ଓଡିଶା

odisha

By

Published : Jun 17, 2021, 10:53 AM IST

ETV Bharat / bharat

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆଜି(ଗୁରୁବାର) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆଜି(ଗୁରୁବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ସମୟ 11ଟା 30ରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ତାଙ୍କ ସ୍ତ୍ରୀ ସୁଦେଶ ଧନକରଙ୍କ ସହିତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଥମ ମହିଳା ସାବିତ୍ରୀ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ଭେଟିବେ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଜଗଦୀପ ଧନକର । ଜଗଦୀପ ଧନକର ମଙ୍ଗଳବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ନେଇ ରାଜ୍ୟପାଳ ଜଗଦୀପ ଧନକର ଚିନ୍ତାପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details