ଓଡିଶା

odisha

ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope

By

Published : Aug 6, 2023, 11:10 AM IST

ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସପ୍ତାହିକ ମଧ୍ୟମ ଧରଣର ରହିବ । ଆପଣଙ୍କର ଖର୍ଚ୍ଚ ବଢ଼ିପାରେ । ଏଥିପାଇଁ ଧ୍ୟାନ ଦେବାକୁ ପଡିବ । ନହେଲେ ଆପଣ ଅସୁବିଧାରେ ପଡିପାରନ୍ତି । ଟଙ୍କା ସଞ୍ଚୟ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଚାକିରି ଦୃଷ୍ଟିରୁ, ଆପଣ ଭଲ ଫଳାଫଳ ପାଇବେ । ଯଦି ଆପଣ ବ୍ୟବସାୟରେ ନିୟୋଜିତ ଥାନ୍ତି, ତେବେ ବିଦେଶୀମାନଙ୍କ ସହିତ କାମ କରିବା କିମ୍ବା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ନିଜର କାର୍ଯ୍ୟକୁ ନେଇ ପୁରସ୍କୃତ ହୋଇପାରନ୍ତି । ଯଦି ଆପଣଙ୍କର ଏକ ପୁରୁଣା ଋଣ ଥାଏ, ତେବେ ଋଣ ପରିଶୋଧ କରିପାରନ୍ତି । ଘରେ ସୁଃଖ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ଭଲରେ କଟିବ ।

ବୃଷ: ଏହି ସପ୍ତାହରେ ଆପଣଙ୍କ ଆୟରେ ବୃଦ୍ଧି ଘଟିବ । କିଛି ନୂଆ ଯୋଜନା ଉପରେ କାମ କରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବେ । ଖର୍ଚ୍ଚ ପୂର୍ବ ଭଳି ରହିବ, ଯାହା ଆପଣଙ୍କୁ ଚିନ୍ତାରେ ପକାଇବ । ସପ୍ତାହର ମଧ୍ୟଭାଗରେ ଆପଣ ବହୁତ ଚିନ୍ତିତ ରହିବେ କିନ୍ତୁ ଚିନ୍ତାରୁ ବାହାରି କାମ କରିବାକୁ ପଡିବ। ନହେଲେ ଏହା ଆପଣଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ । ବ୍ୟବସାୟ ପାଇଁ ସପ୍ତାହଟି ଭଲ ରହିବ । ନିଜର ଚେଷ୍ଟା ଜାରି ରଖନ୍ତୁ, ଅଧିକ ପରିଶ୍ରମ କରନ୍ତୁ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ସତ୍ତ୍ଵେ ପ୍ରେମ ରହିବ ଏବଂ ପରସ୍ପରକୁ ବୁଝିବାରେ ସକ୍ଷମ ହେବେ, ଯେଉଁ କାରଣରୁ ସମ୍ପର୍କ ଭଲ ସମୟ ଦେଇ ଆଗକୁ ବଢ଼ିବ । ବନ୍ଧୁମାନେ ଆପଣଙ୍କୁ ସାହାଯ୍ୟ କରିବେ । ସପ୍ତାହର ଆରମ୍ଭ ସମୟ ଭ୍ରମଣ ପାଇଁ ଅନୁକୂଳ ହେବ । ସପ୍ତାହର ମଧ୍ୟ ଭାଗରେ ଆପଣ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ ।

ମିଥୁନ:ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ । ଆପଣ ବହୁତ ଉତ୍ସାହିତ ଦେଖାଯିବେ ଏବଂ ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ମଧ୍ୟ ହେବ । ଚାକିରି କ୍ଷେତ୍ରରରେ ପ୍ରଶଂସିତ ହେବେ । ଏହି ସମୟରେ ମଧ୍ୟ ଆପଣ ଆର୍ଥିକ ଦୃଷ୍ଟିରୁ ମଜବୁତ ହେବେ । ଖର୍ଚ୍ଚ କମ ରହିବ ଯାହା ଆପଣଙ୍କ ପାଇଁ ବହୁତ ଖୁସିର ବିଷୟ ହେବ । ନିକଟତମ ସ୍ଥାନଗୁଡ଼ିକୁ ଭ୍ରମଣରେ ଯିବାର ସମ୍ଭାବନା ଦେଖା ଦେଇପାରେ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯଦି ଆପଣ ପାଠ ପଢୁଛନ୍ତି ଅଧିକ ପରିଶ୍ରମ କରନ୍ତୁ । ଚଳିତ ସପ୍ତାହରେ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ।

