ଓଡିଶା

odisha

By

Published : Mar 27, 2022, 12:53 PM IST

ETV Bharat / bharat

ବିଶ୍ବ ରଙ୍ଗମଞ୍ଚ ଦିବସ: ଆଧୁନିକତା ଛାପରେ ହଜି ଯାଉଛି କି ରଙ୍ଗମଞ୍ଚ ?

ଆଜି ବିଶ୍ବ ରଙ୍ଗମଞ୍ଚ ଦିବସ । ରଙ୍ଗମଞ୍ଚ କଳାର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ରଙ୍ଗମଞ୍ଚ ପ୍ରତିଷ୍ଠାନ ଦ୍ବାରା ୧୯୬୧ରେ ଆରମ୍ଭ ହୋଇଥିଲା ବିଶ୍ବ ରଙ୍ଗ ମଞ୍ଚ ଦିବସ । ଅଧିକ ପଢନ୍ତୁ

ବିଶ୍ବ ରଙ୍ଗମଞ୍ଚ ଦିବସ: କଳାକାରଙ୍କ ପାଇଁ ଦିନଟିଏ
ବିଶ୍ବ ରଙ୍ଗମଞ୍ଚ ଦିବସ: କଳାକାରଙ୍କ ପାଇଁ ଦିନଟିଏ

ହାଇଦ୍ରାବାଦ:ଆଜି ବିଶ୍ବ ରଙ୍ଗମଞ୍ଚ ଦିବସ । ରଙ୍ଗମଞ୍ଚ କଳାର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ରଙ୍ଗମଞ୍ଚ ପ୍ରତିଷ୍ଠାନ ଦ୍ବାରା ୧୯୬୧ରେ ଆରମ୍ଭ ହୋଇଥିଲା ବିଶ୍ବ ରଙ୍ଗ ମଞ୍ଚ ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖରେ ଆନ୍ତର୍ଜାତିକ ରଙ୍ଗମଞ୍ଚ କେନ୍ଦ୍ର ପକ୍ଷରୁ ଏହି ଦିବସ ପାଳନ କରାଯାଏ । ଏହି ଅବସରରେ ଅନେକ ଜାତୀୟ ତଥା ଆନ୍ତର୍ଜାତିକ ରଙ୍ଗମଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

୧୯୬୨ ମସିହାରେ ଜିନ କକଟୋ ପ୍ରଥମ ରଙ୍ଗମଞ୍ଚ ଦିବସର ବାର୍ତ୍ତା ଲେଖିଥିଲେ । ତା ପରଠାରୁ ପ୍ରତିବର୍ଷ ବିଶ୍ବର ପ୍ରାୟ ୯୦ରୁ ଅଧିକ ବିଶ୍ବ ରଙ୍ଗମଞ୍ଚ କେନ୍ଦ୍ରରେ ୯୦ରୁ ଅଧିକ ବିଶ୍ବ ରଙ୍ଗମଞ୍ଚ କେନ୍ଦ୍ରରେ ବିଭିନ୍ନ ଉପାୟରେ ଏହି ଦିବସ ପାଳନ କରାଯାଏ । ବର୍ତ୍ତମାନ ଧିରେ ଧିରେ ନାଟକର ଚାହିଦା କମୁଥିବା ବେଳେ ନାଟକ ଲେଖୁଥିବା ନାଟ୍ୟକାର, ମଞ୍ଚକାର ଏବଂ କଳାକାରଙ୍କ ମଧ୍ୟରେ ଆଉ ଉତ୍ସାହ ଦେଖିବାକୁ ମିଳୁନାହିଁ ।

ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ରଙ୍ଗମଞ୍ଚ ଓ ଶାନ୍ତିର ଏକ ସଂସ୍କୃତି । ଏହାର ଲକ୍ଷ୍ୟ ହେଉଛି ରଙ୍ଗମଞ୍ଚକୁ ତାର ସମସ୍ତ ରୂପରେ ପ୍ରୋତ୍ସାହନ ଦେବା, ରଙ୍ଗମଞ୍ଚର ମୂଲ୍ୟବୋଧ ପ୍ରତି ଲୋକଙ୍କୁ ସଚେତନ କରିବା, ବ୍ୟାପକ ସ୍ତରରେ ରଙ୍ଗମଞ୍ଚ ସମୁଦାୟର କାର୍ଯ୍ୟକୁ ପ୍ରୋତ୍ସାହନ କରିବା ଏବଂ ଅନ୍ୟମାନଙ୍କ ସହ ରଙ୍ଗମଞ୍ଚର ଖୁସି ବାଣ୍ଟିବା ।

୧୮୭୭ ମସିହାରେ ମାହାଙ୍ଗାର କୋଟପଦାରେ ନାଟକ ବାବାଜୀରୁ ଆରମ୍ଭ ହୋଇଥିଲା ଓଡ଼ିଆ ନାଟକର ଅଭିଯାନ। ତତ୍କାଳୀନ ଜଗନମୋହନ ଲାଲାଙ୍କ ରଚନା ଓ ନିର୍ଦେଶନାରେ ଛାମୁଡ଼ିଆ ତଳେ ଓଡ଼ିଆ ନାଟକର ସ୍ତମ୍ଭ ସ୍ଥାପନ ହୋଇଥିଲା। ବିଂଶ ଶତାବ୍ଦୀର ଆରମ୍ଭରେ ନାଟକଟିଏ ଦେଖିବାକୁ ଲୋକେ ଟିକେଟ ପାଇଁ ଲାଇନ ଲଗାଉଥିଲେ । ଅଥଚ ଆଜିକାଲିର ନାଟ୍ୟସଂସ୍ଥାକୁ ନାଟକଟିଏ କରିବାକୁ ସରକାରଙ୍କ ସଂସ୍କୃତି ବିଭାଗ, ବ୍ୟବସାୟୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ୁଛି । ରାଜ୍ୟରେ ରଙ୍ଗମଞ୍ଚ ପାଇଁ ଭିତ୍ତିଭୂମିର ଅଭାବ ସହିତ ସରକାରୀ ପ୍ରୋତ୍ସାହନ ମିଳୁନଥିବା ବେଳେ କଳାକାରଙ୍କ ଜୀବନ, ଜୀବିକା ଏବେ ଦୁର୍ବିସହ ହୋଇପଡିଛି ।

ABOUT THE AUTHOR

...view details