ଶ୍ରୀନଗର: କାଶ୍ମୀର କେବେ ବି ରାଜ୍ୟସ୍ତର ଦାବି କରିନି, ସବୁବେଳେ ସ୍ବତନ୍ତ୍ର ସ୍ଥିତିର ପୁନରୁଦ୍ଧାର ଦାବି କରିଛି ବୋଲି ମଙ୍ଗଳବାର କହିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି । ଏଥିସହ ସେ ସ୍ଥାନୀୟ ଲୋକଙ୍କୁ ସରକାରଙ୍କ ଆଭିମୁଖ୍ୟରେ ଭୟଭୀତ ନହେବାକୁ ଅନୁରୋଧ କରିବା ସହ ସେମାନଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିବାକୁ କହିଛନ୍ତି।
ସେ କହିଛନ୍ତି, ‘ସରକାର ଆମଠାରୁ ଯାହା ଛଡ଼ାଇ ନେଇଛନ୍ତି ତାହା ଆମକୁ ଫେରାଇବାକୁ ପଡିବ। ଦୁଃଖର ବିଷୟ ଯେ ଯେତେବେଳେ ଧାରା 370 ରଦ୍ଦ ହେବା ପରେ ଆମକୁ ଅପମାନିତ କରାଯାଇଥିଲା, ଦଳିତ ବୋଲି କୁହାଯାଇଥିଲା ଏବଂ କାରାଗାରରେ ରଖାଯାଇଥିଲା । ଆଜି ଅତ୍ୟାଚାର ଆପଣଙ୍କ ଦୁଆର ଖଟ୍ ଖଟ୍ କରୁଛି ’। କୁପୱାଡା ଜିଲ୍ଲାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ମେହବୁବା କହିଛନ୍ତି ଯେ, ଯୁବତୀଙ୍କୁ ଗିରଫ କରାଯାଉଛି ଏବଂ କୃଷକଙ୍କୁ ଟାର୍ଗେଟ କରାଯାଉଛି।