ଓଡିଶା

odisha

By

Published : Jun 2, 2022, 5:16 PM IST

Updated : Jun 2, 2022, 5:33 PM IST

ETV Bharat / bharat

Singer KKs death: କେମିତି ହେଲା KKଙ୍କ ମୃତ୍ୟୁ ? ତଦନ୍ତ ଦାବିରେ ଶାହଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୌମିତ୍ର ଖାନ । ଚିଠିରେ ଉଲ୍ଲେଖ କଲେ କାର୍ଯ୍ୟକ୍ରମ ସମୟର ଏକାଧିକ ଆପତ୍ତିଜନକ ସ୍ଥିତି । ଅଧିକ ପଢନ୍ତୁ

Singer KKs death:ତଦନ୍ତ ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୌମିତ୍ର ଖାନ
Singer KKs death:ତଦନ୍ତ ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୌମିତ୍ର ଖାନ

କୋଲକାତା:ବଲିଉଡ କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁ ପରେ ସସପେନ୍ସ ବଢିବାରେ ଲାଗିଛି । ଆଜି (ଗୁରୁବାର) ଏନଇ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନ । ଖାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି କାର୍ଯ୍ୟକ୍ରମ ଆୟୋଜନରେ ଚରମ ଅବହେଳା ସାମ୍ନାକୁ ଆସିଛି । ଉକ୍ତ ଅଡିଟୋରିଅମରେ ମାତ୍ର 3 ହଜାର ଦର୍ଶକଙ୍କ ପ୍ରବେଶ କ୍ଷମତା ଥିବା ବେଳେ ପ୍ରାୟ 7 ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କୁ ଉକ୍ତ ହଲରେ ପ୍ରବେଶ ଅନୁମତି ମିଳିଥିଲା ।

କାର୍ଯ୍ୟକ୍ରମ ସମୟରେ ମଞ୍ଚରେ AC କାମ ନକରିବା ପରେ ମଧ୍ୟ କାର୍ଯ୍ୟକ୍ରମକୁ ଆଗେଇବା । କେକେ ଅସୁସ୍ଥ ହେବା ପରେ ହସ୍ପିଟାଲରେ TMC ନେତା ଉପସ୍ଥିତ ରହିବା ଆଦି ଘଟାଣାରେ ସେ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତେବେ କେକେଙ୍କ ମୃତ୍ୟୁକୁ ଦୁଇ ଦିନ ବିତି ସାରିଥିବା ବେଳେ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଆଜି ତାଙ୍କର ଶେଷକୃତ୍ୟ ମୁମ୍ବାଇରେ ସମ୍ପନ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 2, 2022, 5:33 PM IST

ABOUT THE AUTHOR

...view details