ଓଡିଶା

odisha

ETV Bharat / bharat

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope

By ETV Bharat Odisha Team

Published : Sep 24, 2023, 7:08 AM IST

ମେଷ:ଏହି ସପ୍ତାହରେ ଆପଣ ନିଜ କାମ ଉପରେ ଅଧିକ ଧ୍ୟାନ ଦେବେ । ଛୋଟ ମୋଟ ତ୍ରୁଟିଗୁଡ଼ିକୁ ସମାଧାନ କରିବା ପାଇଁ ଚେଷ୍ଟା କରିବେ । ପ୍ରେମ ଜୀବନ ପାଇଁ ସପ୍ତାହଟି ଅତ୍ୟନ୍ତ ଅନୁକୂଳ ହେବ । ଆପଣ ନିଜର ପ୍ରିୟତମ ବା ପ୍ରିୟତମାଙ୍କ ସହିତ ବହୁତ ସମୟ ପର୍ଯ୍ୟନ୍ତ କଥା ହେବେ । ଯେଉଁ କାରଣରୁ ଆପଣଙ୍କର ସମ୍ପର୍କ ପୂର୍ବାପେକ୍ଷା ଆହୁରି ଦୃଢ଼ ହେବ । ଘରେ ସ୍ନେହପୂର୍ଣ୍ଣ ବାତାବରଣ ଅନୁଭବ କରିବାକୁ ମିଳିବ । ଗୋଟିଏ ନୂଆ ଜିନିଷ ଆସିବା ସହିତ ଘରେ ଆନନ୍ଦ ଓ ଉତ୍ସାହ ଖେଳିଯିବ । ବୈବାହିକ ଜୀବନ ଉତଥାନ ପତନରେ ପରିପୂର୍ଣ୍ଣ ହେବ । କାର୍ଯ୍ୟାଳୟରେ କାହା ସହିତ ନିଜର ବ୍ୟକ୍ତିଗତ କଥାକୁ ଆଲୋଚନା କରନ୍ତୁ ନାହିଁ ଯାହାକୁ ନେଇ ଥଟ୍ଟା ମଜା ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଉତଥାନ ପତନ ଲାଗି ରହିବ । ତଥାପି ଆପଣ ଆନନ୍ଦଦାୟକ କିଛି ଡିଲ୍ କରିବେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ସାମାନ୍ୟ ଚିନ୍ତିତ ହେବାର ସମ୍ଭାବନା ଦେଖାଦେଇପାରେ । ଅଦାଲତ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ପାଇବେ ଏବଂ ସେଥିରୁ ଆପଣ ଲାଭବାନ ହେବେ ।

