ଓଡିଶା

odisha

ETV Bharat / bharat

ବିଶ୍ବ ମ୍ୟାଲେରିଆ ରିପୋର୍ଟ 2020: 20 ବର୍ଷ ମଧ୍ୟରେ କମିଛି 15 ନିୟୁତ ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଚଳିତ ବର୍ଷର ବିଶ୍ବ ମ୍ୟାଲେରିଆ ରିପୋର୍ଟ ପ୍ରକାଶ କରିଛି । ତେବେ ଗତ 20 ବର୍ଷ ମଧ୍ୟରେ ଭାରତରେ 15 ନିୟୁତ କମିଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

By

Published : Dec 6, 2020, 8:20 PM IST

WHO World malaria report 2020
ବିଶ୍ବ ମ୍ୟାଲେରିଆ ରିପୋର୍ଟ 2020: 20 ବର୍ଷ ମଧ୍ୟରେ କମିଛି 15 ନିୟୁତ ଆକ୍ରାନ୍ତଙ୍କ ସଂଖ୍ୟା

ହାଇଦ୍ରାବାଦ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଚଳିତ ବର୍ଷ ଲାଗି ବିଶ୍ବ ମ୍ୟାଲେରିଆ ରିପୋର୍ଟକୁ ପ୍ରକାଶ କରିଛି । ଏହି ରିପୋର୍ଟରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁଯାୟୀ ଗତ 20 ବର୍ଷ ମଧ୍ୟରେ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ସଂଖ୍ୟା କମିଛି । ଗତ ବର୍ଷ ସର୍ବଭାରତୀୟ ସ୍ତରରେ 87ଟି ମ୍ୟାଲେରିଆ ପ୍ରବଣ ଦେଶରେ ପ୍ରାୟ 229 ନିୟୁତ ଲୋକଙ୍କୁ ମ୍ୟାଲେରିଆ ହୋଇଥିବା ବେଳେ 2000 ମସିହାରେ 238 ନିୟୁତ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ।

ମ୍ୟାଲେରିଆ ବ୍ୟାପୁଥିବା ମଶାର ପ୍ରଜାତି ଧୀରେ ଧୀରେ ହ୍ରାସ ପାଉଛି । 2000 ମସିହାରେ ପୂର୍ବ ଅପେକ୍ଷା ପ୍ରାୟ 7 ପ୍ରତିଶତ କମିଥିବା ବେଳେ 2019 ମସିହାରେ 3% କମିଛି । ସେହିପରି ପ୍ରତି 1 ହଜାର ଜଣରେ ମ୍ୟାଲେରିଆ ରୋଗ 2000 ମସିହାରେ 80କୁ ଖସିଥିବା ବେଳେ 2015ରେ 58, 2019ରେ 57କୁ କମିଛି । 2000 ମସିହାରୁ 2015 ମସିହା ମଧ୍ୟରେ ବିଶ୍ବରେ ମ୍ୟାଲେରିଆ 27% ହ୍ରାସ ପାଇଥିବା ବେଳେ 2015 ରୁ 2019 ମଧ୍ୟରେ ଏହା 2%କୁ ହ୍ରାସ ପାଇଛି ।

ଡବ୍ଲୁଏଚଓର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ଭାରତ ସର୍ବବୃହତ ମ୍ୟାଲେରିଆ ସଂପୂର୍ଣ୍ଣ ହ୍ରାସରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । 2000 ମସିହାରେ ପ୍ରାୟ 20ନିୟୁତ ମାମଲା ଚିହ୍ନଟ ହୋଇଥିବା ବେଳେ 2019ରେ ଏହା ପ୍ରାୟ 5.6 ନିୟୁତକୁ ହ୍ରାସ ପାଇଛି । ଭାରତ ମ୍ୟାଲେରିଆରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଥିବା ବେଳେ 2018 ମସିହା ଅପେକ୍ଷା 2019 ମସିହାରେ ଏହା 17.6 ପ୍ରତିଶତକୁ ହ୍ରାସ ପାଇଛି । 2015 ରେ ଶ୍ରୀଲଙ୍କା ମ୍ୟାଲେରିଆମୁକ୍ତ ଦେଶ ଭାବେ ପରିଗଣିତ ହୋଇଛି ।

ଡବ୍ଲୁଏଚଓର ପୂର୍ବାଞ୍ଚଳ ଭୂମଧ୍ୟସାଗରୀୟ ଅଞ୍ଚଳରେ ମ୍ୟାଲେରିଆ 2000 ମସିହାରେ ପ୍ରାୟ 7 ନିୟୁତରୁ 2019ରେ ପ୍ରାୟ 5 ନିୟୁତ 26% ହ୍ରାସ ପାଇଛି । 2000–2019 ଅବଧି ମଧ୍ୟରେ ଡବ୍ଲୁଏଚଓର ପୂର୍ବାଞ୍ଚଳ ଭୂମଧ୍ୟସାଗରୀୟ ଅଞ୍ଚଳରେ ମ୍ୟାଲେରିଆ 20 ରୁ 10କୁ ହ୍ରାସ ପାଇଛି । ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନରେ 2018 ଏବଂ 2019 ମସିହାରେ କୌଣସି ସ୍ବଦେଶୀ ମ୍ୟାଲେରିଆ ମାମଲା ଚିହ୍ନଟ ହୋଇନାହିଁ ।

ABOUT THE AUTHOR

...view details