ଓଡିଶା

odisha

By

Published : Sep 30, 2021, 7:36 AM IST

Updated : Sep 30, 2021, 1:55 PM IST

ETV Bharat / bharat

ପଶ୍ଚିମବଙ୍ଗ ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ଭବାନୀପୁରରେ ୩୫.୯୭ ଭୋଟିଂ

West Bengal byelection live update
ପଶ୍ଚିମବଙ୍ଗ ଉପନିର୍ବାଚନ: ମତଦାନ ଆରମ୍ଭ

13:40 September 30

ମଧ୍ୟାହ୍ନ ୧ଟା ସୁଦ୍ଧା ଭବାନୀପୁରରେ ୩୫.୯୭ ପ୍ରତିଶତ ମତଦାନ

ମଧ୍ୟାହ୍ନ ୧ଟା ସୁଦ୍ଧା ଭବାନୀପୁରରେ ୩୫.୯୭ ପ୍ରତିଶତ ମତଦାନ ହୋଇଛି । ସେହିପରି ସମଶେରଗଞ୍ଜରେ ୫୫.୧୫ ପ୍ରତିଶତ ମତଦାନ ହୋଇଥିବାବେଳେ ଜାଙ୍ଗିପୁରରେ ୫୩.୭୮ ପ୍ରତିଶତ ମତଦାନ ହୋଇଛି । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି  ।

11:42 September 30

ପୂର୍ବାହ୍ନ ୧୧ ସୁଦ୍ଧା ଭବାନୀପୁରରେ ୨୧.୭୩% ମତଦାନ

ପୂର୍ବାହ୍ନ ୧୧ ସୁଦ୍ଧା ଭବନୀପୁରରେ ୨୧.୭୩% ମତଦାନ

ଚାଲିଛି ପଶ୍ଚିମବଙ୍ଗ ଉପନିର୍ବାଚନ । କଡା ସୁରକ୍ଷା ମଧ୍ୟରେ ଭୋଟ୍ ଦେଉଛନ୍ତି ଭୋଟର୍ । ପୂର୍ବାହ୍ନ ୧୧ ପୂର୍ବରୁ ଭବାନୀପୁରରେ ୨୧.୭୩ ପ୍ରତିଶତ ମତଦାନ ହୋଇଛି । ସେହିପରି ସମଶେରଗଞ୍ଜରେ ୪୦.୨୩ ପ୍ରତିଶତ ମତଦାନ ହୋଇଥିବାବେଳେ ଜାଙ୍ଗିପୁରରେ ୩୬.୧୧ ପ୍ରତିଶତ ମତଦାନ ହୋଇଛି । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି  ।

09:28 September 30

ବିଭିନ୍ନ ବୁଥ୍ ବୁଲିଲେ ଭବାନୀପୁର ବିଜେପି ପ୍ରାର୍ଥୀ ପ୍ରିୟଙ୍କା

ଭୋଟଦାନ କେନ୍ଦ୍ର ବୁଲି ଦେଖିଲେ ଭବାନୀପୁର ଉପନିର୍ବାଚନ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ଏହିସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି ଯେ, 'ଆମେ ନିରପେକ୍ଷ ନିର୍ବାଚନ ଆଶା କରୁଛୁ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଆଜି ବିଭିନ୍ନ ମତଦାନ ବୁଥ ପରିଦର୍ଶନ କରିବି।' ମମତାଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି ଯେ, ରାଜ୍ୟ ସରକାର ବର୍ତ୍ତମାନ ଭୟଭୀତ ଅଛନ୍ତି । ଏଥିସହ ପ୍ରିୟଙ୍କା କହିଛନ୍ତି ଯେ, ୭୨ ନଂ ବୁଥରେ ମତଦାନ ବନ୍ଦ ରହିଛି । ଟିଏମସି ବିଧାୟକ ମଦନ ମିତ୍ର ବୁଥକୁ କବଜା କରିବାକୁ ଚାହୁଁଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏଠାରେ ଭୋଟିଂ ମେସିନକୁ ବନ୍ଦ କରାଯାଇଛି  ।

07:26 September 30

ପଶ୍ଚିମବଙ୍ଗରେ ମତଦାନ ଆରମ୍ଭ

ଆଜି(ଗୁରୁବାର) ସକାଳ ୭ଟାରୁ ପଶ୍ଚିମବଙ୍ଗର ୩ଟି ଆସନର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । କଡା ସୁରକ୍ଷା ମଧ୍ୟରେ ଭୋଟ ଦେଉଛନ୍ତି ମତଦାତା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଚାଲିବ ମତଦାନ ।

06:05 September 30

ପଶ୍ଚିମବଙ୍ଗ ଉପନିର୍ବାଚନ LIVE ଅପଡେଟ୍

କୋଲକାତା: ଆଜି କମ୍ପିବ ବଙ୍ଗ ମୈଦାନ । ଉପନିର୍ବାଚନରେ ବି ସରଗରମ୍ ପଶ୍ଚିମବଙ୍ଗ । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଯଦି ମମତା ଭବାନୀପୁରର ବିଜୟୀ ହେଉଛନ୍ତି ତେବେ ପୁଣି ୫ ବର୍ଷ ପଶ୍ଚିମବଙ୍ଗ ଅକ୍ତିଆରରେ ରହିବେ ନଚେତ୍ ଦିଦିଙ୍କୁ ହରାଇବାକୁ ପଡିବ ମୁଖ୍ୟମନ୍ତ୍ରୀ ପଦ । କାରଣ ସାଧାରଣରେ ନିର୍ବାଚନରେ ନନ୍ଦିଗ୍ରାମରୁ ଲଢିଥିବା ମମତା ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜୟ ବରଣ କରିଥିଲେ  । ୨୦୦ରୁ ଅଧିକ ଆସନ ପାଇ ଟିଏମସି ସରକାର ଗଠନ କରିଥିଲେ ମଧ୍ୟ ମୁଖିଆଙ୍କ ପରାଜୟକୁ ସହଜରେ ହଜମ କରିପାରିନଥିଲା  ।  

ତେବେ ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନ ଅଧିକ ଗୁରୁତ୍ବ ବହନ କରୁଛି ମମତାଙ୍କ ପାଇଁ । ସେପଟେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ  । ପୂର୍ବ ନିର୍ବାଚନରେ ପଶ୍ଚିମବଙ୍ଗରେ ହିଂସା, ମହିଳାଙ୍କୁ ନିର୍ଯାତନା ଆଦିର ବିନାଶ ପାଇଁ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଶାନ୍ତି ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇଛନ୍ତି  । ତେବେ ମମତାଙ୍କ ଆସନ ରହୁଛି କି ଯାଉଛି ତାହା ଉପରେ ସମସ୍ତଙ୍କ ନଜର  ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଭବାନୀପୁର ସମେତ ଅନ୍ୟ ୨ଟି ଆସନ ମୁର୍ସିଦାବାଦ ଜିଲ୍ଲାର ଶମଶରାଗଞ୍ଜ ଏବଂ ଜାଙ୍ଗିପୁର ଆସନରୁ ମଧ୍ୟ ଉପନିର୍ବାଚନ ହେଉଛି  ।

Last Updated : Sep 30, 2021, 1:55 PM IST

ABOUT THE AUTHOR

...view details