ଓଡିଶା

odisha

ETV Bharat / bharat

କୋଭିଡ ଟିକାକରଣ ଅଭିଯାନରେ କେଉଁ ଦେଶ ଆଗୁଆ? - କୋଭିଡ ଟିକା

ସବୁଠୁ ପ୍ରଭାବଶାଳୀ ଟିକା ପ୍ରସ୍ତୁତ ପାଇଁ କିଛି ଦେଶ ମଧ୍ୟରେ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆମ ଭାରତ ଭଳି କିଛି ଦେଶ ନିଜ ପାଇଁ ଅନୁମୋଦିତ ଟିକା ପ୍ରସ୍ତୁତ କରିବା ସହ ଅନ୍ୟଦେଶକୁ ବି ଆବଶ୍ୟକ ଅନୁସାରେ ରପ୍ତାନୀ କରୁଛନ୍ତି । ଅଧିକ ପଢନ୍ତୁ..

କୋଭିଡ ଟିକାକରଣ ଅଭିଯାନରେ କେଉଁ ଦେଶ ଆଗୁଆ?
କୋଭିଡ ଟିକାକରଣ ଅଭିଯାନରେ କେଉଁ ଦେଶ ଆଗୁଆ?

By

Published : Mar 23, 2021, 5:35 PM IST

ଗୋଟିଏ ବର୍ଷ ଆଶଙ୍କା, ଚିନ୍ତା, ଅବସାଦ ଏବଂ ଅନିଶ୍ଚିତତା ମଧ୍ୟରେ ବିତିଲା ପରେ ଶେଷରେ ମହାମାରୀ କୋରୋନା ବିରୋଧରେ ଟିକାକରଣ ଅଭିଯାନ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି । ବିଶ୍ୱର ପ୍ରାୟ ସବୁଦେଶରେ ଚାଲିଛି ଟିକାକରଣ ଅଭିଯାନ । ସବୁଠୁ ପ୍ରଭାବଶାଳୀ ଟିକା ପ୍ରସ୍ତୁତ ପାଇଁ କିଛି ଦେଶ ମଧ୍ୟରେ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆମ ଭାରତ ଭଳି କିଛି ଦେଶ ନିଜ ପାଇଁ ଅନୁମୋଦିତ ଟିକା ପ୍ରସ୍ତୁତ କରିବା ସହ ଅନ୍ୟଦେଶକୁ ବି ଆବଶ୍ୟକ ଅନୁସାରେ ରପ୍ତାନୀ କରୁଛନ୍ତି ।

କୋଭିଡ ଟିକାକରଣ ଅଭିଯାନରେ କେଉଁ ଦେଶ ଆଗୁଆ?

ସବୁ ଦେଶ ନିଜର ପ୍ରତି ନାଗରିକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ସବୁଠି ଟିକାକରଣର ଗତି ସମାନ ନାହିଁ । ଅନୁମୋଦିତ ଟିକା ମଧ୍ୟରୁ ଅଧିକାଂଶ ଦୁଇଥର ଦିଆଯିବାର ବ୍ୟବସ୍ଥା ରହିଛି । ଅର୍ଥାତ୍ ଦୁଇ ଡୋଜ୍ ଟିକା ନେଲେ ହିଁ ଏହା ପ୍ରଭାବଶାଳୀ ହୋଇପାରିବ । ଭାରତରେ ବର୍ତ୍ତମାନ ଦୁଇଟି କୋରୋନା ବିରୋଧୀ ଟିକା ଦିଆଯାଉଛି । ଗୋଟିଏ ହେଉଛି ଭାରତ ବାୟୋଟେକ୍‌ର କୋଭାକ୍ସିନ ଓ ଆଷ୍ଟ୍ରାଜେନେକାର କୋଭିସିଲ୍ଡ । ଉଭୟ ଟିକାର ଦୁଇଟି ଲେଖାଏଁ ଡୋଜ୍ ନେବାକୁ ପଡୁଛି । ପ୍ରଥମର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାର ବ୍ୟବସ୍ଥା ଥିଲା । କିନ୍ତୁ କେନ୍ଦ୍ର ସରକାର ଗାଇଡଲାଇନ୍ସରେ ପରିବର୍ତ୍ତନ କରି ଦୁଇଟି ଡୋଜ୍ ମଧ୍ୟରେ ସମୟସୀମା ଦୁଇ ମାସ ରଖିଛନ୍ତି ।