ବୃଷ: ଏହି ସପ୍ତାହରେ ଆପଣ ଦୂର ଯାଗାକୁ ଯାତ୍ରା କରିବା ଭଳି ଗୋଟିଏ ଭଲ ଖବର ପାଇବେ । ଏହି ଯାତ୍ରା ଆନନ୍ଦ ପାଇଁ ହୋଇପାରେ ଏବଂ ଏହା ଆପଣଙ୍କ ବନ୍ଧୁ କିମ୍ବା ପ୍ରିୟଜନମାନଙ୍କ ସଙ୍ଗେ ହୋଇପାରେ, ଯାହାଦ୍ଵାରା ଆପଣ ଅତ୍ୟନ୍ତ ଆନନ୍ଦିତ ହେବେ । ଏହାଦ୍ଵାରା ଆପଣଙ୍କ ପ୍ରେମ ଜୀବନରେ ନୂତନତା ଆସିପାରେ ଏବଂ ଆପଣ ପରସ୍ପରର ନିକଟତର ହେବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନକୁ ନେଇ ସନ୍ତୁଷ୍ଟ ଦେଖାଯିବେ । ତାଙ୍କର ଜୀବନସାଥିଙ୍କ ସହାୟତାରେ ଆଗକୁ ବଢିବା ଯୋଗୁଁ ସେ ନିଜକୁ ବଳଶାଳୀ ଅନୁଭବ କରିବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ସପ୍ତାହଟି ଆଶାପୂର୍ଣ୍ଣ ହେବ । ଆପଣ କଠିନ ପରିଶ୍ରମ କରିବେ, ଯାହା ଦ୍ଵାରା ଆପଣ ଭଲ ଅଗ୍ରଗତି କରିବେ । ଯଦିଓ ଏହି ସପ୍ତାହରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି କଥା ଆଗକୁ କିଛି ଦିନ ପାଇଁ ସ୍ଥଗିତ ରହିପାରେ, ତଥାପି ମନକୁ ଦମ୍ଭ ରଖନ୍ତୁ । ଏଥି ପାଇଁ କେବଳ କିଛି ଅଧିକ ସମୟ ଲାଗିବ । ବ୍ୟବସାୟ କରୁଥିବା ଲୋକମାନେ ଭଲ ଉନ୍ନତି କରିବେ । ଏଠାରେ କାମ କରୁଥିବା ଲୋକଙ୍କ ସହିତ ଆପଣ ଉତ୍ତମ ବ୍ୟବହାର କରିବା ଆବଶ୍ୟକ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଶୁଭ ସମୟ ଅଟେ । ବୈଷୟିକ ଶିକ୍ଷା ଏବଂ ମ୍ୟାନେଜମେଣ୍ଟ ଅଧ୍ୟୟନରେ ନିଜର ବୁଦ୍ଧିମତା ପ୍ରଦର୍ଶନ କରିବା ଦ୍ଵାରା ଆପଣ ସୁଫଳ ପାଇବେ । ଯେ କୌଣସି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନେ ସୁଫଳ ପାଇବେ । ସପ୍ତାହର ଆରମ୍ଭ ଦିନଗୁଡିକ ଭ୍ରମଣ ପାଇଁ ଅନୁକୂଳ ହେବ ।

ମିଥୁନ:ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ । ବୈବାହିକ ଜୀବନରେ କିଛି ପ୍ରେମପୂର୍ଣ୍ଣ ମୂହୁର୍ତ୍ତ ଆସିବ ଏବଂ ପରସ୍ପର ପ୍ରତି ଅନ୍ତରଙ୍ଗତା ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ମଧ୍ୟ ସମୟ ଶୁଭ ଅଟେ । ଆପଣ ନିଜର ପ୍ରିୟତମ ବା ପ୍ରିୟତମାଙ୍କୁ ପରିବାର ଲୋକଙ୍କ ସହିତ ପରିଚିତ କରାଇପାରନ୍ତି । ଆପଣ ବ୍ୟବସାୟ ବିଷୟରେ ସାମାନ୍ୟ ନିଜର ଅଧିକାର ଥିବା ଭଳି ଆଚରଣ ଦେଖାଇବେ । ଏହି କାରଣରୁ ଆପଣ ଅନେକ ଭ୍ରମଣ କରିବାର ସମ୍ଭାବନା ଅଛି । ଏହି ସପ୍ତାହରେ ଆପଣ କେବଳ ନିଜ ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ଗୋଟିଏ ନୂଆ କାମ ପାଇବା ପରେ, ତାହାକୁ ଉତ୍ସାହର ସହିତ ସମ୍ପୂର୍ଣ୍ଣ କରନ୍ତୁ । ଏହି ସପ୍ତାହରେ ଆପଣଙ୍କୁ ନିଜ ମା’ଙ୍କ ସ୍ଵାସ୍ଥ୍ୟର ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିବ । ତାଙ୍କ ଆଚରଣରେ କ୍ରୋଧ ଭାବ ବୃଦ୍ଧି ହେବାର ସମ୍ଭାବନା ଅଛି । ଜାଗାବାଡି ସମ୍ପତ୍ତିରୁ ବହୁତ ଲାଭ ହେବାର ସମ୍ଭାବନା ଅଛି । ଆୟରେ ଦୃଢତା ଦେଖିବାକୁ ମିଳିବ । ଖର୍ଚ୍ଚ ହ୍ରାସ ପାଇବ । ଏହି ସପ୍ତାହରେ ଆପଣ ଆର୍ଥିକ ଭାବେ ସଫଳ ହେବେ । ଏହି ସପ୍ତାହରେ ବିଦ୍ୟାର୍ଥୀମାନଙ୍କ ଠାରେ ଅମନଯୋଗୀ ହେବା ଭଳି ସମସ୍ୟା ଦେଖା ଦେଇପାରେ । ସପ୍ତାହର ଆରମ୍ଭ ଦିନଗୁଡିକ ଏବଂ ଅନ୍ତିମ ତିନି ଦିନ ଭ୍ରମଣ ପାଇଁ ଶୁଭ ହେବ ।