କର୍କଟ:ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ । ଆପଣ ଏକ ଦୀର୍ଘ ଯାତ୍ରା କରିବା ପାଇଁ ଯୋଜନା କରିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନଙ୍କୁ ମଧ୍ୟ ସେମାନଙ୍କ କାର୍ଯ୍ୟ ସଂପର୍କରେ ପରିବାର ସଦସ୍ୟଙ୍କ ସମର୍ଥନ ନେବାକୁ ପଡ଼ିବ । ଯେଉଁମାନେ ବ୍ୟବସାୟ କରନ୍ତି, ସେମାନଙ୍କୁ ସେମାନଙ୍କର ବ୍ୟବସାୟଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ପରିବାର ସଦସ୍ୟଙ୍କ ଆବଶ୍ୟକତା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ ହେବ, ତେଣୁ ଯତ୍ନର ସହ କାମ କରନ୍ତୁ ଯାହା ଦ୍ୱାରା ଆପଣ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ପରିବାରରେ ସାମାନ୍ୟ ମତାନ୍ତର ଦେଖା ଦେବାର ସମ୍ଭାବନା ରହିବ । ସମସ୍ତଙ୍କୁ ନିୟନ୍ତ୍ରଣ କରିବାର ଇଚ୍ଛା ଆପଣଙ୍କ ମନରେ ସୃଷ୍ଟି ହେବ ।

ସିଂହ: ଏହି ସପ୍ତାହରେ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିଛି । କିଛି ନୂଆ କରିବାକୁ ଚିନ୍ତା କରିବେ । ତୀର୍ଥଯାତ୍ରାରେ ବାହାରକୁ ଯାଇପାରନ୍ତି । ପରିବାର ଲୋକଙ୍କ ସହ ମନ ବହୁତ ଖୁସି ରହିବ, ତେଣୁ ସେମାନଙ୍କୁ ସାଙ୍ଗରେ ନିଅନ୍ତୁ । ଚାକିରି କରୁଥିବା ବ୍ୟକ୍ତି ମାନେ କ୍ଲନ୍ତ ଅନୁଭବ କରିବେ, କାହିଁକିନା ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ସହିତ ବ୍ୟବସାୟ କରୁଥିବା ଲୋକମାନଙ୍କୁ ସହଯୋଗ କରନ୍ତୁ । ଏହି ସପ୍ତାହରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରନ୍ତୁ ନାହିଁ । ଆୟ ମଧ୍ୟମ ଧରଣର ହେବ । ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଥାଏ, ତେବେ ଏକ ବିବାହ କାର୍ଯ୍ୟ ଭଲ ଭାବରେ ସମ୍ପନ୍ନ ହେବ । ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ରହିବ ।

କନ୍ୟା:ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ବିବାହିତ ଲୋକମାନେ ସେମାନଙ୍କ ଘରୋଇ ଜୀବନରେ ଖୁସି ରହିବେ । ଆପଣଙ୍କ ଜୀବନସାଥୀଙ୍କ ସହିତ ନୂତନ କାର୍ଯ୍ୟ କରିବାକୁ ମନବଳାଇବେ । ଯାହା ଆର୍ଥିକ ଲାଭ ଆଣିପାରେ। ପ୍ରେମ ଜୀବନ ପାଇଁ ଏହା ଏକ ଭଲ ସମୟ ଅଟେ । କିଛି କଥାକୁ ନେଇ ଚିନ୍ତିତ ରହିପାରନ୍ତି । ଭୁଲ ଚିନ୍ତାଧାରା ମଧ୍ୟ ଆପଣଙ୍କ ମନକୁ ଆସିପାରେ, କିନ୍ତୁ ସେଗୁଡ଼ିକ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଚାକିରି କରୁଥିବା ବ୍ୟକ୍ତିମାନେ ହୁଏତ ସେମାନଙ୍କ କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ସମୟ ଅତିବାହିତ କରିବେ ।

