ଲକ୍ଷ୍ନୌ: ଆଜି ହିନ୍ଦି ସାମ୍ବାଦିକତା ଦିବସ । ଏହି ଅବସରରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଯେଉଁ ସାମ୍ବାଦିକ ମାନେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ସରକାର 10 ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ।
କୋରୋନାର ପରି ଏହି ସଙ୍କଟ ସମୟରେ ଡାକ୍ତର, ଡାକ୍ତରୀ କର୍ମଚାରୀ, ପୋଲିସ ଏବଂ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରି ସାମ୍ବାଦିକମାନେ ନିଜ ଜୀବନକୁ ବିପଦରେ ପକାଇ ଦେଶର ଲୋକଙ୍କ ନିକଟରେ ଖବର ପହଞ୍ଚାଉଛନ୍ତି ।