ଓଡିଶା

odisha

ETV Bharat / bharat

Kotia Dispute: ଆନ୍ଧ୍ରର ରିଟ୍ ପିଟିସନ ସୁପ୍ରିମକୋର୍ଟରେ ଖାରଜ

କୋଟିଆ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରୁ ଝଟକା ଖାଇଲା ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପକ୍ଷରୁ କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହୋଇଥିଲା । ଯାହାକୁ ଖାରଜ କରିଛନ୍ତି ସର୍ବୋଚ୍ଚକୋର୍ଟ । ଅଧିକ ପଢନ୍ତୁ

By

Published : Mar 21, 2022, 8:20 PM IST

ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ
ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: କୋଟିଆ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରୁ ଝଟକା ଖାଇଲା ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପ୍ରଦେଶ ଲୋକ ପ୍ରତିନିଧି କୋଟିଆ ଆନ୍ଧ୍ରର ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହୋଇଥିଲା । ଯାହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଆନ୍ଧ୍ର ସରକାର ତଥା ସେଠାକାର ଲୋକ ପ୍ରତିନିଧି ଓଡିଶାର କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାସହ ନିକଟରେ ଓଡିଶା ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏହା ଅସିଦ୍ଧ ବୋଲି ଯୁକ୍ତି ଦର୍ଶାଇ ନିର୍ବାଚନକୁ ବାତିଲ ପାଇଁ ପ୍ରାର୍ଥନା କରିଥିଲେ । ଏହାସହ କୋଟିଆ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ନିବେଦନ କରିଥିଲେ ।

ଓଡିଶା ଏହାକୁ ବିରୋଧ କରିବା ସହ ଶୁଣାଣି ବେଳେ ଦୃଢ ଯୁକ୍ତି ଉପସ୍ଥାନ କରିଥିଲେ ଓଡିଶା ପକ୍ଷରୁ ଲଢୁଥିବା ଆଇନଜୀବୀ ଶିବ ଶଙ୍କର ମିଶ୍ର । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଆନ୍ଧ୍ରର ରିଟ ପିଟିଶନକୁ ଖାରଜ କରି ଦେଇଛନ୍ତି ।

ତେବେ ମୂଳ ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ କୋର୍ଟ ରାଜି ହୋଇଥିବାରୁ ମାମଲାକୁ ରଦ୍ଦ କରିବାକୁ ଦାବି କରିଥିଲା ଓଡିଶା। ପୂର୍ବ ଶୁଣାଣିରେ ଓଡିଶା ପକ୍ଷରୁ କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲା ଓଡିଶା ।

  • ଆନ୍ଧ୍ର ପକ୍ଷରୁ ଦାଏର ରିଟ୍ ପିଟିସନ ଖାରଜ
  • କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ ହୋଇଥିଲା
  • ଆନ୍ଧ୍ରର ପିଟିସନକୁ କଡ଼ା ଜବାବ ଦେଇଥିଲେ ଓଡ଼ିଶା ପକ୍ଷର ଓକିଲ
  • ଉଭୟ ପକ୍ଷକୁ ଶୁଣିବା ପରେ ଆନ୍ଧ୍ର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details