ଓଡିଶା

odisha

ETV Bharat / bharat

କୋରୋନା ବିରୋଧରେ ଭାରତର ଲଢେଇକୁ ମାଇଲଖୁଣ୍ଟ ମାନିଲା WHO

କୋରୋନା ବିରୋଧରେ ଭାରତର ପଦକ୍ଷେପ ଆଉ ପ୍ରୟାସକୁ ପ୍ରଂଶସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭାରତରେ ପ୍ରତିନିଧି ରୋଡରିକୋ ଅଫରିନ କହିଛନ୍ତି, ଭାରତ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ଶକ୍ତି ସହିତ ଟୀକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ଅଛି । ଅଧିକ ପଢନ୍ତୁ...

By

Published : Feb 11, 2021, 10:26 PM IST

କୋରୋନା ବିରୋଧରେ ଭାରତର ପ୍ରୟାସକୁ ମାଇଲଖୁଣ୍ଟ ମାନିଲା WHO
କୋରୋନା ବିରୋଧରେ ଭାରତର ପ୍ରୟାସକୁ ମାଇଲଖୁଣ୍ଟ ମାନିଲା WHO

ନୂଆଦିଲ୍ଲୀ: ମହାମାରୀ ବିରୁଦ୍ଧରେ ଭାରତର ଲଢେଇକୁ ମାଇଲଖୁଣ୍ଟ ମାନୁଛି ସାରା ବିଶ୍ବ । ଏବେ କୋରୋନା ବିରୋଧରେ ଭାରତର ପଦକ୍ଷେପ ଆଉ ପ୍ରୟାସକୁ ପ୍ରଂଶସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭାରତରେ ପ୍ରତିନିଧି ରୋଡରିକୋ ଅଫରିନ କହିଛନ୍ତି, ଭାରତ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ଶକ୍ତି ସହିତ ଟୀକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ଅଛି । ଆମେ ଦେଖୁଛୁ ଯେ ଏହା ଏକ ବହୁତ ସଫଳ କାର୍ଯ୍ୟକ୍ରମ । ପ୍ରାୟ 22 ଦିନ ମଧ୍ୟରେ ପ୍ରାୟ 60 ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି। ଟୀକାକରଣର ଗତି ଦେଖି ଆମେ କହିପାରିବା ଯେ ଏହା ସବୁଠାରୁ ଦ୍ରୁତ ଅଟେ ।

ଅଫରିନ କହିଛନ୍ତି ଯେ ପ୍ରାୟ ତିନିମାସ ବିତିଗଲାଣି, ଭାରତରେ କୋରୋନା କ୍ରମାଗତ ଭାବେ ହ୍ରାସ ପାଉଛି । ଯଦି ବୃହତ ଜନସଂଖ୍ୟା ଦୃଷ୍ଟିରୁ ଦେଖାଯାଏ, ତେବେ ଏହା ଭାରତ ସରକାରଙ୍କ ପାଇଁ ଗର୍ବର ବିଷୟ |

କରୋନା ମହାମାରୀ ସମୟରେ ଭାରତ କେବଳ ନିଜ ଦେଶବାସୀଙ୍କୁ ଟୀକାକରଣ କରୁନାହିଁ ବରଂ ଅନ୍ୟ ଦେଶଗୁଡିକୁ ମଧ୍ୟ ଯୋଗାଉଛି ଭ୍ୟାକ୍ସିନ। ଫେବୃଆରୀରେ 25ଟି ଦେଶକୁ 24 ନିୟୁତ ଟିକା ଡୋଜ ପଠାଇବାକୁ ଭାରତକୁ ମଞ୍ଜୁରୀ ମିଳିଛି । ଜାନୁଆରୀରେ ଭାରତ 1.05 କୋଟି ଟିକା ରପ୍ତାନି କରିଥିଲା।

ଗତ ମାସରେ ସରକାର କହିଥିଲେ ଯେ ବାଣିଜ୍ୟିକ ଭିତ୍ତିରେ ଅନ୍ୟ ଦେଶକୁ ଟିକା ଦେବା ପ୍ରକ୍ରିୟା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ହେବ। ଏହି ପ୍ରକ୍ରିୟା ଅନୁଯାୟୀ ବିଦେଶୀ ତଥା ଅନ୍ତରାଷ୍ଟ୍ରୀୟ ସଂସ୍ଥାକୁ ଟିକା ପଠାଯିବ। ଏହାପୂର୍ବରୁ ମଧ୍ୟ ଭାରତ ଅନେକ ଦେଶକୁ ମାଗଣା ଟିକା ପ୍ରଦାନ କରିଛି।

ABOUT THE AUTHOR

...view details