ଓଡିଶା

odisha

ETV Bharat / bharat

କାନ୍ଦାହାର ବିମାନ ଅପହରଣ ଘଟଣାରେ ମମତାଙ୍କୁ ପ୍ରଶଂସା କଲେ ଯଶବନ୍ତ ସିହ୍ନା

ଶନିବାର ଟିଏମସିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ ଭିନ୍ନ ଢଙ୍ଗରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Mar 13, 2021, 10:33 PM IST

ଟିଏମସିରେ ଯୋଗଦାନ ପରେ କାନ୍ଧାହାର ବିମାନ ଅପହରଣ ଘଟଣାରେ ମମତାଙ୍କୁ ପ୍ରଶଂସା କଲେ ଯଶୋବନ୍ତ ସିହ୍ନା
ଟିଏମସିରେ ଯୋଗଦାନ ପରେ କାନ୍ଧାହାର ବିମାନ ଅପହରଣ ଘଟଣାରେ ମମତାଙ୍କୁ ପ୍ରଶଂସା କଲେ ଯଶୋବନ୍ତ ସିହ୍ନା

କୋଲକାତା: ଶନିବାର ଟିଏମସିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ ଭିନ୍ନ ଢଙ୍ଗରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଦୁଇ ଦୁଇ ଦଶନ୍ଧି ପୂର୍ବରୁ ଆତଙ୍କବାଦୀମାନେ ଏୟାର ଇଣ୍ଡିଆ ବିମାନ ଅପହରଣ କରିବା ପ୍ରସଙ୍ଗରେ ମମତାଙ୍କ ସାହାସ ଓ ତ୍ୟାଗକୁ ପ୍ରଶଂସା କରିଛନ୍ତି ଯଶୋବନ୍ତ । ସେ କହିଛନ୍ତି 814 ଯାତ୍ରୀଙ୍କ ବଦଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ବନ୍ଧକ ଭାବରେ ଯିବାକୁ ପ୍ରସ୍ତାବ ଦେଇଥିଲେ ।

1999 ମସିହା ଡିସେମ୍ବର 24 ତାରିଖରେ ଏକ ଏୟାର ଇଣ୍ଡିଆ ବିମାନକୁ ଅପହରଣ କରି ଆଫଗାନିସ୍ତାନର କାନ୍ଦାହାରକୁ ନିଆଯାଇଥିଲା । ସେତେବେଳେ କ୍ୟାବିନେଟ୍ ବୈଠକରେ ସାହସିକତାର ସହ ଏକ ପ୍ରସ୍ତାବ ଦେଇଥିଲେ ମମତା ଜୀ । ତାଙ୍କ ବଦଳରେ ଆତଙ୍କବାଦୀମାନେ ଅନ୍ୟ ଯାତ୍ରୀଙ୍କୁ ଛାଡି ଦେବା ନେଇ ମମତା ସେତେବେଳେ ପ୍ରସ୍ତାବ ଦେଇଥିବା କହି ତାଙ୍କ ସାହସ ଓ ଧୈର୍ଯ୍ୟକୁ ପ୍ରଶଂସା କରଛନ୍ତି । ମମତା ଆରମ୍ଭରୁ ଜଣେ ସଂଗ୍ରାମୀ ରହିଆସିଛନ୍ତି। ସେ ନିଜ ଜୀବନକୁ ଭୟ କରନ୍ତି ନାହିଁ ବୋଲି ସିହ୍ନା କହିଛନ୍ତି ।

ଯଶୱନ୍ତ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କ୍ୟାବିନେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ। କାନ୍ଦାହାର ଅପହରଣ ମାମଲା ଚାଲିଥିବା ବେଳେ ବାନାର୍ଜୀ ରେଳ ମନ୍ତ୍ରୀ ଥିଲେ । କାଠମାଣ୍ଡୁର ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏକ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଉଡାଣ ଭରିଥିବା ବେଳେ ଆତଙ୍କବାଦୀ ମାନେ ଆଫଗାନର କାନ୍ଦାହାରକୁ ଅପହରଣ କରିନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details