କର୍କଟ:ଏହି ସପ୍ତାହ ଆପଣଙ୍କ ପାଇଁ ଉତଥାନ ପତନରେ ପରିପୂର୍ଣ୍ଣ ହେବ । ସପ୍ତାହର ଆରମ୍ଭ ଦିନଗୁଡିକ ସାମାନ୍ୟ ଦୁର୍ବଳ ରହିବ । ଆପଣ ନିଜର ମାନସିକ ଚିନ୍ତାରେ ମଗ୍ନ ହୋଇଯିବେ । ବୈବାହିକ ଜୀବନ ସ୍ନେହ, ରୋମାଞ୍ଚ ଓ ଅନ୍ତରଙ୍ଗତାରେ ପରିପୂର୍ଣ୍ଣ ହେବ । କିନ୍ତୁ ସାମାନ୍ୟ ମତାନ୍ତର ଦେଖାଦେବାର ସମ୍ଭାବନା ଅଛି । ଏହା ପରେ ପୁରୁଣା କଥାଗୁଡ଼ିକୁ ନେଇ ନିଜର ଜୀବନସାଥିଙ୍କ ସହିତ ଆପଣଙ୍କର ଯୁକ୍ତିତର୍କ ହୋଇପାରେ ।ସପ୍ତାହର ଶେଷ ଭାଗ ଆଡକୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବ । ପ୍ରେମ ପାଇଁ ସମୟ ଅନୁକୂଳ ହେବ । ଆପଣ ନିଜର ପ୍ରିୟତମ/ପ୍ରିୟତମାଙ୍କ ହୃଦୟର ଅବସ୍ଥାକୁ ଜାଣିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । ଆପଣ ବନ୍ଧୁମାନଙ୍କୁ ଭେଟିବେ । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ଆପଣ ଲକ୍ଷ୍ୟ ହାସଲ ନ କରିଥିବା କାରଣରୁ ଚିନ୍ତିତ ହେବାର ସମ୍ଭାବନା ଅଛି । ଆପଣଙ୍କର ସମସ୍ତ ଉଦ୍ୟମ ସଫଳ ହେବ, ଯେତେବେଳେ କି ବ୍ୟବସାୟ କରୁଥିବା ଲୋକମାନେ କିଛି ନୂଆ ଡିଲ୍ ପାଇବାର ସମ୍ଭାବନା ଅଛି । ଯାହା ଆପଣଙ୍କ ବ୍ୟବସାୟ ପାଇଁ ଅତ୍ୟନ୍ତ ଜରୁରୀ ସାବ୍ୟସ୍ତ ହେବ । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।ଯାହା ଦ୍ଵାରା ଆପଣଙ୍କର ସମସ୍ୟା ଆହୁରି ବଢିଯିବ । ଆପଣଙ୍କୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବାକୁ ପଡିବ । କୌଣସି ବଡ ରୋଗର ଯେପରି ଶିକାର ନ ହୁଅନ୍ତି, ସେଥି ପାଇଁ ଆପଣ ଯଥେଷ୍ଟ ଯତ୍ନବାନ ହେବା ଆବଶ୍ୟକ । ଭ୍ରମଣ ପାଇଁ ସପ୍ତାହର ଅନ୍ତିମ ଦିନଗୁଡିକ ଶୁଭ ହେବ ।

ସିଂହ:ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ । ଆପଣ କିଛି ନୂତନ ସୃଜନଶୀଳତା ଦେଖାଇବା ପାଇଁ ଚେଷ୍ଟା କରିବେ । ନିଜର କଳା କୁଶଳତା ଦ୍ଵାରା ଲାଭବାନ ହେବେ । ଏହା ଦ୍ଵାରା ଆପଣଙ୍କ ମନ ହାଲୁକା ହେବ । ନିଜ ମନରେ ଲାଗି ରହିଥିବା ଆଶାନ୍ତିର ସମାପ୍ତି ହେବା ଦ୍ଵାରା ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ମଧ୍ୟ ଉନ୍ନତି ହେବ । କିଛି ନୂଆ ଲୋକଙ୍କ ସହିତ ବନ୍ଧୁତା ହେବାର ସମ୍ଭାବନା ଅଛି । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ହେବାକୁ ଯାଉଛି । ଯଦି ଆପଣ ବିବାହିତ ତେବେ ପାରିବାରିକ ଜୀବନରେ ଲାଗି ରହିଥିବା ଅଶାନ୍ତିକୁ ଦୂର କରିବା ପାଇଁ ଆପଣଙ୍କର ଚେଷ୍ଟା ଦେଖିବାକୁ ମିଳିବ । ଚାକିରି କ୍ଷେତ୍ରରେ ପରିସ୍ଥିତି ଭଲ ରହିବ କିନ୍ତୁ ଆପଣଙ୍କୁ ବହୁତ ପରିଶ୍ରମ କରିବା ସହିତ ନିଜ କାମ ଉପରେ ଧ୍ୟାନ ଦେବାକୁ ପଡିବ । ବ୍ୟବସାୟ କରୁଥିବା ଲୋକମାନଙ୍କ ସମୟ ଶୁଭ ହେବ । ଆପଣ ନିଜର କାମକୁ ବଢାଇବା ସହିତ କାମର ପରିମାଣ ମଧ୍ୟ ବଢାଇବେ, ଯାହା ଦ୍ଵାରା ଆପଣ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସମୟ ଅତ୍ୟନ୍ତ ଅନୁକୂଳ ନୁହେଁ । ସପ୍ତାହର ଅନ୍ତିମ ଦିନଟି ଭ୍ରମଣ ପାଇଁ ଅତ୍ୟନ୍ତ ଶୁଭ ଅଟେ ।

କନ୍ୟା:ଏହି ସପ୍ତାହରେ ଆପଣ ସଚେତନତା ରହିବେ। ତଥାପି ଆପଣ ସାମାନ୍ୟ ଅହଂ ଭାବପୂର୍ଣ୍ଣ ହେବାର ସମ୍ଭାବନା ଅଛି । ଏହା ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ଥିବା କାରଣରୁ ଏଥିରୁ ମୁକୁଳିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କର କ୍ରୋଧ, ଆପଣଙ୍କ ବୈବାହିକ ଜୀବନ ପାଇଁ ସମସ୍ୟାର କାରଣ ହୋଇପାରେ । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ହେବ । ଏହି ସପ୍ତାହରେ ଆପଣଙ୍କ ଆତ୍ମବିଶ୍ଵାସ ମଧ୍ୟ ଉଚ୍ଚରେ ରହିବ । ଯେଉଁ କାରଣରୁ ଆପଣ ଉଭୟ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ମଧ୍ୟ ଆପଣଙ୍କ ଉର୍ଜା ଦ୍ଵାରା ପ୍ରଭାବିତ ହେବେ । ଏହି ସପ୍ତାହରେ ଆପଣ ଉତ୍ସାହିତ ରହିବା ସହିତ ଅନ୍ୟମାନଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରୁଥିବା ଦେଖାଯିବେ । କିନ୍ତୁ କୌଣସି କାମକୁ ତରବର ହୋଇ କରନ୍ତୁ ନାହିଁ । ଏହା ଗୋଟିଏ ସମସ୍ୟାର କାରଣ ହୋଇପାରେ । କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଜର କିମ୍ବା ପାକସ୍ଥଳୀରେ ସଂକ୍ରମଣ ହେବାର ସମ୍ଭାବନା ଥିବା କାରଣରୁ ନିଜ ଖାଦ୍ୟାଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ । ଆୟ ବୃଦ୍ଧି ହେବ । ଖର୍ଚ୍ଚ ପୂର୍ବ ଭଳି କମ୍ ହେବ । ଚାକିରି କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କ ଆତ୍ମବିଶ୍ଵାସ କାରଣରୁ ବହୁତ ଲାଭ କରିବାର ସମ୍ଭାବନା ଅଛି । ସପ୍ତାହର ଆରମ୍ଭ ଦିନଗୁଡିକ ଭ୍ରମଣ ପାଇଁ ଶୁଭ ଅଟେ । ବିଦ୍ୟାର୍ଥୀମାନେ ଅଧ୍ୟୟନ ସହିତ କିଛି ସୃଜନଶୀଳତାର କାମ କରିବାର ସମ୍ଭାବନା ଅଛି । ଯାହା ଦ୍ଵାରା ସେମାନଙ୍କ ପ୍ରତିଭା ବିକଶିତ ହେବ ।

ତୁଳା:ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ । ସପ୍ତାହର ଆରମ୍ଭ ଦିନଗୁଡିକରେ ଆପଣ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖୀ ଦେଖାଯିବେ । କିନ୍ତୁ ସପ୍ତାହର ଶେଷ ଆଡକୁ ସେମାନକ ମଧ୍ୟରେ କିଛି ଭୁଲ ବୁଝାମଣା ଦେଖାଦେଇପାରେ । ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ପ୍ରେମ ଜୀବନ ପାଇଁ ପରିସ୍ଥିତି ଅନୁକୂଳ ହେବ । ଏକାଠି କାମ କରିବା ଦ୍ଵାରା ଲୋକମାନେ ସହାୟତା ପାଇବେ । ଏହି ସପ୍ତାହରେ ଗୋଟିଏ ନୂଆ ଦାୟିତ୍ଵ ନେବା ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି । ବ୍ୟବସାୟରେ ମଧ୍ୟ ଭଲ ପରିସ୍ଥିତି ଦେଖାଦେବାର ସମ୍ଭାବନା ଅଛି । ଆପଣ ଅର୍ଥ ବିନିଯୋଗରୁ ଲାଭ ପାଇବେ । ଏହି ସମୟରେ ଆପଣଙ୍କର ଉଦ୍ୟମଗୁଡିକ ସଫଳ ହେବ । ଭାଗ୍ୟ ବଳରେ ଧନ ଲାଭ ହେବ । ବିଦ୍ୟାର୍ଥୀମାନେ ସେମାନଙ୍କର ଧ୍ୟାନ ବୃଦ୍ଧି କରିବା ସହିତ ଅଧ୍ୟୟନରେ ମନନିବେଶ କରିବା ଆବଶ୍ୟକ । ତେବେ ଯାଇଁ ସେମାନେ ଉତ୍ତମ ଫଳାଫଳ ପାଇବାରେ ସକ୍ଷମ ହେବେ । ଗବେଷଣା ପାଇଁ ଏହି ସପ୍ତାହ ଅନୁକୂଳ ଅଟେ ।

