ଓଡିଶା

odisha

ETV Bharat / bharat

ଦେଶରେ ଟୀକାକରଣ ୭୫ କୋଟି ପାର୍‌, WHO କଲା ପ୍ରଶଂସା

ଦେଶରେ ୭୫ ହଜାର ଟପିଛି ଟୀକାକରଣ । ଭାରତକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଅଧିକ ପଢନ୍ତୁ...

ଦେଶରେ ଟୀକାକରଣ ୭୫ କୋଟି ପାର୍‌, WHO କଲା ପ୍ରଶଂସା
ଦେଶରେ ଟୀକାକରଣ ୭୫ କୋଟି ପାର୍‌, WHO କଲା ପ୍ରଶଂସା

By

Published : Sep 13, 2021, 8:08 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୁଦ୍ଧରେ ଜାରି ଯୁଦ୍ଧରେ ଭାରତକୁ ବଡ ଉପଲବ୍ଧି । ଦେଶରେ ୭୫ ହଜାର ଟପିଛି ଟୀକାକରଣ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୫ କୋଟିରୁ ଅଧିକ ଟିକା ଦିଆଯାଇସାରିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶ ମନ୍ତ୍ର ସହିତ ବିଶ୍ବର ସବୁଠୁ ବଡ ଟୀକାକରଣ ଅଭିଯାନ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅମୃତ ମହୋତ୍ସବ ତଥା ସ୍ବାଧୀନତାର ୭୫ତମ ବର୍ଷରେ ଦେଶ ୭୫ କୋଟି ଟୀକାକରଣ ପାର କରିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନିଜ ଟ୍ବିଟରେ ଲେଖିଛନ୍ତି ।

ଟୀକାକରଣରେ ରେକର୍ଡ ନେଇ ଭାରତକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ମୂନମ କ୍ଷେତ୍ରପାଳ ସିଂହ କହିଛନ୍ତି, WHO ଭାରତକୁ କୋରୋନା ଟୀକାକରଣକୁ ଅଭୂତପୂର୍ବ ସ୍ତରକୁ ନେଇଯାଇଥିବାରୁ ଶୁଭେଚ୍ଛା ଜଣାଉଛି । ପ୍ରଥମ ୧୦ କୋଟି ଡୋଜ ଦେବା ପାଇଁ ଭାରତକୁ ୮୫ ଦିନ ଲାଗିଥିବାବେଳେ ୬୫ରୁ ୭୫ କୋଟି ଡୋଜ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଭାରତକୁ ମାତ୍ର ୧୩ ଦିନ ସମୟ ଲାଗିଛି ।

ଏପଟେ ମହାମାରୀ ମୁକାବିଲା ପାଇଁ କଟକଣା ସହ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ଓଡିଶା ସରକାର । ଯାହାର ଫଳସୂରୁପ ଟୀକାକରଣରେ ରେକର୍ଡ ଛୁଇଁସାରିଛି ଓଡିଶା । ରାଜ୍ୟରେ ଅଢେଇ କୋଟିରୁ ଅଧିକ ଡୋଜ ଟପିସାରିଛି ଟୀକାକରଣ ।

ABOUT THE AUTHOR

...view details