ଓଡିଶା

odisha

ETV Bharat / bharat

ଅକ୍ସଫୋର୍ଡ ଭ୍ୟାକ୍ସିନର ଟ୍ରାଏଲ ପାଇଁ ଦରକାର ଅଧିକ ଡାଟା: WHO ବୈଜ୍ଞାନିକ - astrazeneca

ଏବେ ଅକ୍ସଫୋର୍ଡର କୋରୋନା ଟୀକାକୁ ପ୍ରଭାବଶାଳୀ କୁହାଯାଉଥିବାବେଳେ ଏଥିରେ ଏବେ ପ୍ରଶ୍ନବାଚୀ ଉଠାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ।

ଅକ୍ସଫୋର୍ଡ ଭ୍ୟାକ୍ସିନର ଟ୍ରାଏଲ
ଅକ୍ସଫୋର୍ଡ ଭ୍ୟାକ୍ସିନର ଟ୍ରାଏଲ

By

Published : Nov 29, 2020, 6:53 PM IST

ଜେନିଭା: ସାରା ବିଶ୍ବ ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଗତି କରୁଥିବାବେଳେ ଭ୍ୟାକ୍ସିନକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉଦ୍ଦିପନା ରହିଛି । ମାତ୍ର ଏବେ ଅକ୍ସଫୋର୍ଡର କୋରୋନା ଟୀକାକୁ ପ୍ରଭାବଶାଳୀ କୁହାଯାଉଥିବାବେଳେ ଏଥିରେ ଏବେ ପ୍ରଶ୍ନବାଚୀ ଉଠାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ।

ଯେଉଁଠି ଅକ୍ସଫୋର୍ଡର ଆଷ୍ଟ୍ରାଜେନିକା କୋରୋନା ଭାଇରସ ଟୀକାକୁ ଘାତକ ମହାମାରୀରୁ ରକ୍ଷା ପାଇଁ ସବୁଠୁ ଅଧିକ ପ୍ରଭାବଶାଳୀ ଅସ୍ତ୍ର ବୋଲି କୁହାଯାଉଥିଲା । ଏବେ ଆମେରିକାର ବିଶେଷଜ୍ଞମାନେ ଏହା ଉପରେ ଚିନ୍ତା ଜାହିର କରିବା ପରେ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର ବୈଜ୍ଞାନିକମାନେ ମଧ୍ୟ ଏହାର ସୁରକ୍ଷା ଏବଂ ପ୍ରଭାବଶାଳୀ ହେନା ନେଇ ଅଧିକ ଡାଟା ଆବଶ୍ୟକତା ଥିବା କହିଛନ୍ତି ।

ଏହାକୁ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଜନ ବେଲ CNBC କୁ କହିଛନ୍ତି ଯେ, ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବୈଜ୍ଞାନିକଙ୍କ ଫଳାଫଳ ଘୋଷଣା କରିବାରେ ସମସ୍ୟା ରହିଥାଏ । ଆଉ ଏହି ସମସ୍ୟା ହେଉଛି କି, ଆପଣଙ୍କ ପାଖରେ ସମସ୍ତ ତଥ୍ୟ ନାହିଁ , ଯେଉଁଥିପାଇଁ ଲୋକମାନେ ତଥ୍ୟକୁ ସଠିକ ଭାବରେ ଦେଖିପାରିବେ ନାହିଁ।

WHO ର ପ୍ରତିରୋପଣ, ଟୀକା ଏବଂ ବାୟୋଲୋଜିକାଲ୍ ନିର୍ଦ୍ଦେଶକ କେଟ୍ ଓ’ବ୍ରାଇନ୍ ମଧ୍ୟ ବେଲଙ୍କ ସହ ସହମତ। କେଟ୍ କହିଛନ୍ତି, ଏକ ପ୍ରେସ ରିଲିଜରେ କେବଳ ସୀମିତ ସୂଚନା ଦିଆଯାଇପାରିବ ଏବଂ ଟୀକା କିପରି ପ୍ରତିଷେଧକ ସୃଷ୍ଟି କରେ, ସେ ବାବଦରେ ଅଧିକ ସୂଚନା ଆବଶ୍ୟକ ।

ଅନ୍ୟପଟେ WHO ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ବାମୀନାଥନ କହିଛନ୍ତି ଯେ, କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆଷ୍ଟ୍ରାଜେନେକା ପରୀକ୍ଷା ସଂଖ୍ୟା ବହୁତ କମ୍ ଅଟେ। ମୁଁ ଆପଣଙ୍କୁ କହିବି ଯେ, ଟୀକାକରଣର ନିମ୍ନ ଡୋଜରେ 3000 ରୁ କମ ଅଂଶଗ୍ରହଣକାରୀ ଥିବାବେଳେ ବୃହତ ପରୀକ୍ଷଣରେ 8000 ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ। ସ୍ବାମୀନାଥନଙ୍କ ଅନୁଯାୟୀ, କମ ଡୋଜରେ ଭଲ ପ୍ରଭାବ ପାଇଁ ଏହାର ଟ୍ରାଏଲ ନେଇ ଆବଶ୍ୟକତା ରହିଛି ।

ABOUT THE AUTHOR

...view details