ଓଡିଶା

odisha

ବିଜେପିର ମିଶନ ପଶ୍ଚିମବଙ୍ଗ; 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଧର୍ମେନ୍ଦ୍ର ଓ ଜୁଏଲ

ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ନିଜର ତାଲିକା ଜାରି କରିଛି । ଅଧିକ ପଢନ୍ତୁ...

By

Published : Mar 10, 2021, 2:26 PM IST

Published : Mar 10, 2021, 2:26 PM IST

ବିଜେପିର ମିଶନ ପଶ୍ଚିମବଙ୍ଗ
ବିଜେପିର ମିଶନ ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ନିଜର ତାଲିକା ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସାମିଲ । ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଝାଡଖଣ୍ଡ ବିଜେପିର ତୁଙ୍ଗନେତାଙ୍କୁ ମଧ୍ୟ ପଶ୍ଚିମବଙ୍ଗରେ ପ୍ରଚାର କରିବା ପାଇଁ ଦଳ ଦାୟିତ୍ବ ଦେଇଛି ।

ଭାରତୀୟ ରାଜନୀତିରେ ବର୍ତ୍ତମାନ ସବୁଠାରୁ ବଡ ରଣକ୍ଷେତ୍ର ହେଉଛି ପଶ୍ଚିମବଙ୍ଗ । ଶାସନ ଗାଦି ଦଖଲ ପାଇଁ ଗୈରିକ ଦଳ ବିଜେପି ବିରାଟ ଯୋଜନା କରିଥିବା ବେଳେ ଦଳର ଚାଣକ୍ୟ ଅମିତ ଶାହଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦଳ ଧୀରେ ଧୀରେ ଆଗକୁ ବଢୁଛି । ଦଳ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କୌଣସି ସୁଯୋଗ ହାତ ଛଡାକରିବ ନାହିଁ ।

ସେପଟେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ତାଲିକାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ଦଳର ଶୀର୍ଷସ୍ତରୀୟ ନେତା ସ୍ଥାନ ପାଇଥିବା ବେଳେ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ମଧ୍ୟ ନିଆଯାଇଛି । ସେହିପରି ଝାଡଖଣ୍ଡ ବିଜେପିର ବଡ ନେତାଙ୍କୁ ମଧ୍ୟ ବିଜେପି ଷ୍ଟାର ପ୍ରଚାରକ ଭାବେ ନେଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆଶ୍ଚର୍ଯ୍ୟ ଜନକ ଭାବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଷଡଙ୍ଗୀଙ୍କୁ ଦଳ ଷ୍ଟାର ପ୍ରଚାର ତାଲିକାରୁ ବାଦଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ଷ୍ଟାର ପ୍ରଚାରକ କରିଛି ଦଳ । ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ହେଉଛନ୍ତି ପଡୋଶୀ ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବରର ବାସିନ୍ଦା । ସେ ବଙ୍ଗାଳୀ ଭାଷା ସ୍ପଷ୍ଟ ଭାବେ କହିବା ସହ ବୁଝିପାରନ୍ତି, ସୀମାନ୍ତରେ ପ୍ରତାପଙ୍କ ପ୍ରଭାବ ରହିଛି । ଏହାସହ ସେ କୋଲକାତାର ଅନେକ ସଂଗଠନ ସହ ଜଡିତ ମଧ୍ୟ । ତାଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେବା ଆଶ୍ଚର୍ଯ୍ୟ କରିଛି ପ୍ରତାପ ଷଡଙ୍ଗୀଙ୍କ ସମର୍ଥକଙ୍କୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details