ପାଟନା: ବିହାରରେ ଲଜ୍ଜା । ଘରେ ପଶି ଚୋରି କରୁଥିଲେ ତିନି ଚୋର । ଚୋରି କରିବାକୁ ଅଟକାଇବାରୁ ଦୁଷ୍କର୍ମର ଶିକାର ହେଲେ ମହିଳା । 2 ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରିବା ସହ ବୋହୂ ସାମ୍ନାରେ ଶାଶୁକୁ ଦୁଷ୍କର୍ମ କରିଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବିହାର ସମସ୍ତିପୁର ଜିଲ୍ଲାରେ ।
ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଚୋର ମାନେ ସମସ୍ତିପୁର ଜିଲ୍ଲାରେ ଜଣଙ୍କ ଘରେ ପଶି ଚୋରି କରୁଥିଲେ । ବନ୍ଧୁକ ମୁନରେ 2 ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ ନେଇଛନ୍ତି ଡକାୟତ ମାନେ । ଜଣେ ମହିଳା ଚୋରି କରିବାକୁ ଚୋରଙ୍କୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଚୋର ମାନେ ମହିଳାଙ୍କ ବୋହୂ ସମ୍ମୁଖରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅଙ୍ଗାର ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଗ୍ରାମରେ ଏହି ଘଟଣା ଘଟିଛି ।
ଶାଶୁ ବୋହୂଙ୍କ ଉପସ୍ଥିତିରେ ଚୋର ମାନେ ଡକାୟତ ପାଇଁ ଘରେ ପ୍ରବେଶ କରିଥିଲେ । ଏହାପରେ ଘରେ ଥିବା ଟଙ୍କା ଓ ସୁନା ଚୋରି କରିବାରେ ଲାଗିଥିଲେ । ଉଭୟଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା 2 ଲକ୍ଷ ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲେ। ପୀଡିତା ମହିଳା ଡକାୟତଙ୍କୁ ଚୋରି କରିବାକୁ ମନା କରିଥିଲେ । ଚୋରି କରିବାକୁ ମନା କରିବାରୁ ମହିଳାଙ୍କ ଦୁଷ୍କର୍ମ କରିଥିଲେ ଡକାୟତ । ଏହା ଦେଖି ପାଖରେ ଥିବା ମହିଳାଙ୍କ ବୋହୂ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଚୋର ।