ଓଡିଶା

odisha

ETV Bharat / bharat

ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ରାଜ୍ୟପାଳ ଧନକର, ମମତା କହିଲେ ପ୍ରୋଟକଲର ଉଲ୍ଲଂଘନ - ରାଜ୍ୟପାଳ ଧନକର

ରାଜ୍ୟପାଳ ଜଗଦୀପ ଧନକର ଗୁରୁବାର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ। ରାଜ୍ୟପାଳ ଜଗଦୀପ ଧନକରଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ରାଜ୍ୟପାଳ ଧନକର, ମମତା କହିଲେ ପ୍ରୋଟକଲର ଉଲ୍ଲଂଘନ
ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ରାଜ୍ୟପାଳ ଧନକର, ମମତା କହିଲେ ପ୍ରୋଟକଲର ଉଲ୍ଲଂଘନ

By

Published : May 12, 2021, 10:58 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ସଂଘର୍ଷ । ମେ ୨ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟପାଳ ଜଗଦୀପ ଧନକର ଗୁରୁବାର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ। ସେଠାରେ ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରାଜ୍ୟପାଳ ଭେଟିବେ। ହେଲେ ରାଜ୍ୟପାଳ ଜଗଦୀପ ଧନକରଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରାଜ୍ୟପାଳ ଜଗଦୀପ ଧନଖରଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟପାଳଙ୍କ ଗସ୍ତକୁ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି ମମତା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗଦୀପ ଧନକର ନିର୍ବାଚନ ପରେ ହିଂସା ପ୍ରଭାବିତ କୁଚ ବିହାର ଜିଲ୍ଲା ଯୋଜନାବଦ୍ଧ ଯାତ୍ରା ପ୍ରୋଟୋକଲର ଉଲ୍ଲଂଘନ ।

ରାଜଭବନ ପକ୍ଷରୁ ବୁଧବାର କୁହାଯାଇଛି ଯେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆସନ୍ତା 14 ତାରିଖ କୁଚବିହାରର ହିଂସା ପ୍ରଭାବିତ ସ୍ଥାନ ପରିଦର୍ଶନ କରିବେ । ଏହାସହ ରାଜ୍ୟପାଳ ମେ 13ରେ କୋଲକାତାରୁ ବାହାରି ବିଏସଏଫ ହେଲିକପ୍ଟରରେ ଜରିଆରେ ସୀତଲ କୁଚିରେ ହିଂସା ପ୍ରଭାବିତ ଅଞ୍ଚଳର ପୀଡିତଙ୍କୁ ମଧ୍ୟ ସାକ୍ଷାତ କରିବେ ।

ABOUT THE AUTHOR

...view details