ଓଡିଶା

odisha

ETV Bharat / bharat

ସିମ୍ପାଞ୍ଜି ପ୍ରେମରେ ଯୁବତୀ, ଦିନେ ନ ଦେଖିଲେ ଋଷୁଛି ପ୍ରେମିକ - ବେଲଜିୟମର ଆଣ୍ଟେରେପ୍‌ ଚିଡ଼ିଖାନା

ବେଲଜିୟମରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀ ଏକ ସିମ୍ପାଞ୍ଜି ପ୍ରେମରେ ପଡ଼ିଯାଇଛନ୍ତି । ଯୁବତୀ କହୁଛନ୍ତି ଯେ, ସେ ସିମ୍ପାଞ୍ଜିକୁ ଭଲ ପାଇ ବସିଛନ୍ତି। ଆଉ ତା ବିନା ସେ ବଞ୍ଚିପାରିବେ ନାହିଁ । ଅଧିକ ପଢନ୍ତୁ...

ସିମ୍ପାଞ୍ଜି ପ୍ରମରେ ଯୁବତୀ, ଦିନେ ନ ଦେଖିଲେ ଅଭିମାନ କରୁଛି ପ୍ରେମିକ
ସିମ୍ପାଞ୍ଜି ପ୍ରମରେ ଯୁବତୀ, ଦିନେ ନ ଦେଖିଲେ ଅଭିମାନ କରୁଛି ପ୍ରେମିକ

By

Published : Aug 24, 2021, 1:19 PM IST

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଝିଅଟିଏ ପୁଅକୁ ଭଲ ପାଇବା କିମ୍ବା ପୁଅଟିଏ ଝିଅକୁ ଭଲପାଇବା ଶୁଣିଥିବେ। ଏଥି ସହିତ, ପ୍ରେମରେ ପାଗଳ ପ୍ରେମୀମାନେ ଭଲପାଇବା ବେଳେ ରୂପ, ରଙ୍ଗ, ଜାତି, ଧର୍ମରେ କିଛି ବି ଦେଖିନଥାନ୍ତି । କିନ୍ତୁ ବେଲଜିୟମରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀ ଏକ ସିମ୍ପାଞ୍ଜି ପ୍ରେମରେ ପଡ଼ିଯାଇଛନ୍ତି । ଯୁବତୀ କହୁଛନ୍ତି ଯେ, ସେ ସିମ୍ପାଞ୍ଜିକୁ ଭଲ ପାଇ ବସିଛନ୍ତି। ଆଉ ତା ବିନା ସେ ବଞ୍ଚିପାରିବେ ନାହିଁ ।

ମିଳିଥିବା ସୂଚନା ଅନୁସାରେ ବେଲଜିୟମର ଆଣ୍ଟେରେପ୍‌ ଚିଡ଼ିଆଖାନାରେ ରହୁଥିବା ସିମ୍ପାଞ୍ଜି ପ୍ରେମରେ ବାୟା ହୋଇଛନ୍ତି ଆଡି ଟିମରମ୍ୟାନ୍ସ। ୩୮ ବର୍ଷୀୟ ସିମ୍ପାଞ୍ଜୀ ‘ଚିତା’କୁ ଯୁବତୀ ଜଣଙ୍କ ଏତେ ଭଲ ପାଆନ୍ତି ଯେ ସେ ସବୁ ସପ୍ତାହରେ ତାକୁ ଦେଖାକରିବାକୁ ଯାଆନ୍ତି । ଦୁହେଁ ଗ୍ଲାସର ଉଭୟ ପାର୍ଶ୍ବରୁ ପରସ୍ପରକୁ ଭେଟନ୍ତି ଏବଂ ଫ୍ଲାଇଙ୍ଗ୍ କିସ ଦିଅନ୍ତି । ଏହାସହ ଯୁବତୀ ଜଣକ ସିମ୍ପାଞ୍ଜିକୁ ତାଙ୍କ ଜୀବନସାଥୀ ରୂପେ ମାନି ସାରିଛନ୍ତି । ସେପଟେ ଆଡିଙ୍କୁ ମଧ୍ୟ ନିଜ ହୃଦୟ ଦେଇସାରିଛି ଚିତା। କିନ୍ତୁ ଆଣ୍ଟେରେପ୍‌ ଚିଡ଼ିଖାନାର କର୍ତ୍ତୃପକ୍ଷ ଯୁବତୀ ଏବଂ ସିମ୍ପାଞ୍ଜିର ପ୍ରେମକୁ ଗ୍ରହଣ କରି ପାରୁନାହାନ୍ତି । ସେମାନେ ଯୁବତୀକୁ ବାରଣ କରିଛନ୍ତି ଏବଂ ତାଙ୍କୁ ପ୍ରାଣୀ ଉଦ୍ୟାନରେ ପ୍ରବେଶ କରିବାକୁ ମନା ମଧ୍ୟ କରି ଦେଇଛନ୍ତି । ସେ କହିଛନ୍ତି ଯେ ସିମ୍ପାଞ୍ଜିର ଯୁବତୀଙ୍କ ପ୍ରତି ଥିବା ପ୍ରେମ ପରେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଯୁବତୀଙ୍କ ପ୍ରତି ତାର ପ୍ରେମ ହେତୁ ଅନ୍ୟ ସିମ୍ପାଞ୍ଜିମାନେ ତାଙ୍କଠାରୁ ନିଜକୁ ଦୂରେଇ ସାରିଲେଣି ।

ଏପଟେ ଯେତେବେଳେ ଯୁବତୀ ଜଣକ ସେଠାକୁ ନ ଆସନ୍ତି, ସିମ୍ପାଞ୍ଜି ମଧ୍ୟ ଏକୁଟିଆ ଦୁଃଖରେ ବସୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସିମ୍ପାଞ୍ଜିକୁ ପାଗଳ ପରି ପ୍ରେମ କରୁଥିବା ଯୁବତୀ ଜଣକ କହିଛନ୍ତି ଯେ, ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ତାଙ୍କ ପ୍ରତି ଅନ୍ୟାୟ କରିଥିବା କହିଛନ୍ତି। ସେ କହିଛନ୍ତି, ‘ଯେତେବେଳେ ଅନ୍ୟ ପରିଦର୍ଶକଙ୍କୁ ସିମ୍ପାଞ୍ଜି ସହିତ ସମୟ ବିତାଇବାକୁ ଅନୁମତି ଦିଆଯାଉଛି, ତେବେ ମୋତେ କାହିଁକି ଅଟକା ଯାଉଛି? ମୁଁ ତାଙ୍କୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଉନାହିଁ। ମୁଁ ତାକୁ କେବଳ ଭଲ ପାଏ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details