ଭାରତରେ କୋଭିଡ ଟିକାକରଣ ଅଭିଯାନ ଏହି ବର୍ଷ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା । ସମ୍ମୁଖଭାଗ ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯାଇଥିଲା । ମାର୍ତ୍ତମାସରୁ ସହରୁଗଣତାରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକ ଓ ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲା । ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୯ , ୨୦୨୧ ସୁଦ୍ଧା ୬୯ ଲକ୍ଷ ୧୩ ହଜାର ୫୮୭ ଭାରତୀୟଙ୍କ ପୂର୍ଣ୍ଣ ଟିକାକରଣ ହୋଇଛି , ଯାହା କି ଭାରତର ଜନସଂଖ୍ୟାର ମାତ୍ର ଶୂନ ଦଶମିକ ୫୧ ପ୍ରତିଶତ ।

ତେବେ ସଂପୂର୍ଣ୍ଣ ଟିକାକରଣ ହୋଇଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରେଷ୍ଠ ୨୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଏବେ ଦ୍ୱିତୀୟ ରହିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା । ସେହିଦେଶରେ ଏ ଯାଏଁ ମୋଟ କୋଟି ୯୦ ଲକ୍ଷ ୮୧ ହଜାର ୩୩୦ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି ,ଯାହା କି ମୋଟ ଜନସଂଖ୍ୟାର ୧୧ ଦଶମିକ ୯୪ ପ୍ରତିଶତ । ଆମେରିକାରେ ଫାଇଜର-ବାୟୋନଟେକ, ମଡେର୍ଣ୍ଣା, ଜନସନ ଆଣ୍ଡ ଜନସନ /ଜାସେନ ଟିକା ବ୍ୟବହାର ହେଉଛି । ଆଉ ଦୁଇଟି ଟିକା ସବୁଜ ସଂକେତ ଅପେକ୍ଷାରେ ଅଛନ୍ତି । ଭାରତ ପରେ ତୃତୀୟ ସ୍ଥାନରେ ରହିଛି ଇସ୍ରାଏଲ । ସେଠାରେ ୪୪ ଲକ୍ଷ ୮୦ ହଜାର ୮୧୦ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି, ଯାହା କି ସେ ଦେଶର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ । ଇସ୍ରାଏଲରେ ଫାଇଜର-ବାୟୋନଟେକ୍ ଟିକା ବହୁଳ ଭାବେ ବ୍ୟବହାର ହେଉଛି । ପୂର୍ଣ୍ଣ ଟିକାକରଣ ଦୃଷ୍ଟିରୁ ବିଶ୍ୱର ଶ୍ରେଷ୍ଠ ୨୦ଟି ଦେଶ ହେଲା –

  • ୧. ଯୁକ୍ତରାଷ୍ଟ୍ର ଆମେରିକା- ୩, ୯୦, ୮୧, ୩୩୦
  • ୨. ଭାରତ- ୬୯, ୧୩ , ୫୮୭
  • ୩. ଇସ୍ରାଏଲ – ୪୪,୮୦ ୮୧୦
  • ୪. ତୁର୍କି-୪୪, ୩୯,୯୭୨
  • ୫. ବ୍ରାଜିଲ-୩୩, ୦୩, ୦୯୪
  • ୬. ଜର୍ମାନୀ -୩୦, ୯୭, ୦୯୪
  • ୭. ଚିଲି -୨୬, ୯୨, ୯୨୩
  • ୮. ଋଷିଆ ୨୪, ୭୮, ୩୯୦
  • ୯. ଇଟାଲୀ -୨୩, ୦୩, ୦୦୨
  • ୧୦. ଫ୍ରାନସ-୨୨, ୯୭, ୧୦୦
  • ୧୧. ୟୁଏଇ -୨୧, ୮୭, ୮୪୯
  • ୧୨. ମରକ୍କୋ-୨୧ ୧୬, ୦୮୧
  • ୧୩. ଇଣ୍ଡୋନେସିଆ -୧୯, ୪୮, ୫୩୧
  • ୧୪. ସ୍ପେନ-୧୮, ୮୬, ୮୧୩
  • ୧୫. ୟୁକେ-୧୮, ୭୯, ୦୫୪
  • ୧୬. ପୋଲାଣ୍ଡ- ୧୬, ୬୪, ୫୨୪
  • ୧୭.ସର୍ବିଆ – ୮,୨୬, ୮୫୧
  • ୧୮. ରୋମାନିଆ – ୭,୫୨, ୯୩୯
  • ୧୯. ମେକ୍ସିକୋ -୬, ୪୬, ୮୦୨
  • ୨୦. କାନାଡା -୬, ୧୫, ୬୮୧