ବିଛା:ଏହି ସପ୍ତାହରେ ଆପଣ ଅନୁକୂଳ ଫଳ ପାଇବେ । କଥାରେ ମଧୁରତା ରହିବ । ଯାହା ଦ୍ଵାରା ଆପଣଙ୍କର ଶତ୍ରୁ ମଧ୍ୟ ନିଜର ହେବାର ସମ୍ଭାବନା ଅଛି । ନିଜର ବିରୋଧୀମାନଙ୍କ ଉପରେ ଆପଣ ପ୍ରଭାବ ବିସ୍ତାର କରିବେ । ବିବାହିତ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ହେବ । ଜୀବନସାଥୀଙ୍କ ସହିତ କୌଣସି ଦୂର ଯାଗାକୁ ଭ୍ରମଣରେ ଯିବା ପାଇଁ ଗୋଟିଏ ଯୋଜନା କରିବେ । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଅନୁକୂଳ ରହିବ । ଆପଣ ନିଜ କଠିନ ପରିଶ୍ରମର ଫଳ ପାଇବେ । ସରକାରୀ କ୍ଷେତ୍ରରୁ ମଧ୍ୟ ସୁଫଳ ମିଳିବ । ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ଅଟେ । ଆର୍ଥିକ ଅଗ୍ରଗତି ହେବ, ଆୟ ବୃଦ୍ଧି ହେବ । ବ୍ୟବସାୟ ପାଇଁ ଆପଣ ଏହି ସପ୍ତାହରେ କୌଣସି ସ୍ଵତନ୍ତ୍ର ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି । ବହୁତ ଯାତ୍ରା କରିବେ । ଯାହା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅନୁକୂଳ ହେବ । ଉଚ୍ଚ ଶିକ୍ଷାରେ ଆପଣ ସଫଳତା ପାଇବେ । ଭ୍ରମଣ ପାଇଁ ସମୟ ଶୁଭ ଅଟେ ।

ଧନୁ:ଏହି ସପ୍ତାହରେ ଆପଣ ଅଗ୍ରଗତି କରିବେ । ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଆପଣ ଜୀବନରେ ଅନ୍ୟମାନଙ୍କୁ ମଧ୍ୟ ମହତ୍ତ୍ଵ ଦେବେ । ଆପଣ ଅତ୍ୟନ୍ତ ସଂବେଦନଶୀଳ ମଧ୍ୟ ହେବେ । ଯେଉଁ କାରଣରୁ ଆପଣ ସଂପର୍କକୁ ମଧ୍ୟ ଧ୍ୟାନରେ ରଖିବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ କିଛି ନୂତନତା ଅନୁଭବ କରିବେ । ଜୀବନସାଥୀଙ୍କ ସହିତ ଅନେକ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିବେ । ଏହା ପାରିବାରିକ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସାହାଯ୍ୟ କରିବ । ଆପଣ ନିଜର ପ୍ରେମୀ/ପ୍ରେମିକାଙ୍କ ନିକଟତର ହେବେ । ପ୍ରେମ ଜୀବନରେ ଆପଣ ନିଶ୍ଚିତ ରୂପେ ନିଜର ପ୍ରିୟତମ/ପ୍ରିୟତମାଙ୍କ ନିକଟରେ ମନର କଥା ପ୍ରକାଶ କରିବାରେ ସକ୍ଷମ ହେବେ । ଏହି ସପ୍ତାହରେ ଚାକିରି ହେଉ ବା ବ୍ୟବସାୟ ଆପଣ ଉଭୟ କ୍ଷେତ୍ରରେ ସଫଳତା ପାଇବେ । ଖର୍ଚ୍ଚ ହ୍ରାସ ପାଇବ । ଆୟ ବୃଦ୍ଧି ହେବ । ସ୍ଵାସ୍ଥ୍ୟରେ ଉତଥାନ ପତନ ଦେଖାଦେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ । ଅଧ୍ୟୟନକୁ ଅବହେଳା କରନ୍ତୁ ନାହିଁ, ଅନ୍ୟଥା ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି ।

