ଓଡିଶା

odisha

By

Published : Jun 18, 2021, 7:13 AM IST

ETV Bharat / bharat

ଅମିତ ଶାହାଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର । ଅଧିକ ପଢନ୍ତୁ...

ଅମିତ ଶାହାଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ଅମିତ ଶାହାଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର । ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ହୋଇଥିବା ରାଜନୈତିକ ହିଂସା ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସୂଚନା ଦେଇଥିଲେ । ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ପୁଣି ଥରେ କ୍ଷମତାକୁ ଫେରିବା ପରେ ଏହା ହେଇଛି ଅମିତ ଶାହା ଓ ଜଗଦୀପ ଧନକରଙ୍କ ପ୍ରଥମ ସାକ୍ଷାତକାର । ଏହି ସାକ୍ଷାତକାର ନେଇ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଏକ ବିଶେଷସୁତ୍ରରୁ ଜଣାପଡିଛି ଯେ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ନେଇ ଧନକର ଅମିତ ଶାହାଙ୍କୁ ଜଣାଇଥିଲେ । ଶ୍ରୀ ଧନକର ମଙ୍ଗଳବାର ଜାତୀୟ ରାଜଧାନୀରେ ପହଞ୍ଚିଛନ୍ତି। କୋଲକାତା ଛାଡିବାର ଗୋଟିଏ ଦିନ ପୂର୍ବରୁ ବିଜେପି ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ତାଙ୍କୁ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ନେଇ ନିବେଦନ କରିଥିଲେ।

ଶ୍ରୀ ଧନକର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖି କହିଛନ୍ତି ଯେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି ଏବଂ ପୀଡ଼ିତ ଲୋକଙ୍କ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ଏହି ଚିଠିକୁ ଟ୍ବିଟରରେ ସେୟାର କରିଛନ୍ତି କିନ୍ତୁ ରାଜ୍ୟ ଗୃହ ବିଭାଗ ଏହି ପଦକ୍ଷେପକୁ ସମାଲୋଚନା କରିଛି ଯେ ଏହା ସମସ୍ତ ପ୍ରତିଷ୍ଠିତ ନିୟମକୁ ଉଲ୍ଲଂଘନ କରୁଛି। ତେବେ ଗତକାଲି ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ।

ABOUT THE AUTHOR

...view details