ବେଙ୍ଗାଲୁରୁ: ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭା ଭଳି ପବିତ୍ର ଗୃହରେ ଅପଶଦ୍ଦ ବ୍ୟବହାର କରି ଲୋକହସା ହୋଇଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର (Senior Congress MLA KR Ramesh Kumar) । କର୍ଣ୍ଣାଟକ ବିଧାନସଭାରେ (Karnataka Assembly) ରମେଶ କୁମାର କହିଛନ୍ତି ଯଦି ଦୁଷ୍କର୍ମକୁ ଅଟକାଇ ପାରିବେ ନାହିଁ କିମ୍ବା ବର୍ତ୍ତିପାରିବେ ନାହିଁ ସେତେବେଳେ ତାହାକୁ ଉପଭୋଗ କରିବା ଉଚିତ୍ । ଆପଣ ବର୍ତ୍ତମାନ ସେହି ସ୍ଥିତିରେ ଅଛନ୍ତି । ବିଧାୟକଙ୍କ ଏହି କଥା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାକୁ ଲାଗିଥିଲେ ।
ସୂଚନାଅନୁସାରେ, କର୍ଣ୍ଣାଟକ ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଓ ଚାଷୀଙ୍କ ସମସ୍ୟା ବିଷୟରେ ସମୟରେ ବିଧାୟକମାନେ ଗୃହରେ ତଥ୍ୟା ଉପସ୍ଥାପନ କରିବାକୁ ଚାହୁଁଥିଲେ । ଏହି ସମୟରେ ବାଚସ୍ପତି ବିଶେଶ୍ବର ହେଗଡେ କାଗେରି ସମୟ କମ ଥିବାରୁ ସେ ଆଲୋଚନାକୁ ଜଲଦି କରିବାକୁ ଚାହୁଁଥିଲେ । କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା ହେଲେ ଅଧିବେଶନ କେମିତି ସରିବ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ । ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣଙ୍କ କଥାରେ ହଁ କରିବାକୁ ପଡ଼ିବ। ମୋତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ନ କରିବା ଦରକାର ?