ଯଦି ଆମେ ଜନସଂଖ୍ୟାର କେତେ ଭାଗ ପୂର୍ଣ୍ଣ ଟିକାକରଣ ହୋଇଛି ବୋଲି ଦେଖିବା, ତାହା ହେଲେ ଇସ୍ରାଏଲ ପ୍ରଥମ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଇସ୍ରାଏଲ ନିଜ ଜନସଂଖ୍ୟାର ୫୧ ପ୍ରତିଶତ ଲୋକଙ୍କର ପୂର୍ଣ୍ଣ ଟିକାକରଣ କରିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ସିଚେଲସ୍ । ଏହି ଦେଶ ନିଜ ଜନସଂଖ୍ୟାର ୨୯ ପ୍ରତିଶତ ଲୋକଙ୍କ ପୂର୍ଣ୍ଣ ଟିକାକରଣ କରିଛି । ମୋନାକୋ ୧୯ ପ୍ରତିଶତ, ଚିଲି ଓ ବାହାରିନ ୧୫ ପ୍ରତିଶତ ଲେଖାଏଁ ଓ ଆମେରିକା ୧୩ ପ୍ରତିଶତ ସହ ପଂଚମ ସ୍ଥାନରେ ରହିଛି ।

କିଛି ଦିନ ତଳେ କେତେକ ୟୁରୋପୀୟ ଦେଶ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା ଟିକାର ବ୍ୟବହାରକୁ ସ୍ଥଗିତ ରଖିଥିଲେ । ଏହି ଟିକା ଦ୍ୱାରା ଲୋକଙ୍କର ରକ୍ତ ଜମାଟ ହେଉଛି ବୋଲି ରିପୋର୍ଟ ପରିପ୍ରେକ୍ଷୀରେ ଟିକା ବ୍ୟବହାରକୁ ଜର୍ମାନୀ, ଇଟାଲୀ, ଫ୍ରାନଓ, ସ୍ୱିଡେନ ଓ ଲାଟଭିଆ ଭଳି ଦେଶ ସ୍ଥଗିତ ରଖିଥିଲେ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ସଫୋର୍ଡ ଟିକାକୁ ନିରାପଦ ବୋଲି କହିଛି ।

ଅନେକ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ପ୍ରଭାବକୁ ନେଇ ଅନୁଧ୍ୟାନ କରାଯାଉଛି । କିଛି ଦେଶ ମଧ୍ୟ ଅନ୍ୟ ପ୍ରକାର ଟିକା ଉପରେ ଗବେଷଣା ଚଳାଇଛନ୍ତି । ଉଦାହରଣ ସ୍ୱରୂପ, ଭାରତ କୋଭିଡ ଇନଟ୍ରାନାସାଲ ଟିକା ଉପରେ ପରୀକ୍ଷାନୀରିକ୍ଷା ଚଳାଇଛି । ଏହା ସଫଳ ହେଲେ ଇଂଜେକସନ ପରିବର୍ତ୍ତେ ଟିକା ଡ୍ରପ୍ ଆକାରରେ ଦିଆଯାଇପାରିବ । ଏଠାରେ ଇଟିଭି ଭାରତ ଆପଣଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେ, କୋରୋନା ବିରୋଧରେ ଲଢେଇ ଏବେ ବି ଜାରି ରହିଛି । ତେଣୁ କୋଭିଡ କଟକଣା ମାନି ଆମକୁ ସତର୍କତାର ସହ ଚଳିବାକୁ ହେବ ।

ABOUT THE AUTHOR

...view details