କୋଲକାତା: ପଶ୍ଚିମବଙ୍ଗରେ ଜବରଦସ୍ତ ବିଜୟ ସହିତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ତୃଣମୂଳ କଂଗ୍ରେସ । ହେଲେ ଫଳାଫଳ ଘୋଷଣା ପରେ କ୍ରମାଗତ ହିଂସା, ଜଳାପୋଡା ଓ ହତ୍ୟା ଖବର ସାମ୍ନାକୁ ଆସୁଛି । ଏହି ହିଂସାରେ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ମଗାଯାଇଛି । ଅନ୍ୟପକ୍ଷେ ସୁପ୍ରିମକୋର୍ଟରେ ପହଞ୍ଚିଛି ବଙ୍ଗର ହିଂସା ଘଟଣା ।
ସୁପ୍ରିମକୋର୍ଟରେ ବଙ୍ଗ ହିଂସା ଘଟଣା, CBI ଯାଞ୍ଚ ଦାବି
ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟ୍ଟିଆଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଯାଚିକା ଦାଏର କରାଯାଇଛି । ଏହା ସହିତ ହିଂସାକୁ ନେଇ ସିବିଆଇ ଯାଞ୍ଚର ଦାବି କରାଯାଇଛି । ଅଧିକ ପଢନ୍ତୁ...
ସୁପ୍ରିମକୋର୍ଟରେ ବଙ୍ଗ ହିଂସା ଘଟଣା, CBI ଯାଞ୍ଚ ଦାବି
ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟ୍ଟିଆଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଯାଚିକା ଦାଏର କରାଯାଇଛି । ଏହା ସହିତ ହିଂସାକୁ ନେଇ ସିବିଆଇ ଯାଞ୍ଚର ଦାବି କରାଯାଇଛି ।
ସେପଟେ ପଶ୍ଚିମବଙ୍ଗର ଫଳାଫଳ ଘୋଷଣା ପରେ ହୋଇଥିବା ହିଂସାକୁ ନେଇ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ଆଇନ ଶୃଙ୍ଖଳାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।