ମୁମ୍ବାଇ:କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିଶିଷ୍ଟ ବିଜିନେସ ଲିଡର ତଥା TATA ସନ୍ସର ପୂର୍ବତନ ଅଧ୍ୟକ୍ଷ (former Tata Sons Chairman) ସାଇରସ ମିସ୍ତ୍ରୀ । ତେବେ ଭାରତୀୟ ଶିଳ୍ପ ଜଗତରେ ଏକଦା ଟାଟା ଭଳି ବହୁଦେଶୀୟ କମ୍ପାନୀର ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିଥିବା ମିସ୍ତ୍ରୀଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ତେବେ ଟାଟା ସନ୍ସର ଅଧ୍ୟକ୍ଷ ଦାୟିତ୍ବରୁ ବରଖାସ୍ତ ହେବା ପରେ ଚର୍ଚ୍ଚାରୁ ଦୂରରେ ଥିଲେ ମିସ୍ତ୍ରୀ ।
କିନ୍ତୁ ଜଣେ ଯୁବ ବିଜିନେସ ଲିଡର ଭାବେ ସେ ଟାଟାର ଅଧ୍ୟକ୍ଷ ପଦ (former Tata Sons Chairman Cyrus Mistry) ଗ୍ରହଣ କରିବା ସମୟରେ ତାଙ୍କୁ ବିଶ୍ବ ବିଜିନେସ ଜଗତରେ ମଧ୍ୟ ଚର୍ଚ୍ଚାର ପରିସରରେ ଥିବା ଦେଖିବାକୁ ମିଳିଥିଲା । ତେବେ କି’ଏ ଏହି ସାଇରସ ମିସ୍ତ୍ରୀ ? କେମିତି ଥିଲା ବ୍ୟବସାୟ ଦୁନିଆରେ ଯାତ୍ରା, କ’ଣ ଥିଲା ବ୍ୟକ୍ତିଗତ ତଥା ପାରିବାରିକ ପୃଷ୍ଠଭୂମି ? ଟାଟା ଗ୍ରୁପ ସହ କେମିତି ଥିଲା ତାଙ୍କ ସମ୍ପର୍କ ଓ ପରେ କିପରି ଆରମ୍ଭ ହୋଇଥିଲା ବିବାଦ । କାହିଁକି ତାଙ୍କୁ ପଦରୁ ବରଖାସ୍ତ କରିଥିଲା ଟାଟା ସମୂହ ପରିଚାଳନା ବୋର୍ଡ । ଜାଣନ୍ତୁ ମିସ୍ତ୍ରୀଙ୍କ ସମ୍ପର୍କରେ ଅଧିକ କିଛି ।
ମିସ୍ତ୍ରୀଙ୍କ ସମ୍ପର୍କରେ ପାଞ୍ଚଟି ରୋଚକ ତଥ୍ୟ:
1.1968 ମସିହାରେ ମୁମ୍ବାଇରେ ଏକ ସମୃଦ୍ଧ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସାଇରସ ମିସ୍ତ୍ରୀ । ଶିଳ୍ପପତି ପରିବାରରେ ଜନ୍ମିତ ମିସ୍ତ୍ରୀ ଥିଲେ କନଷ୍ଟ୍ରକନସ ଟାଇକୁନ ଭାବେ ପରିଚିତ ପାଲୋଞ୍ଜୀ ମିସ୍ତ୍ରୀଙ୍କ ସାନପୁଅ ଏବଂ ଶିଳ୍ପପତି ଶାପୁରଜୀ ମିସ୍ତ୍ରୀଙ୍କ ନାତି । ଟାଟା ସମୂହ ସହ ମିସ୍ତ୍ରୀଙ୍କ ପରିବାରର ବ୍ୟବସାୟିକ ସମ୍ପର୍କ ମଧ୍ୟ ରହିଛି । ଟାଟା ସନ୍ସରେ ମୋଟ 18.5 ପ୍ରତିଶତ ଅଂଶଧନର ଅଂଶୀଦାର ହେଉଛି ମିସ୍ତ୍ରୀଙ୍କ ପରିବାର ।
୨. ମୁମ୍ବାଇରେ ପ୍ରାଥମିକ ଶିକ୍ଷା ପରେ ସାଇରସ ମିସ୍ତ୍ରୀ ଲଣ୍ଡନର ପ୍ରତିଷ୍ଠିତ ଇମ୍ପେରିଆଲ୍ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ ଏବଂ ପରେ ଲଣ୍ଡନ ସ୍କୁଲ ଅଫ ବିଜିନେସରେ ମଧ୍ୟ ଅଧ୍ୟୟନ କରିଥିଲେ । ତାଙ୍କୁ 1966 ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ବଜିନେସ ମ୍ୟାନେଜମେଣ୍ଟରେ ଇଣ୍ଟରନ୍ୟାସାନାଲ ଏକ୍ସିକ୍ୟୁଟିଭ ମାଷ୍ଟର ଡିଗ୍ରୀ (International Executive Masters degree in management) ମଧ୍ୟ ପ୍ରଦାନ କରାଯାଇଥିଲା । ଉଭୟ ସିଭିଲ ଇଞ୍ଜିନିୟରିଂ ଓ ବିଜିନେସ ମ୍ୟାନେଜମେଣ୍ଟରେ ସେ ବିଦେଶରୁ ଉଚ୍ଚଶିକ୍ଷା ଲାଭ କରି ଭାରତ ଫେରିଥିଲେ ।