିପୁର ଜିଲ୍ଲାରେ ମା ଗଙ୍ଗା ବହି ଯାଇଛନ୍ତି । ମୃତଦେହକୁ ପ୍ରାୟ ଗଙ୍ଗାଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ, ଏହାଦ୍ବାରା ମୃତକ ମୋକ୍ଷ ପାଏ ବୋଲି ମାନ୍ୟତା ରହିଛି । ମାତ୍ର ବର୍ତ୍ତମାନ ୟୁପି ସରକାର ଏହା ଉପରେ ରୋକ୍ ଲଗାଇଛନ୍ତି ।

ଗ୍ରାମବାସୀଙ୍କ ଅନୁସାରେ, ସୋମବାର ରାତି ପ୍ରାୟ 48ରୁ ଉର୍ଦ୍ଧ୍ବ ମୃତଦେହକୁ ସୀମାରୁ ଫେରେଇ ଦିଆଯାଇଛି । ସେଠାରେ ମୁତୟନ ଥିବା ଯବାନ ସେମାନଙ୍କୁ ଫେରେଇ ଦେଇଥିଲେ । ଯେଉଁ ରାଜ୍ୟର ମୃତଦେହ ସେହି ରାଜ୍ୟରେ ହିଁ ଅନ୍ତିମ ସଂସ୍କାର ହେବ । ପ୍ରକାଶଥାଉକି, ବିହାରର ବକ୍ସର ଜିଲ୍ଲାରେ ଥିବା ଗଙ୍ଗାତଟରେ 50ରୁ ଉର୍ଦ୍ଧ୍ବ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏହି ସମସ୍ତ ମୃତଦେହ ଉତ୍ତରପ୍ରଦେଶରୁ ଭାସିକି ଆସୁଥିବା ଅଭିଯୋଗ ହୋଇଥିଲା । ତେଣୁ ଏହି କାରଣ ଯୋଗୁ ଉତ୍ତରପ୍ରଦେଶ ସରକାର ଅନ୍ତିମ ସଂସ୍କାର ନେଇ ରୋକ୍ ଲଗାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details