ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ ଯୋଗୀ ସରକାରଙ୍କ କଡ଼ା ନିଷ୍ପତ୍ତି, ଜଣେ ଆକ୍ରାନ୍ତ ହେଲେ ସିଲ୍ ହେବ ୨୦ ଘର ‌ - କୋରୋନାକୁ ନେଇ ଯୋଗୀ ସରକାରଙ୍କ କଡ଼ା ନିଷ୍ପତ୍ତି

କୋରୋନା ସଂକ୍ରମଣକୁ ରୋକିବା ପାଇଁ ୟୁପିର ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ୍ କରାଯିବାକୁ ନେଇ ଯୋଗୀ ସରକାର ଘୋଷଣା କରିଥିବା ବେଳେ ଜଣେ ସଂକ୍ରମତି ମିଳିଲେ ୨୦ ଘର ସିଲ୍‌ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

କୋରୋନାକୁ ନେଇ ଯୋଗୀ ସରକାରଙ୍କ କଡ଼ା ନିଷ୍ପତ୍ତି, ଜଣେ ଆକ୍ରାନ୍ତ ମିଳିଲେ ୨୦ ଘର ହେବ ସିଲ୍
କୋରୋନାକୁ ନେଇ ଯୋଗୀ ସରକାରଙ୍କ କଡ଼ା ନିଷ୍ପତ୍ତି, ଜଣେ ଆକ୍ରାନ୍ତ ମିଳିଲେ ୨୦ ଘର ହେବ ସିଲ୍

By

Published : Apr 5, 2021, 8:18 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ନେଲେ କଠୋର ନିଷ୍ପତ୍ତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ବୃଦ୍ଧି କରାଯାଉଥିବାବେଳେ ୟୁପିର ଯୋଗୀ ସରକାର କୋରୋନାକୁ ଏଡାଇବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ୍ କରାଯିବାକୁ ନେଇ ଯୋଗୀ ସରକାର ଘୋଷଣା କରିଥିବା ବେଳେ ଜଣେ ସଂକ୍ରମତି ମିଳିଲେ ୨୦ ଘର ସିଲ୍‌ ହେବ ବୋଲି କହିଛନ୍ତି । ଏପରିକି ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେ ପାଖାପାଖି ଥିବା ୬୦ ଘର ସିଲ୍‌ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଯାହାଦ୍ବାରା କୋରୋନା ଆଖପାଖ ଅଞ୍ଚଳରେ ବ୍ୟାପିପାରିବ ନାହିଁ ।

ଲୋକମାନଙ୍କୁ ଏହି ପରିସ୍ଥିତିରେ ୧୪ ଦିନ ରହିବାକୁ ପଡ଼ିବ । ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଯୋଗୀ ସରକାରଙ୍କ ନିର୍ଦେଶ କ୍ରମେ ସହରରେ ଥିବା ଆପାର୍ଟମେଣ୍ଟ ପାଇଁ ନିୟମ କିଛି ଅଲଗା ରହିବ । ଆପାର୍ଟମେଣ୍ଟରୁ ଜଣେ କୋରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ସେହି ତାଲାକୁ ସିଲ୍‌ କରାଯିବାକୁ ଥିବା ବେଳେ ଦୁଇରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେ ଗୋଟିଏ ବ୍ଲକ୍‌ ସିଲ୍‌ କରାଯିବ । ପରେ ୧୪ ଦିନ ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ନହେଲେ କଣ୍ଟେନମେଣ୍ଟ ଜୋନ୍‌ ସମାପ୍ତ ହେବ ।

ABOUT THE AUTHOR

...view details