ମେଷ:ଏହି ସପ୍ତାହର ଆରମ୍ଭ ଦିନଗୁଡିକରେ ଜୀବନଯାତ୍ରା ସାମାନ୍ୟ ମନ୍ଥର ହେବ । ନିଜର ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଅନ୍ୟଥା ଆପଣ ଅସୁବିଧାରେ ପଡିବାର ସମ୍ଭାବନା ଅଛି । ଯଦି ଆପଣଙ୍କ ବିପକ୍ଷରେ କରାଯାଇଥିବା କୌଣସି ମକଦ୍ଦମା ବହୁ ଦିନରୁ ପଡ଼ି ରହିଥାଏ ତେବେ ତାହାର ଫଇସଲା ଆପଣଙ୍କ ସପକ୍ଷରେ ହେବାର ସମ୍ଭାବନା ଅଛି । ଏଥିରୁ ଆପଣ ଲାଭବାନ ମଧ୍ୟ ହେବେ । ଆର୍ଥିକ ଦୃଷ୍ଟିରୁ ସପ୍ତାହଟି ଆପଣଙ୍କ ପାଇଁ ଅନୁକୂଳ ହେବ । ସରକାରୀ ଓ ପ୍ରଶାସନିକ କ୍ଷେତ୍ରର ଲୋକମାନଙ୍କ ସହିତ ଆପଣଙ୍କର ମିଳାମିଶା ହେବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ସପ୍ତାହଟି ଅନୁକୂଳ ଅଟେ । ଆପଣଙ୍କ ପ୍ରତି ସମସ୍ତଙ୍କର ଅତ୍ୟନ୍ତ ଶୁଭ ଦୃଷ୍ଟି ରହିବ । ନିଜର କାମ ପାଇଁ ପ୍ରଶଂସିତ ହେବେ । ସାମାନ୍ୟ ଉତଥାନ ପତନ ସତ୍ତ୍ୱେ ବ୍ୟବସାୟ କରୁଥିବା ଲୋକମାନେ ଭଲ କାମ ପାଇବେ । ଦାମ୍ପତ୍ୟ ଜୀବନରେ ମାନସିକ ଅଶାନ୍ତି ହ୍ରାସ ପାଇବ ଏବଂ ଆପଣ ନିଜ ସମ୍ପର୍କରେ ହେଉଥିବା ଉନ୍ନତିକୁ ଦେଖିବାକୁ ପାଇବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ସେମାନଙ୍କର ପ୍ରେମ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ। ସେମାନଙ୍କର ପ୍ରିୟତମ/ପ୍ରିୟତମାଙ୍କ ନିକଟତର ହେବା ସହିତ ନିଜ କାର୍ଯ୍ୟରେ ସଫଳତା ପାଇବେ । ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେବେ ।
ବୃଷ:ଆପଣଙ୍କର କିଛି ଅଦରକାରୀ ଖର୍ଚ୍ଚ ହେବ, ଯାହାଦ୍ଵାରା ଆପଣ ଅସୁବିଧାରେ ପଡିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆପଣ ଅସୁସ୍ଥ ହୋଇପାରନ୍ତି । କାମରେ ଅନେକ ବାଧା ସୃଷ୍ଟି ହେବାର ସମ୍ଭାବନା ଅଛି । ସେଥି ପାଇଁ ଆପଣଙ୍କ ପରିବାରର ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ । ଚାକିରି କ୍ଷେତ୍ରରେ ଆପଣ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ରହିବେ । ନିଜର କାମଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ଆପଣ ସମୟ ନେବେ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନକୁ ନେଇ ସନ୍ତୁଷ୍ଟ ରହିବେ । ଆପଣଙ୍କର ଜୀବନସାଥୀ କିଛି ଗୋଟିଏ ବଡ ସଫଳତା ପାଇବାର ସମ୍ଭାବନା ଅଛି । ଯାହାଦ୍ଵାରା ଆପଣ ସୁଖି ହେବେ ଏବଂ ଘରର ପରିବେଶ ଆନନ୍ଦମୟ ହେବ । ପ୍ରେମ ବ୍ୟାପାର ପାଇଁ ଏହି ସମୟ ଅତ୍ୟନ୍ତ ପ୍ରତିକୂଳ ହେବ । ବହୁତ ଭାବିଚିନ୍ତି ଆପଣଙ୍କୁ ଆଗକୁ ପାଦ ବଢାଇବାକୁ ହେବ କାରଣ ଗୋଟିଏ ଭୂଲ ପଦକ୍ଷେପ, ଆପଣଙ୍କୁ ଆପଣଙ୍କ ପ୍ରେମୀ/ପ୍ରେମିକାଙ୍କ ଠାରୁ ଦୂରେଇ ଦେଇପାରେ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ବାଧାପୂର୍ଣ୍ଣ ହେବ । ମନନିବେଶ କରିବାରେ ଆପଣ ସମସ୍ୟାର ସମ୍ମୁଖୀନ ହେବେ । ଯେଉଁ କାରଣରୁ ଆପଣଙ୍କ ଅଧ୍ୟୟନ ପ୍ରଭାବିତ ହେବ । ସପ୍ତାହର ମଧ୍ୟମ ଓ ଅନ୍ତିମ ଦିନଗୁଡିକ ଭ୍ରମଣ ପାଇଁ ଶୁଭ ହେବ ।
ମିଥୁନ: ଏହି ସପ୍ତାହରେ ଆପଣ ମିଶ୍ରିତ ଫଳ ପାଇବେ । ସପ୍ତାହର ଆରମ୍ଭରେ ଆପଣ ନିଜର ଆୟକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ଆୟର କିଛି ସ୍ରୋତ ବନ୍ଦ ହେବାର ସମ୍ଭାବନା ଅଛି ତେଣୁ ଧୈର୍ଯ୍ୟ ରଖନ୍ତୁ । ସ୍ଵାସ୍ଥ୍ୟରେ ଉନ୍ନତି ଅବନ୍ନତି ଲାଗି ରହିବ । ଏପରିକି ଆପଣଙ୍କ ପାକସ୍ଥଳୀରେ ୟନ୍ତ୍ରଣା ହେବ । ଜ୍ଵର ମଧ୍ୟ ହୋଇପାରେ କିମ୍ବା ପାକସ୍ଥଳୀରେ ବଦହଜମି ହେବାର ସମ୍ଭାବନା ଅଛି । ଯାହା ପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି । ନିଜର ଖାଦ୍ୟାଭ୍ୟାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନରେ ମାନସିକ ଅଶାନ୍ତି ବୃଦ୍ଧି ହୋଇପାରେ । ଯୁକ୍ତିତର୍କ ହେବାର ପରିସ୍ଥିତି ଉପୁଜିବ । ଜୀବନସାଥିଙ୍କ ସହିତ ସମ୍ପର୍କ ଭଲ ରହିବ । ପ୍ରେମ ଜୀବନ ପାଇଁ ମଧ୍ୟ ସପ୍ତାହଟି ଭଲ ରହିବ । ଚାକିରି କ୍ଷେତ୍ରରେ କିଛି ସମସ୍ୟା ବୃଦ୍ଧି ପାଇବ । କିଛି ବିରୋଧୀ ମୁଣ୍ଡ ଟେକିବେ, ତଥାପି ମଧ୍ୟ ବ୍ୟବସାୟ ପାଇଁ ସମୟ ଅନୁକୂଳ ହେବ । ସରକାରଙ୍କ ଦ୍ଵାରା ମଧ୍ୟ ଲାଭବାନ ହେବାର ସମ୍ଭାବନା ଦେଖାଦେବ । ଶିକ୍ଷା ପାଇଁ ଏହା ଏକ ଶୁଭ ସମୟ ଅଟେ । କିନ୍ତୁ ନିଜର ଧ୍ୟାନ ବୃଦ୍ଧି କରିବା ଭଳି କାର୍ଯ୍ୟ ଉପରେ ମନୋନିବେଶ କରିବା ଆବଶ୍ୟକ । ସପ୍ତାହର ଆରମ୍ଭ ଦିନଗୁଡିକ ଭ୍ରମଣ ପାଇଁ ଶୁଭ ହେବ ।
