ହାଇଦ୍ରାବାଦ: ଦେଶ ତାର ସୀମା ଓ ଭୌଗଳିକ ପରିସ୍ଥିତି ଯୋଗୁଁ ଚିହ୍ନିତ ହୋଇଥାଏ । ଏହା ପରେ ଏହାର ସବୁଠାରୁ ବଡ ପରିଚୟ ହେଉଛି ତାର ଭାଷା । ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ । ସଂସ୍କୃତିର ଅତୁଟ ଅଂଶ ହିନ୍ଦୀ । ଶତାବ୍ଦୀ ଧରି ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରିଆସୁଛି । ଆଜି ହେଉଛି ବିଶ୍ବ ହିନ୍ଦୀ ଦିବସ (World Hindi Day) । ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଜାତୀୟ ହିନ୍ଦୀୟ ଦିବସ ଭାବେ ପାଳନ କରାଯାଉଥିବାବେଳେ ଜାନୁଆରୀ ୧୦କୁ ବିଶ୍ବ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।
ବିଶ୍ବର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିନ୍ଦୀ । ଏହା ଭାରତର କୋଟି କୋଟି ଲୋକଙ୍କର ମାତୃଭାଷା ଅଟେ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ଆଜିର ଦିନକୁ ବିଶ୍ବ ଦିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।ବିଶ୍ବରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଏହିଦିନ ବିଶ୍ବରେ ନିବନ୍ଧ ପ୍ରତିଯୋଗିତା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରାଯାଏ ।
୧୯୭୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଥମ ବିଶ୍ବ ହିନ୍ଦୀ ଦିବସ ସମ୍ମିଳନୀର ଉଦଘାଟନ କରିଥିଲେ । ସେହି ବର୍ଷ ଭାରତ, ମରିସିସ, ୟୁନାଇଟେଡ କିଙ୍ଗଡମ, ଟୋବେଗୋ, ଆମେରିକା ଭଳି ଦେଶରେ ବିଶ୍ବ ହିନ୍ଦୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ୨୦୦୬ରେ ବିଶ୍ବ ହିନ୍ଦୀ ଦିବସ ପାଳନ ହୋଇଥିଲା । ସେବେଠୁ ସବୁ ବର୍ଷ ଆଜିର ଦିନରେ ଏହି ଦିବସ ପାଳନ ହେଉଛି ।
ଜାତୀୟ ହିନ୍ଦୀ ଦିବସ ଓ ବିଶ୍ବ ହିନ୍ଦୀ ଦିବସ ମଧ୍ୟରେ ଫରକ...