ଲକ୍ଷ୍ନୌ: ମହାମାରୀ କୋରୋନାରେ ଉତ୍ତରପ୍ରଦେଶର ସ୍ଥିତି ସଙ୍ଗୀନ ରହିଛି । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ପରିସ୍ଥିତି ଅଣାୟତ ହେଉଥିବା ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର ।
ଘାରିଲା କୋରୋନା ଭୟ, ଏଣିକି ଉତ୍ତର ପ୍ରଦେଶରେ ସପ୍ତାହକୁ 2 ଦିନ ଝୁଲିବ ତାଲା
ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ପରିସ୍ଥିତି ଅଣାୟତ ହେଉଥିବା ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଅଧିକ ପଢନ୍ତୁ...
ଏବେଠୁ ଉତ୍ତର ପ୍ରଦେଶରେ ଶନିବାର ଓ ରବିବାର 2 ଦିନ ଝୁଲିବ ତାଲା । ଅନ୍ୟପକ୍ଷେ ଯେଉଁ ଜିଲ୍ଲାଗୁଡିକରେ 500ରୁ ଅଧିକ ସକ୍ରିୟ ମାମଲା ରହିଛି ସେଠାରେ ନାଇଟ କର୍ଫ୍ୟୁ ଲଗାଯିବ । କୋରୋନାର ଏହି ସଙ୍କଟ ଘଡିରେ ଧୈର୍ଯ୍ୟ ସବୁଠୁ ବଡ ଅସ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଏହାପୂର୍ବରୁ କୋରୋନା ସଂକ୍ରମଣକୁ ନେଇ ଉତ୍ତରପ୍ରଦେଶର 5 ସହରରେ ଲକଡାଉନ କରିବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉତ୍ତରପ୍ରଦେଶ ସରକାର ଆଜି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ଏଭଳି କୌଣସି ନିର୍ଦ୍ଦେଶ ଜାରି କରିବାର ଅଧିକାର ନାହିଁ ବୋଲି ରାଜ୍ୟ ସରକାର କହିଥିଲେ ।