କର୍କଟ:କାର୍ଯ୍ୟ କ୍ଷେତ୍ରରେ ଆପଣ କିଛି ନୂଆ କାମ କରିବେ । ଯାହାଦ୍ଵାରା ଆପଣଙ୍କର ପରିଚୟ ସୃଷ୍ଟି ହେବ । ପଦୋନ୍ନତି ପାଇଁ ଆପଣ ସୁନିଶ୍ଚିତ ସୁଯୋଗଗୁଡ଼ିଏ ପାଇବେ । ଆପଣଙ୍କର ଦରମା ବୃଦ୍ଧି ହେବ, ଯାହାଦ୍ଵାରା ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ଯଦି ଆପଣ ବ୍ୟବସାୟ କରୁଥାନ୍ତି, ତେବେ ନିଜର ପୁରୁଣା ଚିହ୍ନା ପରିଚିତମାନଙ୍କ ସହିତ ଯୋଗାଯୋଗ କରିବା ସହିତ ନିଜର ବ୍ୟବସାୟ ନେଇ ସେମାନଙ୍କର ସହାୟତା ଲୋଡିବା ପାଇଁ ଏହା ଉଚିତ ସମୟ ଅଟେ । ବ୍ୟବସାୟରେ ଆପଣ ନିଜର ବନ୍ଧୁମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ । ବୈବାହିକ ଜୀବନ ପାଇଁ ଏହା ଶୁଭ ସମୟ ବୋଲି ସାବ୍ୟସ୍ତ ହେବ । ଆପଣଙ୍କର କଠିନ ପରିଶ୍ରମ ସଫଳ ହେବ । ଆପଣଙ୍କର ବୈବାହିକ ଜୀବନକୁ ମଧୁର କରିବା କ୍ଷେତ୍ରରେ ଆପଣଙ୍କର ଶ୍ଵଶୁର ଘର ଲୋକମାନେ ମଧ୍ୟ ସଂପୂର୍ଣ୍ଣ ସହାୟତା କରିବେ । ଏହା ସହିତ ଆପଣଙ୍କ ପରିବାର ସଦସ୍ୟମାନଙ୍କର ମଧ୍ୟ ସହଯୋଗପୂର୍ଣ୍ଣ ମନୋଭାବ ରହିବ । ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଅନୁକୂଳ ରହିବ । ଅଧ୍ୟୟନରେ କିଛି ବାଧା ଦେଖାଦେବାର ସମ୍ଭାବନା ଅଛି । ଭ୍ରମଣ ପାଇଁ ସପ୍ତାହର ଆରମ୍ଭ ଦିନଗୁଡିକ ଶୁଭ ହେବ ।
ସିଂହ:ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ନିଜର ବାପାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଏକ ଜରୁରୀ କାମ ହେବ । କାରଣ ସେ ଅସୁସ୍ଥ ହେବାର ସମ୍ଭାବନା ଅଛି । ନିଜର ସମ୍ମାନ ବୃଦ୍ଧି ହେଉଥିବା ଦେଖି ଆପଣ ଆତ୍ମସମ୍ମାନ ଲାଭ କରିବେ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ଭଲରେ ରହିବେ । ନିଜର କାମ କରିବା ସମୟରେ କିଛି ଲୋକଙ୍କ ସହିତ ଆପଣଙ୍କର ଯୁକ୍ତିତର୍କ ହେବାର ସମ୍ଭାବନା ଅଛି । ଏହି ଲୋକମାନେ ଆପଣଙ୍କ ମ୍ୟାନେଜ୍ମେଣ୍ଟ୍ର ସମସାମୟିକ ହୋଇଥିବେ, ତେଣୁ ଟିକେ ସାବଧାନ ରୁହନ୍ତୁ । ନିଜର ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ହେବ । ଆୟ ବୃଦ୍ଧି ହେବ । ଆପଣ ନିଜେ ଅନୁଭବ କରିଥିବା