ଥିରୁଅନନ୍ତପୁରମ: ଜଣେ ଅଟୋ ଚାଳକ ୨୫ କୋଟି ଜିତିବା ପରେ ଏବେ ସମସ୍ତଙ୍କ ନଜର କେରଳର ଓନାମ୍ ବମ୍ପର(Onam Bumper) ଲଟେରୀ ଉପରେ । ରାତିରାତି କୋଟିପତି ହେବାର ଆଶାରେ କେରଳ ଲଟେରୀ କିଣିବା ପାଇଁ ସାରା ଦେଶରେ ଲୋକଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖାଯାଇଛି । ବିଭିନ୍ନ ରାଜ୍ୟରେ ଲୋକେ ଓନମ ବମ୍ପର ଲଟେରୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆଗ୍ରହୀ ହେଉଛନ୍ତି । ତେବେ କିଏ କିଣି ପାରିବେ ଏହି କେରଳ ଲଟେରୀ ଟିକେଟ୍ ଓ କେମିତି ପାଇବେ ପୁରସ୍କାର ରାଶି ? ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ ।
ଅନ୍ୟ ରାଜ୍ୟର ଲୋକ କେରଳ ଲଟେରୀ କିଣି ପାରିବେ କି ?
ଆପଣଙ୍କ ମନରେ ନାହାତି ପ୍ରଶ୍ନ ଆସୁଥିବ ଯେ, ଅନ୍ୟ ରାଜ୍ୟର ଲୋକେ ଏହି ଲଟେରୀ କିଣିପାରିବେ ନା ନାହିଁ । କହିରଖୁଛୁ କି, ଲେଟରୀ ଅଧିନିୟମ ଅନୁସାରେ କେରଳ ଲଟେରୀ ଟିକେଟ ରାଜ୍ୟ ବାହାରେ ବିକ୍ରି ହୋଇପାରିବ ନାହିଁ । ଅବଶ୍ୟ ଅନ୍ୟ ରାଜ୍ୟର ଲୋକେ କେରଳ ଆସି ଲଟେରୀ ଟିକେଟ କିଣି ପାରିବେ । ଯଦି ସେ ପୁରସ୍କାର ରାଶି ଜିତନ୍ତି, ତେବେ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ କରି ଅର୍ଥରାଶି ହାସଲ କରିପାରିବେ ।
ଅନଲାଇନରେ ଟିକେଟ୍ କିଣାଯାଇ ପାରିବ କି ?
ଲଟେରୀ ନିୟମ ମୁତାବକ, ପୁରସ୍କାର ରାଶି କ୍ଲେମ୍ କରିବାକୁ ଭୌତିକ ଟିକେଟ୍ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପୁରସ୍କାର ରାଶି ପ୍ରାପ୍ତ କରିବାକୁ ହେଲେ ବିଜେତାଙ୍କୁ ଲଟେରୀ କାର୍ଯ୍ୟାଳୟରେ ଅସଲି ଟିକେଟ୍(original ticket) ଉପସ୍ଥାପନ କରିବାକୁ ହେବ । ଅନଲାଇନ ପ୍ଲାଟଫର୍ମରେ ଟିକେଟ୍ କିଣିବା ବେଆଇନ ଅଟେ । ଲଟେରୀ ଏଜେନ୍ସି ଦ୍ବାରା ଟିକେଟ୍ ବିକ୍ରୟ ପାଇଁ ହ୍ବାର୍ଟ୍ସଆପ ଗ୍ରୁପ ଲଞ୍ଚ କରାଯାଇଛି । ଯାହାକି ପୂର୍ଣ୍ଣ ରୂପେ ଟ୍ରଷ୍ଟ ଫ୍ୟାକ୍ଟର ଆଧାରରେ କାର୍ଯ୍ୟ କରୁଛି । ଏଥିରେ ସୁରକ୍ଷା ସମ୍ବନ୍ଧୀୟ କୌଣସି ଆଇନ ବ୍ୟବସ୍ଥା ନାହିଁ । ଏହି ଗ୍ରୁପ ଠାରୁ ଟିକେଟ କିଣୁଥିବା ବ୍ୟକ୍ତି ଠକାମିର ଶିକାର ହେଲେ ସରକାର ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ । ପୁରସ୍କାର ସେତେବେଳେ ପ୍ରଦାନ କରାଯାଇଥାଏ, ଯେତେବେଳେ ବିଜେତା ଅସଲି ଟିକେଟ ଉପସ୍ଥାପନ କରିଥାନ୍ତି ।
ପୁରସ୍କାର ପ୍ରାପ୍ତି ପାଇଁ ଆବଶ୍ୟକୀୟ ଦସ୍ତାବିଜ୍
୧. ପୁରସ୍କାର ରାଶି ଜିତିଥିବା ଅସଲି ଲଟେରୀ ଟିକେଟ
୨. ଫର୍ମ ନଂ VIIIରେ ଷ୍ଟାମ୍ପେଡ ରସିଦ୍
୩. ଗଜେଟ ଅଫିସର ବା ନୋଟାରୀ ଦ୍ବାରା ଯାଞ୍ଚ ହୋଇଥିବା ପାସଫଟୋ ଆକାରର ଫଟୋ