ଓଡିଶା

odisha

By

Published : Jul 5, 2021, 7:34 PM IST

ETV Bharat / bharat

ଆଇସିୟୁରେ ଆଇସକ୍ରିମ ଖାଇ ମହିଳାଙ୍କ ମୃତ୍ୟୁ

ଆଇସକ୍ରିମ ଖାଇ କାହାକୁ ମରିବାର ଶୁଣିଛନ୍ତି ? କଥାଟି ଟିଏକ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ନାଗାଲାଣ୍ଡରେ ଆଇସକ୍ରିମ ଖାଇ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଆଇସିୟୁରେ ଆଇସକ୍ରିମ ଖାଇ ମହିଳାଙ୍କ ମୃତ୍ୟୁ
ଆଇସିୟୁରେ ଆଇସକ୍ରିମ ଖାଇ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଖରାଦିନ ଆଉ ଆଇସକ୍ରିମ । ପ୍ରାୟ ସମସ୍ତଙ୍କୁ ଆଇସକ୍ରିମ ଖାଇବାକୁ ଭଲଲାଗେ । ହେଲେ ଆଇସକ୍ରିମ ଖାଇ କାହାକୁ ମରିବାର ଶୁଣିଛନ୍ତି ? କଥାଟି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ନାଗାଲାଣ୍ଡରେ ଆଇସକ୍ରିମ ଖାଇ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

ଡାକ୍ତରଖାନାର ଆଇସିୟୁରେ ଆଇସକ୍ରିମ ଖାଇବା କ୍ଷଣି ଅଚାନକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । 29 ବର୍ଷର ରୋଜି ସାଙ୍ଗମା ଆଇସିୟୁରେ ଆଇସକ୍ରିମ କାଇ ପ୍ରାଣ ହରାଇଛନ୍ତି । ଆଉ ଏହାର ଦିନକ ପରେ ଗୋଟିଏ ହୋଟେଲରୁ ମିଳିଛି ତାଙ୍କ ପୁତୁରା ସ୍ୟାମୁଏଲଙ୍କ ମୃତଦେହ ।

ନାଗାଲାଣ୍ଡ ଦିମାପୁରର ସ୍ୟାମୁଏଲ ସାଙ୍ଗମା ଦିଲ୍ଲୀରେ ନିଜ ମାଉସୀ ରୋଜିଙ୍କ ସହ ଭଡାଘରେ ରହୁଥିଲେ । 23 ଜୁନ ରାତିରେ ଅଚାନକ ରୋଜିଙ୍କ ହାତ ଗୋଡରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସ୍ୟାମୁଏଲ ନିଜ ମାଉସୀଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

24 ଜୁନ ସକାଳେ ରୋଜିଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଧିରେଧିରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହୋଇଥିଲା । ଡାକ୍ତରଙ୍କ ଉପସ୍ଥିତିରେ ଆଇସକ୍ରିମ ଖାଇଥିଲେ ରୋଜି । ଆଉ ଏହାର କିଛି ସମୟ ପରେ ପୁଣି ତାଙ୍କ ସ୍ବାସ୍ଥ୍ୟ ବିଗିଡିଯାଇଥିଲା । ଫଳରେ ସେ ପ୍ରାଣ ହରାଇଥିଲେ ।

ରୋଜିଙ୍କ ମୃତ୍ୟୁର 24 ଘଣ୍ଟା ପରେ ଗୋଟିଏ ହୋଟେଲରୁ ମିଳିଛି ସ୍ୟାମୁଏଲଙ୍କ ମୃତ ଦେହ । ଘଟଣାକୁନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ ଓ ଗୁରୁଗ୍ରାମ କ୍ରାଇମବ୍ରାଞ୍ଚ ।

ABOUT THE AUTHOR

...view details