ମନର କଥାଗୁଡ଼ିକୁ କହିବା ସହିତ ସେଗୁଡିକୁ ଉଜାଗର କରିବେ । ଯେଉଁ କାରଣରୁ ଆପଣ ଲାଭବାନ ହେବା ମଧ୍ୟ ଆରମ୍ଭ କରିବେ । ଆୟ ଦୃଷ୍ଟିକୋଣରୁ ଏହା ଗୋଟିଏ ସର୍ବୋତ୍ତମ ସପ୍ତାହ ଅଟେ । ଏହାର ସଂପୂର୍ଣ୍ଣ ଲାଭ ଉଠାନ୍ତୁ । ଯଦି ଆପଣ ଜଣେ ବିଦ୍ୟାର୍ଥୀ ତେବେ ଇନଫରମେସନ ଟେକନୋଲୋଜି ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନେ ବାହିତ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ । ଭ୍ରମଣ ପାଇଁ ସପ୍ତାହର ଆରମ୍ଭ ଦିନଗୁଡିକ ବ୍ୟତିତ ଆପଣ ଆଉ ଶୁଭ ସମୟ ପାଇବେ ନାହିଁ ।
କନ୍ୟା:ଆପଣ ଉଭୟ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଏବଂ ଆର୍ଥିକ ସମସ୍ୟାଗୁଡ଼ିକ ଦ୍ଵାରା ପୀଡ଼ିତ ହେବାର ସମ୍ଭାବନା ଅଛି । ତେଣୁ ଆପଣଙ୍କୁ ନିଜ ଉପରେ ଭରସା ରଖିବାକୁ ପଡ଼ିବ । ଯଦି ଆବଶ୍ୟକ ହୁଏ ତେବେ ଆପଣଙ୍କ ସହିତ ଅନ୍ତରଙ୍ଗ ଥିବା କେହି ଜଣେ ବ୍ୟକ୍ତିଙ୍କ ନିକଟରେ ନିଜର ମନ କଥା ପ୍ରକାଶ କରନ୍ତୁ । ଯାହାଦ୍ଵାରା ଆପଣ ସେଥିରୁ ମୁକୁଳି ପାରିବେ । କିଛି ସମୟ ଧ୍ୟାନ ଯୋଗ ମଧ୍ୟ କରନ୍ତୁ । ଯାହା ଦ୍ଵାରା ମାନସିକ ଅଶାନ୍ତି ହ୍ରାସ ହେବାର ସମ୍ଭାବନା ଅଛି । ଆପଣ ବର୍ତ୍ତମାନ କରିଥିବା କାମ, ଆପଣଙ୍କ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ମାନ୍ୟତା ପାଇବ ଏବଂ କର୍ମ କ୍ଷେତ୍ରରେ ପରିସ୍ଥିତି ସଂପୂର୍ଣ୍ଣ ରୂପେ ଆପଣଙ୍କ ସପକ୍ଷରେ ରହିବ । ବିବାହିତ ଲୋକମାନେ ସେମାନଙ୍କର ଗୃହସ୍ଥ ଜୀବନକୁ ଜୋର ଜବରଦସ୍ତି ଆଗକୁ ବଢାଇବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ । ନିଜର କ୍ରୋଧ ଭାବ କାରଣରୁ ଆପଣ ନିଜର ଜୀବନସାଥୀଙ୍କୁ ଅନେକ ଖରାପ କଥା କହିଯିବାର ସମ୍ଭାବନା ଅଛି । ଯେଉଁ କାରଣରୁ ଆପଣ ସମ୍ପର୍କରେ ସମସ୍ୟାଗୁଡିକର ସମୁଖୀନ ହୋଇପାରନ୍ତି । ପ୍ରେମ ଜୀବନ ପାଇଁ ସମୟ ସଂପୂର୍ଣ୍ଣ ଅନୁକୂଳ ରହିବ । ସପ୍ତାହର ଆରମ୍ଭ ଦିନଗୁଡିକରେ ଭ୍ରମଣ କରିବା, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକର କାରଣ ହୋଇପାରେ । ଏହି ସମୟ ବିଦ୍ୟାର୍ଥୀମାନଙ୍କ ପାଇଁ ଅନେକ ସୃଜନାତ୍ମକ ସୁଯୋଗ ଉପଲବ୍ଧ କରାଇବ ।