ନୂଆଦିଲ୍ଲୀ:ଉତ୍ତର ପ୍ରଦେଶରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଦିଲ୍ଲୀ ଗସ୍ତରେ ଯୋଗୀ ଆଦିତ୍ୟନାଥ । ଆଜି ପୂର୍ବାହ୍ନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ଯୋଗୀ କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିଛନ୍ତି । ପ୍ରଦେଶରେ ଯୋଗୀ 2.0 ସରକାର ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଶପଥ ନେବାକୁ ଥିବା ନୂଆ କ୍ୟାବିନେଟର ରୂରରେଖ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରେ ।
ଦିଲ୍ଲୀ ଗସ୍ତରେ ଥିବା ଯୋଗୀ ଆଜି ଦଳ ମୁଖ୍ୟ ଜେପି ନଡ୍ଡାଙ୍କ ସହ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ବିଜେପି ରାଜ୍ୟରେ ଗତ 37 ବର୍ଷର ରେକର୍ଡ ଭଙ୍ଗ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ସେହିପରି ରାଜ୍ୟ ଇତିହାସରେ ମଧ୍ୟ କ୍ରମାଗତ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ପ୍ରଥମ ରାଜନେତା ହେବେ ଯୋଗୀ ଆଦିତ୍ୟନାଥ ।