ମକର: ସପ୍ତାହଟି ଆପଣଙ୍କ ପାଇଁ ଉତଥାନ ପତନରେ ପରିପୂର୍ଣ୍ଣ ହେବ । ଆପଣ ଗୃହସ୍ଥ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ପୂର୍ବ ଭଳି ଜୀବନସାଥିଙ୍କ ସାନ୍ନିଧ୍ୟ ଲାଭ କରିବେ । ଘରେ ସୁଖ ଓ ଶାନ୍ତି ଦେଖାଦେବ । ପ୍ରେମ ଜୀବନ ପାଇଁ ସମୟ ଶୁଭ ଅଟେ । ଆପଣ ଯାହା ମନରେ ଚିନ୍ତା କରୁଛନ୍ତି ସେସବୁକୁ ନିଜର ପ୍ରିୟତମ/ପ୍ରିୟତମାଙ୍କ ନିକଟରେ ପ୍ରକାଶ କରନ୍ତୁ । ତାଙ୍କ ମନ କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଉଭୟଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ । ଆପଣ ସେମାନଙ୍କ ଠାରୁ ପ୍ରଚୁର ସ୍ନେହ ପାଇବେ । କର୍ମମୟ ଜୀବନରେ ଭଲ ସମୟର ଲାଭ ଉଠାଇବା କଥା ଆପଣଙ୍କୁ ଶିଖିବାକୁ ହେବ । ଚାକିରିରେ ଆପଣଙ୍କର ପଦବୀ ଦୃଢ ସ୍ଥିତିରେ ରହିବ ଏବଂ ବ୍ୟବସାୟରେ ସଫଳ ହେବେ । ଏହି ସପ୍ତାହରେ ଖର୍ଚ୍ଚ ବୃଦ୍ଧି ପାଇବ । ଯାହା ଦ୍ଵାରା ମାନସିକ ଅଶାନ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଗୋଟିଏ ଜରୁରୀ କାମ ହେବ । ପାକସ୍ଥଳୀଜନିତ ରୋଗ କାରଣରୁ ଆପଣ ଚିନ୍ତିତ ରହିପାରନ୍ତି । ପେଟ ଗରମ ହେବ ଏବଂ ଏସିଡିଟି ହେବା ଭଳି ସମସ୍ୟା ଦେଖାଦେଇପାରେ । ଆପଣଙ୍କୁ ପ୍ରବଳ ଜର ମଧ୍ୟ ହେବାର ସମ୍ଭାବନା ଅଛି । ଭ୍ରମଣ ପାଇଁ ସପ୍ତାହର ମଝି ଓ ଶେଷ ଦିନଗୁଡିକ ଶୁଭ ହେବ । ବିଦ୍ୟାର୍ଥୀମାନେ ଅଧ୍ୟୟନରୁ ସୁଫଳ ପାଇବେ ।

