ସିମଲା :ପାହାଡରୁ ଝରୁଛି କ୍ଷୀର । ଏଭଳି ଅଲୌକିକ ଘଟଣା ଘଟିଛି ଦେବଭୂମି ହିମାଚଳପ୍ରଦେଶରେ ମଣ୍ଡି ଜିଲ୍ଲାରେ । ପାହାଡର ବିଭିନ୍ନ ସ୍ଥାନରେ ଧଳା ତରଳ ପଦାର୍ଥ ଝରୁଛି, ଦେଖିବାକୁ ଯାହା କ୍ଷୀର ଭଳି ଝରୁଛି । ଏଭଳି ଅଲୌକିକ ଘଟଣା ଦେଖିବାକୁ ଲୋକଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି ।
ହିମାଚଳ ପ୍ରଦେଶକୁ କୁହାଯାଏ ଦେବଭୂମି । ଏଠାରେ ଦେବାଦେବୀଙ୍କ ଉପରେ ଲୋକେ ପ୍ରବଳ ଆସ୍ଥା ପ୍ରକଟ କରନ୍ତି । ମଣ୍ଡି ଜିଲ୍ଲାର ଚୌହାର ଘାଟିର ଲୋକମାନେ ସବୁବେଳେ ନିଜର ଆସ୍ଥା ଘାଟିର ଆରାଧ୍ୟ ଦେବତା ହୁରଙ୍ଗୁ ନାରାୟଣ ସହ ଅନ୍ୟଦେବାଦେବୀଙ୍କୁ ମଧ୍ୟ ବିଶ୍ବାସ କରନ୍ତି । ହିମାଚଳର ମଣ୍ଡି ଜିଲ୍ଲାରେ ଡ୍ରୋଙ୍ଗ ବିଧାନସଭା କ୍ଷେତ୍ରରେ ରୌପା ପଞ୍ଚାୟତର ଦାଡୁ ଗାଁର ପାହାଡିଆ ଅଞ୍ଚଳରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ପାହାଡର ୬ ରୁ ୭ ଟି ସ୍ଥାନରେ ଧଳା ତରଳ ପଦାର୍ଥ ଝରୁଛି, ଯାହା ଦେଖିବାକୁ କ୍ଷୀର ଭଳି ଝରୁଛି । ଏହି କ୍ଷୀର ସଫା ରହୁଛି ଏବଂ ଏହା କେତେଦୂର ଗଲା ପରେ ଦହି ଭଳି ଛିଣ୍ଡୁଥିବା ଦେଖାଯାଉଛି । ଏହାକୁ ନେଇ ଲୋକମାନେ ମଧ୍ୟ ଭଗବାନଙ୍କ ଚମତ୍କାରିତା ବୋଲି କହୁଛନ୍ତି । ଲୋକେ ପୂଜାର୍ଚ୍ଚନା କରିବା ମଧ୍ୟ ଆରମ୍ଭ କରିଛନ୍ତି।