ନୂଆଦିଲ୍ଲୀ: ଜୋରଦାର ହଙ୍ଗାମା ମଧ୍ୟରେ ଏଥର ଧୋଇଯାଇଛି ଏଥର ସଂସଦର ମୌସୁମୀ ଅଧିବେଶନ । ବୁଧବାର ପଡିଛି ଗଣତନ୍ତ୍ର ମନ୍ଦିରର ପହଡ । ହେଲେ ଏହି ମନ୍ଦିର ଭିତରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ । ଆଉ ପଦ ତଳେ ଦଳିତ ହୋଇଛି କୋଟି କୋଟି ଜନସାଧାରଣଙ୍କ ଆଶା ଓ ବିଶ୍ବାସ ।
ବିରୋଧୀଙ୍କ ମର୍ଯ୍ୟାଦା ଉଲ୍ଲଂଘନ, CCTV ସାମ୍ନାକୁ ଆଣିଲା ଧସ୍ତାଧସ୍ତି ଦୃଶ୍ୟ - ରାଜ୍ୟସଭା ହଙ୍ଗାମା
ମୌସୁମୀ ଅଧିବେଶନର ଶେଷ ଦିନରେ ରଣକ୍ଷେତ୍ର ପାଲିଟିଥିଲା ସଂସଦ । ଚିତ୍କାର, ଗର୍ଜନ ଓ ହୋହାଲ୍ଲା ସାଙ୍ଗକୁ ଧସ୍ତାଧସ୍ତି । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଅଧିକ ପଢନ୍ତୁ...
ମୌସୁମୀ ଅଧିବେଶନର ଶେଷ ଦିନରେ ରଣକ୍ଷେତ୍ର ପାଲିଟିଥିଲା ସଂସଦ । ଚିତ୍କାର, ଗର୍ଜନ ଓ ହୋହାଲ୍ଲା ସାଙ୍ଗକୁ ଧସ୍ତାଧସ୍ତି । ଭିତରେ ଘଟିଥିବା ଘଟଣାକୁ ନେଇ ଆଜି ଦିନ ତମାମ ଜାରି ରହିଛି ଆରୋପ ଓ ପ୍ରତ୍ୟାରୋପ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ରାଜ୍ୟସଭାର ସିସିଟିଭି ଫୁଟେଜ ।
ବିରୋଧୀ ଦଳର ସାଂସଦ ରାଜ୍ୟସଭାରେ ଜୋରଦାର ପ୍ରଦର୍ଶନ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି । ଏହି ସମୟରେ ମାର୍ଶାଲମାନେ ସାଂସଦଙ୍କୁ ଅଟକାଇବାକୁ ପ୍ରୟାସ କରୁଛନ୍ତି । ଆଉ ଅଣାୟତ ମାନ୍ୟବର ସାଂସଦଗଣ ମାର୍ଶାଲଙ୍କ ସହ କରୁଛନ୍ତି ଧସ୍ତାଧସ୍ତି । କେବଳ ଏତିକି ନୁହେଁ, କିଛି ସାଂସଦ ବେଞ୍ଚ ଉପରେ ଚଢି ମହିଳା ସାଂସଦଙ୍କ ସହ ଧସ୍ତାଧସ୍ତି ଓ ଅସଦାଚରଣ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।