ଗୌହାଟୀ:ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ପରେ ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ଦେଖିବାକୁ ମିଳିଛି । କିନ୍ତୁ ଏଠାରେ ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିଛି ପିଶାଚି ବୋହୂ । ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ପତ୍ନୀ ପାଲଟିଛି ପିଶାଚୀ ! ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ଶଙ୍ଖା, ସିନ୍ଦୁରକୁ ଭୁଲି ସ୍ବାମୀ ରକ୍ତରେ ଖେଳିଲା ହୋଲି । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ସ୍ତ୍ରୀ । ରବିବାର ଗୌହାଟୀର ନୁନମାଟିରୁ ସାମ୍ନାକୁ ଆସଛି ଏଭଳି ଛାତିଥରା ଘଟଣା । ହତ୍ୟାକରୀ ସ୍ତ୍ରୀ ହେଲେ ବନ୍ଦନା କାଲିତା ।
ପ୍ରଥମେ ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲା । ଏହାର ତିନି ପରେ ପଲିଥିନରେ ପୁରାଇ ମେଘାଳୟର ଦୌକି ରୋଡରେ ଥିବା ପର୍ବତର ୫୦ରୁ ୬୦ ଫୁଟ ତଳକୁ ଫିଙ୍ଗିଦେଇଥିଲା । ଏଭଳି ହତ୍ୟା ଘଟଣାକୁ ୭ ମାସ ବିତିବା ପରେ ଜାଣିବାକୁ ପାଇଥିଲା ପୋଲିସ ।
ମିଳିଥିବା ସୂଚନାଅନୁସାରେ, କିଛି ବର୍ଷ ପୂର୍ବେ ଗୌହାଟୀ ନରେଙ୍ଗୀର ଅମରଜ୍ୟାତି ଏବଂ ବନ୍ଦନା କାଲିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମାନଙ୍କ ବୈବାହିକ ଜୀବନ ମଧ୍ୟ ଖୁସିରେ ଚାଲିଥିଲା । କିନ୍ତୁ କିଛିଦିନ ଗଲାପରେ ବନ୍ଦନାଙ୍କ ଜୀବନରେ ଆସିଥିଲେ ଧନଜିତ ଡେକା । ଏହାକୁ ନେଇ ଉଭୟେ ସ୍ବାମୀ, ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ସେ ଛାଡପତ୍ର ଦେବା ପାଇଁ ଭାବିଥିଲା ।