ଓଡିଶା

odisha

ETV Bharat / bharat

କୋଭିଡ ତଥ୍ୟ ଲୁଚାଇଛି ଯୋଗୀ ସରକାର, SP କ୍ଷମତାକୁ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଳେଶ

ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିଲେ କୋଭିଡ ମୁକାବିଲାର ଅଡିଟ କରିବ ଏସପି । ତଥ୍ୟ ଲୁଚାଯାଇଥିବା ଅଭିଯୋଗ ଆଣି ବିଜେପି ସରକାର ଉପରେ ବର୍ଷିଲେ ଅଖିଳେଶ । ଅଧିକ ପଢନ୍ତୁ...

କୋଭିଡ ତଥ୍ୟ ଲୁଚାଇଛି ଯୋଗୀ ସରକାର, SP କ୍ଷମତାକୁ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଳେଶ
କୋଭିଡ ତଥ୍ୟ ଲୁଚାଇଛି ଯୋଗୀ ସରକାର, SP କ୍ଷମତାକୁ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଳେଶ

By

Published : Jul 11, 2021, 5:22 PM IST

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ତେବେ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିଲେ କୋଭିଡ ମୃତ୍ୟୁର ଲୁଚାଯାଇଥିବା ତଥ୍ୟ ସାମ୍ନାକୁ ଆଣିବ ସମାଜବାଦୀ ପାର୍ଟି । ଆଜି ଏପରି କିଛି ଘୋଷଣା କରିଛନ୍ତି ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ କୋଭିଡ ମୃତ୍ୟୁ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜନତାଙ୍କ ଠାରୁ ଲୁଚାଯାଇଛି ଓ କିଛି କ୍ଷେତ୍ରରେ ମିଥ୍ୟା ତଥ୍ୟ ମଧ୍ୟ ଦିଆଯାଇଛି । ତେବେ ସେ କ୍ଷମତାକୁ ଆସିଲେ ଏ ସଂକ୍ରାନ୍ତରେ ଏକ ଅଡିଟ କରି ସମସ୍ତ ସତ୍ୟ ସାମ୍ନାକୁ ଆଣିବେ ।

କୋଭିଡ ତଥ୍ୟ ଲୁଚାଇଛି ଯୋଗୀ ସରକାର, SP କ୍ଷମତାକୁ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଳେଶ

ସେହିପରି ଅଖିଳେଶ ଆହୁରି ମଧ୍ୟ କହିଛନ୍ତି ଚଳିତ ସରକାରରେ ତଥ୍ୟ ଲୁଚାଇବାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସେ ଅଭିଯୋଗ ଆଣିଛନ୍ତି ଯେ, ଚଳିତ ମହାମାରୀରେ ଉତ୍ତର ପ୍ରଦେଶରେ ଜନତା ସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ସରକାର ଲୋକଙ୍କୁ ମୋଳିକ ସ୍ବାସ୍ଥ୍ୟ ସୁବିଧା ମଧ୍ୟ ଯୋଗାଇବାରେ ବିଫଳ ହୋଇଛି । ଅତ୍ୟାବଶକୀୟ ଔଷଧ ପାଇଁ ଲୋକେ ଛଟପଟ ହେଉଥିବାବେଳେ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି ଅଖିଳେଶ ।

କୋରୋନା କାଳରେ ରାଜ୍ୟରେ ଔଷଧ କଳାବଜାରି ମଧ୍ୟ ସୀମା ଟପିଛି । ରାଜ୍ୟ ସରକାର କଳାବଜାରି ମଧ୍ୟ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏସମସ୍ତ ଅବ୍ୟବସ୍ଥା ପାଇଁ ସେ ଯୋଗୀ ସରକାରକୁ ଦାୟୀ କରି ତୀବ୍ର ସମାଲୋଚନା କରିଛନ୍ତି । ତାଙ୍କ ସରକାର କ୍ଷମତାକୁ ଆସିଲେ ଏସମସ୍ତ କାର୍ଯ୍ୟର ଅଡିଟ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କୋଭିଡ ମହାମାରୀ ପରିଚାଳନାରେ ବିଫଳତାକୁ ପ୍ରସଙ୍ଗ କରି ଭାଜପା ଓ ଯୋଗୀ ସରକାରଙ୍କ ବିରୋଧରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ସମାଜବାଦୀ ପାର୍ଟି ।

@ PTI

ABOUT THE AUTHOR

...view details