ଓଡିଶା

odisha

ETV Bharat / bharat

Train Accident: ଆଜି ଓଡିଶା ଆସୁଛନ୍ତି ମମତା, ବଙ୍ଗଳା ମୃତକଙ୍କ ପରିଜନକୁ ଦେବେ ନିଯୁକ୍ତିପତ୍ର - ଓଡିଶା ଆସିବେ ମମତା ବାନାର୍ଜୀ

ଆଜି ଓଡିଶା ଆସୁ୍‌ଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ଆହତଙ୍କୁ ଭେଟିବେ । ମୃତାହତଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ଦେବେ । ଅଧିକ ପଢନ୍ତୁ

Train accident: ବୁଧବାର ଓଡିଶା ଆସିବେ ମମତା
ମଙ୍ଗଳବାର ଓଡିଶା ଆସିବେ ମମତା

By

Published : Jun 5, 2023, 6:17 PM IST

Updated : Jun 6, 2023, 9:41 AM IST

ହାଇଦ୍ରାବାଦ:ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ବାସିନ୍ଦା ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଏବେ ମଧ୍ୟ କଟକ ଓ ଭୁବନେଶ୍ବରରେ ଏକାଧିକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡିଶା ଆସୁଛନ୍ତି । ସେ ଭୁବନେଶ୍ବର ଓ କଟକରେ ଆହତଙ୍କୁ ଭେଟିବେ । ପରେ ଆହତଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ରାଶି ସହ ସରକାରୀ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ । ଏନେଇ ମମତା ସୋମବାର କୋଲକାତାରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜେ ସୂଚନା ଦେଇଛନ୍ତି ।

ମମତା ଆଜି ଏହି ଘୋଷଣା ସହ ପୁଣି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରର ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନାପସନ୍ଦ କରିବା ସହ ମମତା କହିଛନ୍ତି, ସେ ଏହି ସମୟରେ ସେ ସମ୍ପର୍କରେ କିଛି କହିବା ପାଇଁ ଚାହୁଁନାହାନ୍ତି । ଏବେ ମୃତାହତଙ୍କ ପରିବାର କଥା ଚିନ୍ତା କରିବାର ସମୟ । ଅନେକ ଲୋକ ସେମାନଙ୍କର ହାତ ଓ ଗୋଡ ହରାଇଛନ୍ତି । ସେ ଆଜି ଭୁବନେଶ୍ବର ଓ କଟକ ଗସ୍ତ କରିବେ । ଚିକିତ୍ସାଧୀନ ଆହତଙ୍କୁ ଭେଟି ସହାୟତା ରାଶି ପ୍ରଦାନ କରିବେ । ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ରାଶି ସହ ପରିବାରର ଜଣେ ସଦସ୍ୟଙ୍କୁ ପଶ୍ଚିମବଙ୍ଗ ହୋମଗାର୍ଡ ବିଭାଗରେ ଭର୍ତ୍ତି ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ ।

CBI ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଦିଦି: ସେହିପରି ସେ ସିବିଆଇ ତଦନ୍ତ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ । ଏହା ଏକ ଦୁର୍ଘଟଣା ମାମଲା । ଏପରି ସମୟରେ ସତ୍ୟ କ’ଣ, କାହିଁକି ଦୁର୍ଘଟଣା ଘଟିଲା ତାହା ସାମ୍ନାକୁ ଆସିବା ନିହାତି ଆବଶ୍ୟକ । ସେ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ସେ ନିଜେ ସିବିଆଇକୁ ଦେବା ପାଇଁ କହିଥିଲେ । ସିବିଆଇ ତଦନ୍ତ ମଧ୍ୟ କଲା, ହେଲେ ଫଳାଫଳ କିଛି ଆସିଲା ନାହିଁ ବୋଲି ମମତା କହିଛନ୍ତି । ଆଜି ପଶ୍ଚିମବଙ୍ଗର କିଛି ମୃତକଙ୍କ ମୃତଦେହ କୋଲକାତାରେ ପହଞ୍ଚିଛି । ଦିଦି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବେ ମଧ୍ୟ କିଛି ପଶ୍ଚିମବଙ୍ଗର ଆହତ ଭୁବନେଶ୍ବର ଓ କଟକରେ ଚିକିତ୍ସାଧୀନ ରହିଛନ୍ତି ।

ପୂର୍ବରୁ 3 ଥର ରେଳ ମନ୍ତ୍ରୀ ରହିସାରିଥିବା ମମତା ଏହି ଦୁର୍ଘଟଣାର ପ୍ରଥମ ଦିନରୁ ସରକାରଙ୍କୁ ବିଭିନ୍ନ ଦିଗ ନେଇ ଘେରିବାରେ ଲାଗିଛନ୍ତି । ପ୍ରଥମେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ମମତା ଅଭିଯୋଗ କରିଥିଲେ । ପରେ ଚେନ୍ନାଇ-ହାଓ୍ବଡା ରୁଟ୍‌ରେ କାହିଁକି ‘କବଚ’ ସିଷ୍ଟମ ନଥିଲା ବୋଲି ପ୍ରଶ୍ନ ଉଠାଇଥିଲେ । ଦୁର୍ଘଟଣା ପର ଦିନ ସିଧା ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଏବେ ପୁଣି ଥରେ ସେ ଓଡିଶା ଗସ୍ତରେ ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2023, 9:41 AM IST

ABOUT THE AUTHOR

...view details