କୁମ୍ଭ: ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କର କୌଣସି ଏକ ସ୍ଵତନ୍ତ୍ର କାମ ପାଇଁ ଆପଣ ଜଣେ ବିଶେଷ ବନ୍ଧୁଙ୍କର ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହାୟତାରେ ଆପଣ ନିଜ କାମରେ ସଫଳତା ପାଇବେ । ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ଶୁଭମୟ ହେବ । କିନ୍ତୁ ଜୀବନସାଥିଙ୍କ ପରିବାର ତରଫରୁ କୌଣସି ସଦସ୍ୟଙ୍କ ପାଇଁ କିଛି ସମସ୍ୟା ବୃଦ୍ଧି ହୋଇପାରେ । ପ୍ରେମ ଜୀବନ ପାଇଁ ଶୁଭ ସମୟ ଜାରି ରହିବ । ଏହି ସପ୍ତାହରେ ସାବଧାନତାର ସହ କୌଣସି ପ୍ରକାରର ଅର୍ଥ ବିନିଯୋଗ କରନ୍ତୁ । ଅନ୍ୟଥା ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନେ ଏପରି କିଛି କାମ କରିବା ଉଚିତ୍ ନୁହେଁ, ଯାହା ଦ୍ଵାରା ତାଙ୍କର ଛବି ନଷ୍ଟ ହେବ । ଆପଣ କେବଳ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ । ବ୍ୟବସାୟ କରୁଥିବା ଲୋକମାନେ ଉତ୍ତମ ରୂପେ ସଫଳ ହେବାର ସମ୍ଭାବନା ଅଛି । ଆପଣ କିଛି ଜରୁରୀ ଯୋଜନା ପ୍ରସ୍ତୁତ କରିବେ, ଯାହା ଦ୍ଵାରା ବ୍ୟବସାୟରେ ଆପଣଙ୍କ ବିରୋଧୀମାନେ ପଛରେ ପଡିଯିବେ । ଭ୍ରମଣ ପାଇଁ ସପ୍ତାହଟି ଶୁଭ ଅଟେ । ଏହାର ଲାଭ ଉଠାନ୍ତୁ । ବିଦ୍ୟାର୍ଥୀମାନେ ଅଧ୍ୟୟନରୁ ସକାରାତ୍ମକ ପରିଣାମ ପାଇବା ଆରମ୍ଭ କରିବେ । ଏହା ପଛରେ ଆପଣଙ୍କର କଠିନ ପରିଶ୍ରମ ମଧ୍ୟ ଦେଖିବାକୁ ମିଳିବ ।

ମୀନ: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ । ସପ୍ତାହର ଆରମ୍ଭରେ ଆପଣଙ୍କ ଭାଗ୍ୟ ଭଲ ରହିବ । ଯେଉଁ କାରଣରୁ ଆପଣ ଅନେକ କାମ ସହଜରେ କରିବା ପାଇଁ ସକ୍ଷମ ହେବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପାଇଁ ସମୟ ସମୃଦ୍ଧ ହେବ । ଆପଣ ନିଜର ପ୍ରିୟତମ/ପ୍ରିୟତମାଙ୍କୁ ବିବାହର ପ୍ରସ୍ତାବ ଦେବାର ସମ୍ଭାବନା ଅଛି । ଏହି ସମୟରେ ବିବାହିତ ଲୋକମାନେ ସାମାନ୍ୟ ସାବଧାନ ହେବେ । ଆପଣ ସେମାନଙ୍କର କିଛି କଥାକୁ ନେଇ ଖରାପ ଭାବି ପାରନ୍ତି । ପରସ୍ପର ଆଲୋଚନା କରିବା ମାଧ୍ୟମରେ କଥାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ନିଶ୍ଚିତ ରୂପେ ଏହି ସପ୍ତାହରେ ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ପୂର୍ବବତ୍ ହେବ । ବ୍ୟବସାୟରେ ଉନ୍ନତି ହେବ । ଲୋକମାନେ ଆପଣଙ୍କୁ ଈର୍ଷା ମଧ୍ୟ କରିବେ । ଏହାର ଅର୍ଥ ହେଉଛି ଯେ, ଆପଣ ଠିକ ମାର୍ଗରେ ଅଛନ୍ତି । ନିଜର କାମକୁ ଜାରି ରଖନ୍ତୁ । ଯଦି ଆପଣ ଗୋଟିଏ ଚାକିରି କରନ୍ତି, ତେବେ ଆପଣ ନିଜ କାମରେ ଶ୍ରେଷ୍ଠତା ଲାଭ କରିବେ । ଚାକିରିରେ ପଦୋନ୍ନତୀ ହେବାର ସୁଯୋଗ ଆସିବ । ଆପଣଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେବ ।

ABOUT THE AUTHOR

...view details