ତୁଳା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସପ୍ତାହଟି ଭଲରେ ଅତିବାହିତ ହୋଇପାରେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାହାଯ୍ୟ ଆବଶ୍ୟ କରିବେ । ଏଥି ପାଇଁ ଜଣେ ବ୍ୟକ୍ତିଙ୍କ ସହଯୋଗ ଲୋଡି ପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିବ। ଯଦି କଠିନ ପରିଶ୍ରମ କରନ୍ତି ତେବେ ସାଙ୍ଗ ମାନେ ଆପଣଙ୍କୁ ସାହାଯ୍ୟ କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ବରିଷ୍ଠ ନାଗରିକଙ୍କଠାରୁ ମଧ୍ୟ ପରାମର୍ଶ ଗ୍ରହଣ କରିବେ, ଯାହା ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବିବାହିତ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବେ । ଘର ପାଇଁ କିଣାକିଣି କରିବାକୁ ଯାଇ କିଛି ନୂତନ ସାମଗ୍ରୀ କିଣିବେ । ଭ୍ରମଣରୁ ଦୂରରେ ରହି ପାଠପଢା ଉପରେ ବିଦ୍ୟାର୍ଥୀ ମାନେ ଅଧିକ ଧ୍ୟାନ ଦିଅନ୍ତୁ ।

ବିଛା: ଆପଣଙ୍କର ସପ୍ତାହଟି ଭଲରେ ଭଲରେ ଅତିବାହିତ ହେବ । ସ୍ୱାମୀଙ୍କ ସହ ସମ୍ପର୍କ ଦୃଢ଼ ହେବ ଏବଂ ସନ୍ତାନମାନଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ । ଏହି ସପ୍ତାହ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଅନୁକୂଳ ଅଟେ, କିନ୍ତୁ ଅତ୍ୟଧିକ ଗପସପ କରିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କର ବସ୍ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ମଧ୍ୟ ଅଛି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିଛି ନୂତନ ଲୋକଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇବେ, ଯାହା ସେମାନଙ୍କର ଚିନ୍ତାଧାରାକୁ ପ୍ରଭାବିତ କରିବ । ଖର୍ଚ୍ଚାନ୍ତ ହୋଇପାରନ୍ତି, କିନ୍ତୁ ଲାଭବାନ ମଧ୍ୟ ହେବେ । ବିବାହିତ ଲୋକ ମାନେ ମାନସିକ ଚାପରୁ ଦୂରେଇ ରହିବେ । ବିଦ୍ୟାର୍ଥୀଙ୍କ ପାଇଁ ସପ୍ତାହଟି ଭଲ ରହିବ । ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବେ ।

ଧନୁ: ଆପଣଙ୍କ ପାଇଁ ଏହି ସପ୍ତାହଟି ଭଲ ରହିବ । ନିଜର ପିତାମାତାଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ତୀର୍ଥସ୍ଥାନ ବୁଲିବାକୁ ଯାଇ ପାରନ୍ତି । ପରିବାରରେ ସୁଃଖ ଶାନ୍ତି ବଜାୟ ରହିବ । ଗୋଟିଏ ଚାକିରି ଛାଡି ଆଉ ଏକ ଚାକିରି କରିପାରନ୍ତି । ଯାହାକୁ ନେଇ ଆପଣଙ୍କ ମନ ଖୁସି ରହିବ । ବ୍ୟବସାୟ ସଫଳତାର ସହିତ ଆଗକୁ ବଢ଼ିବ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ଭଳରେ କଟିବ । ଆପଣଙ୍କର ସ୍ୱାମୀ ଆପଣଙ୍କର ଖୁସି ବଜାୟ ରଖିବା ପାଇଁ ସବୁକିଛି କରିବେ । କାହାର କଥା ଶୁଣି ନିଜକୁ ଦୁଃଖି ରଖନ୍ତୁ ନାହିଁ। କୌଣସି ପୁରୁଣା ସାଙ୍ଗକୁ ସାକ୍ଷାତ କରିପାରନ୍ତି । ସପ୍ତାହର ଆରମ୍ଭ ଦିନଗୁଡ଼ିକ ଭ୍ରମଣ ପାଇଁ ସର୍ବୋତ୍ତମ ଅଟେ । ବିଦ୍ୟାର୍ଥୀମାନେ ସେମାନଙ୍କର ଉଚ୍ଚଶିକ୍ଷାକୁ ବହୁତ ଧ୍ୟାନ ଦେବା ଉଚିତ୍ ।

