ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ଅଯୋଧ୍ୟାରେ କୁସ୍ତି ମହାସଂଘ ବିବାଦକୁ ନେଇ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ବୈଠକକୁ ସ୍ଥଗିତ କରାଯାଇଛି । ଭାଜପା ସାଂସଦ ତଥା କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଆଜି କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା । ମାତ୍ର ଅଚାନକ ଏହି ବୈଠକକୁ ରଦ୍ଦ କରାଯାଇଛି । କ୍ରୀଡା ମନ୍ତ୍ରଣୀଳୟ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ହୋଇଛି । 4 ସପ୍ତାହ ଯାଏଁ ଏହି ବୈଠକ ବସି ପାରିବ ନାହିଁ । ବୈଠକ ରଦ୍ଦ କରିବା ବ୍ରିଜ ଭୂଷଣଙ୍କ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି । ବୈଠକ ପରେ ବ୍ରିଜ ଭୂଷଣ ଇସ୍ତଫା ଦେଇପାରନ୍ତି ।
ଏହା ବି ପଢନ୍ତୁ...Wrestlers Protest End: ରେସଲରଙ୍କ ଧାରଣା ପ୍ରତ୍ୟାହୃତ, ତଦନ୍ତ କରିବ କମିଟି
ଗତକାଲି (ଶନିବାର) କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘ ସହାୟକ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ଯୌନ ନିର୍ଯାତନା ପ୍ରସଙ୍ଗକୁ ଭିତ୍ତିହୀନ ବୋଲି କହିଥିଲେ କୁସ୍ତି ମହାସଂଘ ସଚିବ । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେବା ଯାଏ WFI ଗତିବିଧି ଉପରେ ରୋକ ଲଗାଯାଇଛି । ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।