ଓଡିଶା

odisha

୨୨ଟି ଦେଶ ଯାତ୍ରା କରିବେ ୨୩ ବର୍ଷୀୟ ଯୁବତୀ

By

Published : Nov 24, 2022, 3:53 PM IST

ପଲକ୍କଡ ଓଟାପଲମ ର ବାସିନ୍ଦା ଅରୁଣିମା । ଯିଏକି ସାଇକେଲରେ ୨୨ଟି ଦେଶର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଅରୁଣିମା । ଅଧିକ ପଢନ୍ତୁ

୨୨ଟି ଦେଶ ଯାତ୍ରା କରିବେ ୨୩ ବର୍ଷୀୟ ଯୁବତୀ
୨୨ଟି ଦେଶ ଯାତ୍ରା କରିବେ ୨୩ ବର୍ଷୀୟ ଯୁବତୀ

ଥିରୁଅନନ୍ତପୁରମ:ମହିଳାମାନେ ସବୁ କିଛି କରିପାରନ୍ତି । ଏଭଳି କିଛି ବାର୍ତ୍ତା ନେଇ ସାଇକେଲରେ ୨୨ଟି ଦେଶ ଯାତ୍ରା ଆରମ୍ଭ କରିବେ ଜଣେ ୨୩ ବର୍ଷୀୟ ଯୁବତୀ । ତେବେ ପଲକ୍କଡ ଓଟାପଲମର ବାସିନ୍ଦା ଅରୁଣିମା । ଯିଏକି ନିଜର ଯାତ୍ରା ଆରମ୍ଭ କରିସାରିଥିବା ବେଳେ ୨୨ଟି ଦେଶକୁ ଯିବା ପାଇଁ ୨୫୦୦୦ କିଲୋମିଟରରୁ ଅଧିକ ସାଇକେଲରେ ଯାତ୍ରା କରିବାକୁ ଯୋଜନା କରିଛନ୍ତି । ଏଥିସହ ତାଙ୍କର ଶେଷ ଯାତ୍ରା ଆଫ୍ରିକା ରହିବ ବୋଲି ସେ କହିଛନ୍ତି ।

ଅରୁଣିମା ପ୍ରଥମେ ନିଜର ପୈତୃକ ସ୍ଥାନରୁ ସାଇକେଲ ଯାତ୍ରା ଆରମ୍ଭ କରି ମୁମ୍ବାଇ ଯିବେ । ଏଥିସହ ମୁମ୍ବାଇରୁ ଓମାନ ଓ ପରେ ସେଠାରୁ ଅନ୍ୟଦେଶକୁ ଯିବା ପାଇଁ ସାଇକେଲ ଯାତ୍ରା ଆରମ୍ଭ କରିବେ । ଏନେଇ ଅରୁଣିମା କହିଛନ୍ତି , "ମୁଁ ବିଚାର କରିଛି ଯାତ୍ରା ସମୟରେ ଟେଣ୍ଟରେ ରହିବାକୁ । ଏଥିପାଇଁ ଟେଣ୍ଟରେ ରହିବାକୁ ସମସ୍ତ ସୁବିଧା ମଧ୍ୟ ରହିଛି ।"

୨୨ଟି ଦେଶ ଯାତ୍ରା କରିବେ ୨୩ ବର୍ଷୀୟ ଯୁବତୀ

ସେ ଆହୁରି ମଧ୍ୟ କହିଛନ୍ତି, ସେ ଏହି ଦେଶଗୁଡିକରେ ଏକୁଟିଆ ଯାତ୍ରା କରିବା ସମୟରେ ସମ୍ମୁଖୀନ ହେଉଥିବା ଅନେକ ବିପଦ ବିଷୟରେ ସେ ଭଲ ଭାବରେ ଜାଣିଛନ୍ତି । ଏନେଇ ସେ ଏକୁଟିଆ ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏଥିସହ ଦୁଇ ବର୍ଷ ମଧ୍ୟରେ ତାଙ୍କର ଏହି ଅଭିଯାନ ଶେଷ କରିବେ ବୋଲି କହିଥିବା ବେଳେ ତାଙ୍କ ପିତାମାତା ତାଙ୍କୁ ଏଥିପାଇଁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି ।

୨୨ଟି ଦେଶ ଯାତ୍ରା କରିବେ ୨୩ ବର୍ଷୀୟ ଯୁବତୀ

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details