ମକର: ଆପଣଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ହେବ । ସପ୍ତାହର ଆରମ୍ଭରେ ବୁଲାବୁଲି କରିବାର ସମ୍ଭାବନା ରହିଛି । ସାଙ୍ଗ ମାନଙ୍କ ସହ ଯାତ୍ରା ଆରମ୍ଭ କରିବେ । ବ୍ୟବସାୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ପରିସ୍ଥିତି ଅନୁକୂଳ ହେବ । ତଥାପି, ସେଠାରେ କିଛି ଲୋକ ଆପଣଙ୍କ ବିରୁଦ୍ଧରେ ଖରାପ ଚିନ୍ତା କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ଅତେଟା ଲାଭ ନମିଳିପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । କିନ୍ତୁ ଆପଣଙ୍କୁ ଅନ୍ୟ ଜଣଙ୍କର ସହଯୋଗ ମିଳିବ । ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ । ଯଦି କେଉଁଠି ବିବାହ ପ୍ରସ୍ତାବ ଆସୁଛି ତେବେ ଭଲ ବ୍ୟବହାର କରନ୍ତୁ । ସପ୍ତାହ ଆରମ୍ଭରୁ ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଭ୍ରମଣ ପାଇଁ ଉତ୍ତମ ଦିନ ହେବ । ଯଦି ଆପଣ ଜଣେ ବିଦ୍ୟାର୍ଥୀ ତେବେ ଏହି ସମୟରେ ଟିକିଏ ଅବହେଳାପୂର୍ଣ୍ଣ ମନୋଭାବ ଦେଖାଦେବ ।

କୁମ୍ଭ: ଆପଣଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ହେବ । ଘରେ ପରିବାରର ଆବଶ୍ୟକତାକୁ ଧ୍ୟାନରେ ରଖାଯିବ । ପରିବାରରେ ଲୋକମାନଙ୍କୁ ସମୟ ଦେବେ । ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନକୁ ଉପଭୋଗ କରିବେ ଏବଂ ନିଜର ସାଥୀକୁ ଅଧିକ ଭଲପାଇବେ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଏହି ସପ୍ତାହରେ ଲାଭବାନ ହେବେ । ଏହି ସପ୍ତାହ ବ୍ୟବସାୟୀମାନଙ୍କ ପାଇଁ ବେଶ ଭଲ ରହିଛି। ଭଲ ରୋଜଗାର କରିପାରନ୍ତି । କିଛି ନୂଆ ଲୋକଙ୍କ ବିଷୟରେ ଜାଣିବାକୁ ଇଚ୍ଛାପ୍ରକାଶ କରିବେ । ସପ୍ତାହର ମଧ୍ୟ ଭାଗରେ ଆପଣ ସାଙ୍ଗମାନଙ୍କ ସହିତ ବୁଲାବୁଲି କରିପାରନ୍ତି । ଏହି ସପ୍ତାହ ଆରମ୍ଭରୁ ଏହାର ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଭ୍ରମଣ ପାଇଁ ଅନୁକୂଳ ଅଟେ ।

ମୀନ: ଆପଣଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ହେବ । ସପ୍ତାହ ଆରମ୍ଭରୁ ଆପଣଙ୍କର ଆର୍ଥିକ ଜମା ବୃଦ୍ଧି ପାଇବ । ଖର୍ଚ୍ଚ ସାମାନ୍ୟ ଅଧିକ ହେଲେ ମଧ୍ୟ ବ୍ୟସ୍ଥତା ଅନୁଭବ କରିବେ ନାହିଁ । ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ କଠିନ ପରିଶ୍ରମ କରିବେ। ଯଦି ଆପଣ ବ୍ୟବସାୟ କରୁଛନ୍ତି, ତେବେ ଭଲ ରୋଜଗାର ହେବାର ସମ୍ଭାବନା ରହିଛି । ବିବାହିତ ଲୋକମାନେ ଉତ୍ତମ ଘରୋଇ ଜୀବନ ଅତିବାହିତ କରିବେ । ଆପଣଙ୍କ ଜୀବନ ସାଥୀଙ୍କ ସହ ସମୟ ବିତାଇବେ । ବିଦ୍ୟାର୍ଥୀମାନଙ୍କ ବିଷୟରେ ଯଦି ଆମେ କଥା ହେବା, ତେବେ ଏହି ସପ୍ତାହ ସେମାନଙ୍କ ପାଇଁ ଲାଭଦାୟକ ହୋଇପାରେ ।

ABOUT THE AUTHOR

...view details