ଅମରାବତୀ:ଦିଲ୍ଲୀର ଶ୍ରଦ୍ଧା ଓ୍ବାକରଙ୍କୁ ତାଙ୍କ ଲିଭ ଇନ ପାର୍ଟନର ଅଫତାବ ହତ୍ୟାକରି ୩୫ ଖଣ୍ଡ କରିବା ଘଟଣା ଦେଶବାସୀଙ୍କୁ ଚକିତ କରିଦେଇଥିବା ବେଳେ ଏବେ ପୁଣି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ପୁଣି ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ସାଧାରଣ ବଚସାରୁ ନାରକୀୟ କାଣ୍ଡ । ଯୁବତୀଙ୍କୁ ହତ୍ୟାକରି ଖଣ୍ଡଖଣ୍ଡ କରି ଡ୍ରମରେ ରଖିଥିଲା ଯୁବକ । ସତ ଯେପରି ସାମ୍ନକୁ ନଆସେ ସେଥିପାଇଁ ମାଷ୍ଟର ପ୍ଲାନ ରଚିଥିଲା ସଇତାନ ଯୁବକ । ବିଶାଖାପାଟଣାର ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରେ ଥିବା ଗୋଟିଏ ଘରୁ ପୋଲିସ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୋଲିସ ଗୋଟିଏ ପ୍ଲାଷ୍ଟିକ ଡ୍ରମ୍ ଭିତରୁ ଉଦ୍ଧାର କରିଛି । ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ । ତେବେ ମୃତଦେହର ଖଣ୍ଡ ସମ୍ପୂର୍ଣ୍ଣ ରୂପେ ପଚିଯାଇଥିବା ବେଳେ ଡ୍ରମ ଭିତରେ ବର୍ଷେରୁ ଅଧିକ ସମୟ ରହିଥିବା ଆକଳନ କରିଛି ପୋଲିସ । ଏହି ଘଟଣାରେ ଋଷିବର୍ଦ୍ଧନ ନାମକ ଜଣେ ୪୦ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି ।
ପୋଲିସର ସୂଚନାଅନୁସାରେ, ମେ ୨୦୨୧ରେ ଏହି ହତ୍ୟାକାଣ୍ଡ ହୋଇଥିଲା । ତେବେ ପ୍ରାୟ ଦେଢ ବର୍ଷ ପରେ ରବାବାର ରାତିରେ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଋଷି ନିଜ ସ୍ତ୍ରୀ ଏବଂ ଝିଅ ସହ ଭଡାରେ ରହୁଥିଲେ । ଘଟଣା ଦିନ ରାତିରେ ଏକ ଅଟୋରେ ସମ୍ପୃକ୍ତ ମହିଳାଙ୍କୁ ଭେଟିଥିଲେ ରିଷି । ତେବେ ସେଦିନ ରାତିରେ ରିଷିଙ୍କ ସ୍ତ୍ରୀ ଘରେ ନଥିବାରୁ ତାଙ୍କୁ ଘରକୁ ଆଣିଥିଲେ । ତେବେ କୌଣସି କାରଣରୁ ଉକ୍ତ ମହିଳା ଏବଂ ଋଷିଙ୍କ ମଧ୍ୟରେ ଝଗଡା ହେବାରୁ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିବା ସନ୍ଦେହ କରୁଛି ପୋଲିସ ।