ନୂଆଦିଲ୍ଲୀ:ଗୁରୁବାର ଦ୍ୱିତୀୟ ବିଶ୍ୱ କୋଭିଡ୍ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୁନରୁତ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି । କୋରୋନା ମହାମାରୀର ମୁକାବିଲା ପାଇଁ ଭାରତ ଲୋକକୈନ୍ଦ୍ରିକ ରଣନୀତି ଆପଣେଇଥିଲେ । ବର୍ତ୍ତମାନ ସଂକ୍ରମଣ ଯାଇନଥିବାରୁ ବିଶ୍ବ ଏହି ଋଣନିତୀ ଆପଣଇବା ଆବଶ୍ୟକ ବୋଲି କହିଛନ୍ତି ମୋଦି । ମୋଦି ନିଜ ଉଦବୋଧନରେ କହିଛନ୍ତି ଯେ,"ଯୋଗାଣ ଶୃଙ୍ଖଳାକୁ ସୁସ୍ଥିର କରିବା ପାଇଁ ହୁର ଟିକା ଓ ଚିକିତ୍ସା ପଦ୍ଧତିଗୁଡ଼ିକର ପ୍ରମାଣୀକରଣ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ଆବଶ୍ୟକ ।
WHOରେ ପରିବର୍ତ୍ତନ ନିହାତି ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦି - ହରେ ପରିବର୍ତ୍ତନ ନିହାତି ଆବଶ୍ୟକ କହିଲେ ମୋଦି
ଗୁରୁବାର ଦ୍ୱିତୀୟ ବିଶ୍ୱ କୋଭିଡ୍ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୁନରୁତ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି। ହୁର ଟିକା ଅନୁମୋଦନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ମୋଦୀ କହିଛନ୍ତି ଯେ ଟିକା ଓ ଚିକିତ୍ସା ଉପକରଣ ପାଇଁ ଏକ ନମନୀୟ ସପ୍ଲାଏ ଚେନ୍ ତିଆରି କରିବା ଆବଶ୍ୟକ । ଅଧିକ ପଢନ୍ତୁୃ
ଏହା ସୁନିଶ୍ଚିତ ଯେ ଆଗକୁ ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ିବାକୁ ହେଲେ ବୈଶ୍ୱିକ ସହଯୋଗ ଆବଶ୍ୟକ । ଟିକା ଓ ଔଷଧର ସୁଲଭ ପ୍ରାପ୍ତି ପାଇଁ ଆମକୁ ଏକ ନମନୀୟ ସପ୍ଲାଏ ଚେନ୍ ତିଆରି କରିବାକୁ ହେବ । ବଶ୍ୱର ସମୁଦାୟର ଜଣେ ଦାୟିତ୍ୱସମ୍ପନ୍ନ ସଦସ୍ୟ ଭାବେ ଭାରତ ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବା ଆବଶ୍ୟକ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସଂକ୍ରମଣ ରୋକିବାକୁ ଲୋକେ ସଚେତନ ହେବା ଆବଶ୍ୟକ । ଭବିଷ୍ୟତର ସମ୍ଭାବ୍ୟ ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ଲାଗି ଅନ୍ତର୍ଜାତିକ ସମନ୍ବୟ ଜରୁରୀ । କୋଭିଡ ବିରୋଧରେ ଲଢିବାକୁ ଆମେ ବ୍ୟାପକଭାବେ ନିଜ ପାରମ୍ପରିକ ଔଷଧ ବ୍ୟବହାର କରୁଛୁ । କୋରୋନା ବିରୋଧରେ ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ।"
ଆମର ଟିକା କାର୍ଯ୍ୟକ୍ରମ ହେଉଛି ବିଶ୍ବରେ ବୃହତ୍ତମ । ପ୍ରାୟ ୯୦ ପ୍ରତିଶତ ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି । ତାସହ ୫୦ ନିୟୁତରୁ ଅଧିକ ଉଭୟ ଡୋଜ ଟିକା ନେଇସାରିଲେଣି । ଭାରତ ୪ଟି ହୁ ଅନୁମୋଦିତ ଟିକା ପ୍ରସ୍ତୁତ କରୁଛି ଏବଂ ବର୍ଷକୁ ଏହା ୫୦୦ କୋଟି ଡୋଜ୍ ଟିକା ଉତ୍ପାଦନ କ୍ଷମତା ରଖିଛି । ୯୮ ଦେଶକୁ ୨୦ କୋଟି ଡୋଜ୍ ଯୋଗାଉଛି ଭାରତ । ଟେଷ୍ଟିଙ୍ଗ, ଚିକିତ୍ସା ଓ ଡାଟା ପରିଚାଳନା ପାଇଁ ଭାରତ ସବୁଠାରୁ ଶସ୍ତା କୋଭିଡ ପ୍ରଶମନ ପ୍ରଯୁକ୍ତି ବିକଶିତ କରିପାରିଛି । ଅନ୍ୟପଟେ ସମ୍ମିଳନୀରେ ବାଇଡେନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମହାମାରୀ ଶେଷହୋଇନାହିଁ । ଆମେରିକାରେ ୧୦ ଲକ୍ଷ ଲୋକଙ୍କର କୋରୋନାରେ ମୃତ୍ୟୁ ହୋଇସାରିଲାଣି । ଏଭଳି ପରିସ୍ଥିତିରେ କୋରୋନା ଲଢେଇକୁ ଆହୁରି ଜୋରଦାର କରିବା ଆବଶ୍ୟକ ।